୧୪.୨ରୁ ୫ କିଲୋଗ୍ରାମ ହୋଇଯିବ କି ଏଲ୍‌ପିଜି ସିଲିଣ୍ଡର? ଜାଣନ୍ତୁ ଓଜନ କମାଇବା ଉପରେ କ’ଣ ରହିଛି ଯୋଜନା; କାହିଁକି ଏମିତି ବିଚାର କରୁଛନ୍ତି ସରକାର

ଏବେ ଭାରତ ସରକାର ରୋଷେଇ ଗ୍ୟାସ୍‌ ସିଲିଣ୍ଡରର ଓଜନ କମାଇବାକୁ ପ୍ରସ୍ତୁତି ଚଳାଇଛନ୍ତି। ଏହା ପଛରେ ସରକାର ମହିଳାମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ କହିଛନ୍ତି। ରୋଷେଇ ଗ୍ୟାସ୍‌ ସିଲିଣ୍ଡରଗୁଡ଼ିକ ସାଧାରଣତଃ ବହୁତ ଭାରୀ ହୋଇଥାଏ। ଏହାକୁ ଉଠାଇ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ନେଇ ଯିବା ଜଣଙ୍କ ପାଇଁ ମୁସ୍କିଲ କାମ ହୋଇପାରେ। ଯଦିଓ ମହିଳାମାନଙ୍କ ପାଇଁ ଏହା କୌଣସି ଅସମ୍ଭବ କାମ ନୁହେଁ, କିନ୍ତୁ ସାମାନ୍ୟ କଷ୍ଟ କରିବାକୁ ପଡ଼ିଥାଏ। ତ ଏମିତିରେ ଯଦି ଓଜନ କମ୍‌ ହେବ, ତା’ ହେଲେ ସିଲିଣ୍ଡରକୁ ଓଠାଇବା ସହଜ ହୋଇଯିବ। ବହୁତ ମହିଳା ଏମିତି ବି ଅଛନ୍ତି, ଯେଉଁମାନେ ଅଧିକ ଓଜନ ଜିନିଷ ଉଠାଇ ପାରନ୍ତି ନାହିଁ। ଏପରି କି, ସ୍ୱାସ୍ଥ୍ୟ ଦୃଷ୍ଟିରୁ ସେମାନଙ୍କୁ ଅଧିକ ଭାରୀ ଜିନିଷ ଉଠାଇବାକୁ ମନା କରାଯାଇଥାଏ। ତେଣୁ ଏଭଳି ପରିସ୍ଥିତିରେ ଯଦି ଗ୍ୟାସ୍‌ ସିଲିଣ୍ଡରକୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ନେଇ ଯିବାର ଅଛି, ତ ସମସ୍ୟା ସୃଷ୍ଟି ହେବା ସ୍ୱାଭାବିକ। ବିଶେଷ କରି ମହିଳାମାନଙ୍କର ସୁବିଧା ପାଇଁ ହିଁ ସରକାର ଖୁବ୍‌ ଜଲ୍‌ଦି ରୋଷେଇ ଗ୍ୟାସ୍‌ ସିଲିଣ୍ଡରର ଓଜନ ହ୍ରାସ କରି ପାରନ୍ତି।

ଘରୋଇ ରୋଷେଇ ଗ୍ୟାସ୍‌ (ଏଲ୍‌ପିଜି) ସିଲିଣ୍ଡରଗୁଡ଼ିକର ଓଜନ ୧୪.୨ କିଲୋଗ୍ରାମ ରହିଥାଏ, ଯଦ୍ଦ୍ଵାରା କି ଏହାକୁ ଉଠାଇବାରେ ମହିଳାମାନଙ୍କୁ ବହୁତ ହଇରାଣ ହେବାକୁ ପଡ଼ିଥାଏ। ଏହାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ସିଲିଣ୍ଡରର ଓଜନ ହ୍ରାସ ସମେତ ବିଭିନ୍ନ ବିକଳ୍ପ ଉପରେ ବିଚାର କରୁଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ହରଦୀପ ସିଂ ପୁରୀ ରାଜ୍ୟସଭାରେ ପ୍ରଶ୍ନକାଳ ସମୟରେ ସପ୍ଲିମେଣ୍ଟାରୀ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି। ଏଥି ପୂର୍ବରୁ ଜଣେ ସଦସ୍ୟ ସିଲିଣ୍ଡରର ଅଧିକ ଓଜନ ଯୋଗୁ ମହିଳାମାନେ ଭୋଗୁଥିବା ସମସ୍ୟା ବିଷୟରେ ଉଲ୍ଲେଖ କରିଥିଲେ।

ହରଦୀପ ସିଂ ପୁରୀ ଏହାର ଜବାବରେ କହିଥିଲେ, ‘ଆମେ ଚାହୁଁ ନାହୁଁ କି ମହିଳା ଏବଂ ଯୁବତୀମାନେ ଭାରୀ ଓଜନ ବିଶିଷ୍ଟ ସିଲିଣ୍ଡରକୁ ନିଜେ ହିଁ ବହନ କରନ୍ତୁ। ଏହାର ଓଜନ ହ୍ରାସ କରାଯିବା ଉପରେ ବିଚାର କରାଯାଉଛି’। ସେ ଆହୁରି କହିଥିଲେ ଯେ ‘ଆମେ ଏକ ଉପାୟ ବାହାର କରିବୁ, ତାହା ୧୪.୨ କିଲୋଗ୍ରାମ ଓଜନକୁ କମ୍‌ କରି ୫ କିଲୋଗ୍ରାମ କରିବାକୁ ପଡ଼ୁ ନଚେତ୍‌ ଅନ୍ୟ କୌଣସି ଉପାୟ। ଆମେ ଏମିତି କରିବା ପାଇଁ ପ୍ରତିବଦ୍ଧ’। ହରଦୀପ ସିଂ ପୁରୀ ସଦନରେ ହେଉଥିବା ହଙ୍ଗାମା ଭିତରେ ଏହି ସୂଚନା ଦେଇଥିଲେ। ଏହି ସମୟରେ ବିରୋଧୀ ସଦସ୍ୟ ୧୨ ନିଲମ୍ବିତ ସଦସ୍ୟଙ୍କର ନିଲମ୍ବନ ପ୍ରତ୍ୟାହାର ଦାବିରେ ସ୍ଲୋଗାନ ଦେଉଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.