ଆଗାମୀ ୬ ମାସ ଯାଏଁ ହୁ ହୁ ହୋଇ ବଢିବ ସୁନା ଦର, ଜାଣନ୍ତୁ ଏହା ପଛର କାରଣ

ଯେଉଁମାନେ ସୁନା କିଣିବା ପାଇଁ ଚିନ୍ତା କରୁଛନ୍ତି ତାଙ୍କ ପାଇଁ ଏକ ନିରାଶ ଜନକ ଖବର । କାରଣ ଆଗକୁ ପ୍ରାୟ ୬ ମାସ ପର୍ଯ୍ୟନ୍ତ ସୁନା ଦର ହ୍ରାସ ପାଇବାର କୌଣସି ସମ୍ଭାବନା ଦେଖାଯାଉନାହିଁ । ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଆର୍ଥିକ ପରାମର୍ଶ ଦାତା ସୌମେୟ କାନ୍ତି ଘୋଷଙ୍କ ଅନୁଯାୟୀ, ଏବେକା ସମୟରେ ବିଭିନ୍ନ କମ୍ପାନୀ ଗୁଡିକ ନିଜ ନିଜ ସ୍ଥିତିକୁ ସୁରକ୍ଷିତ ରଖିବାରେ ହିଁ ଚେଷ୍ଟା ଚଳାଇଛନ୍ତି । ସେ ଆଇଏଏସସିସି ଦ୍ୱାରା ଅନୁଷ୍ଠିତ ହେଉଥିବା ଏକ ଏକ କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି । ତାଙ୍କ ଅନୁଯାୟୀ ବିଭିନ୍ନ ଆନ୍ତର୍ଜାତିକ ଦୁଃସ୍ଥିତି ଭାରତୀୟ ଅର୍ଥ ବ୍ୟବସ୍ଥା ଉପରେ ହିଁ ସବୁଠୁ ଅଧିକ ପ୍ରଭାବ ପକାଉଛି । ଭାରତର ପଡୋଶୀ ରାଷ୍ଟ୍ର ଗୁଡିକରେ କିଛି ଦିନ ହେବ ଖରାପ ଅବସ୍ଥା ଲାଗି ରହିଛି । ଏମିତିରେ ଚଳିତ ବର୍ଷ ପ୍ରାୟ ୬ ମାସ ହେବ ସୁନା ଦର ଲଗାତାର ଭାବେ ବଢି ଚାଲିଛି ।

ଏହା ସହ ପଢନ୍ତୁ: ସୋସିଆଲ ମିଡିଆକୁ ଆଧାରରେ ଲିଙ୍କ୍ କରିବାକୁ ନେଇ ମୋଦୀ କହିଲେ ଏପରି କଥା

ଏମିତିକି ଏହି ବର୍ଷ ଧନ ତେରସ ଉତ୍ସବରେ ସୁନା ଦର ପ୍ରତି ଗ୍ରାମକୁ ୩୯,୦୦୦ ଟଙ୍କା ପର୍ଯ୍ୟନ୍ତକୁ ପହଞ୍ଚି ଯାଇଥିଲା । କିନ୍ତୁ ଏକ ବର୍ଷ ପୂର୍ବରୁ ଏହି ଦର ୧୦ ଗ୍ରାମକୁ ୩୨, ୬୯୦ ଟଙ୍କା ଥିଲା । ଘୋଷ ଏହା ମଧ୍ୟ କହିଛନ୍ତିକି ବହୁତ ଗୁଡିଏ ଦେଶ ଗୁଡ଼ିକରେ ଅନ୍ତଃର୍ନିହିତ କଳି ଲାଗି ରହିଛି । ଯାହା ଦ୍ୱାରା ବହୁ ରାଜନୈତିକ ଟେନ୍ସନ ଦିନ କୁ ଦିନ ବଢ଼ିବାରେ ଲାଗିଛି । ସୁନା ସହ ଯାନବାହାନ କିଣା କିଣି ମଧ୍ୟ ଅନ୍ୟ ବର୍ଷ ତୁଳନାରେ ଖୁବ କମି ଯାଇଛି । ଅନ୍ତର୍ଜାତୀୟ ବଜାରରେ ସୁଧାର ନ ଆସିବା ପର୍ଯ୍ୟନ୍ତ ଏହି ସ୍ଥିତି ରେ ପରିବର୍ତ୍ତନ ଆସିପାରିବ ନାହିଁ ବୋଲି ଜଣା ଯାଇଛି । ବିଶେଷ କରି ଭାରତୀୟ ଗ୍ରାହକ ୧୦ ଲକ୍ଷରୁ ଉର୍ଦ୍ଦ୍ୱ ଦରର କାର କିଣିବାକୁ ଆଗ୍ରହ କରୁଛନ୍ତି । ଭାରତର ମହିଳା ଗ୍ରାହକଙ୍କ ସଂଖ୍ୟା ଦିନ କୁ ଦିନ ବଢ଼ୁଥିବାର ଏକ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି ।

Leave A Reply

Your email address will not be published.