Below header

ଆଉ ଦିନକ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ଭକ୍ତଙ୍କୁ ଦର୍ଶନ ଅନୁମତି ନଥିବାରୁ ଗୁରୁବାର ସଂଧ୍ୟାରୁ ଶକ୍ରବାର ସକାଳ ଯାଏ ବଡ଼ଦାଣ୍ଡରରେ ୧୪୪ ଧାରା ଜାରି!

ପୁରୀ: ଆଉ ଦିନକ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା । ପ୍ରଥମ ଥର ପାଇଁ ବିନା ଭକ୍ତରେ ସମ୍ପନ୍ନ ହେବାକୁ ଯାଉଛି ଏହି ଯାତ୍ରା । ତେବେ ସୁରକ୍ଷାକୁ ଆଖିରେ ରଖି ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଜାରି ହେବ ୧୪୪ ଧାରା। ଏଥର କରୋନା ମହାମାରୀର ଭୟାବହତାକୁ ନଜରରେ ରଖି ସ୍ନାନପୂର୍ଣ୍ଣିମାରେ ଭକ୍ତଙ୍କୁ ଦର୍ଶନ ଅନୁମତି ନଥିବା ବେଳେ ୪ ତାରିଖ ସଂଧ୍ୟାରୁ ୬ ତାରିଖ ସକାଳ ଯାଏ ବଡ଼ଦାଣ୍ଡର ମରିଚିକୋଟ ଛକରୁ କାକୁଡ଼ିଖାଇ ଛକ ଯାଏ ୧୪୪ ଧାରା ଜାରି କରାଯିବ ।

Jgnnath templeସ୍ନାନଯାତ୍ରା ସିଧାପ୍ରସାରଣ ନେଇ ପୁରୀରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଚିବ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ । ଏହାପରେ ମହାପ୍ରଭୁଙ୍କ ନୀତି ନେଇ ବିଭିନ୍ନ ସେବାୟତ ନିଯୋଗଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଛନ୍ତି । ସ୍ନାନ ପୂର୍ଣ୍ଣିମାରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ବିଳମ୍ବିତ ରାତିରେ ପହଣ୍ଡି ହେବ। ସ୍ନାନଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସଂପନ୍ନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କେମିତି ସୁରୁଖୁରୁରେ ସବୁ ନୀତି ସମ୍ପାଦନ ହେବ ସେନେଇ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.