Below header

ଆସନ୍ତାବର୍ଷ ସରକାରୀ ଚାକିରିଆଙ୍କ ବଢିପାରେ ଦରମା, କିନ୍ତୁ ମଧ୍ୟବିତ୍ତ ଏବଂ ଗରିବ ଶ୍ରେଣୀ ଲୋକେ ହେବେ ହଇରାଣ

ସରକାରୀ ଚାକିରି କରିଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାର ଆଣିଦେଉଛନ୍ତି ଖୁସିଖବର। ନୂଆବର୍ଷରୁ ଦେଶରେ ସରକାରୀ କର୍ମଚାରୀଙ୍କ ଦରମା ୯.୨ ପ୍ରତିଶତ ବଢିବାର ସମ୍ଭାବନା ରହିଛି। ଏହି ବୃଦ୍ଧି ଏସିଆରେ ସବୁଠାରୁ ଅଧିକ ହେବ ବୋଲି କୁହାଯାଉଛି । କିନ୍ତୁ ସବୁ ଜିନିଷ ମହଙ୍ଗା ହେବା ହେତୁ ଏହା ବିଗିଡିଯିବାର ସମ୍ଭାବନା ରହିଛି।

rupee

 

ବୈଷୟିକ ସ୍ତରରେ ୨୦୨୦ରେ ୪.୯ ପ୍ରତିଶତ ହାରରେ ଦରମା ବୃଦ୍ଧି ହେବାର ଆଶା ରହିଛି। କିନ୍ତୁ ଏହାର ପ୍ରଭାବ ସରକାରୀ ଚାକିରି କରିନଥିବା ଲୋକଙ୍କ ଉପରେ ବେଶି ପଡିବ। ଦିନକୁ ଦିନ ଦରଦାମ ବୃଦ୍ଧି ହେବାରେ ଲାଗିଛି। ଫଳରେ ସାଧାରଣ ଲୋକ ବହୁତ ଅସୁବିଧାରେ ଜୀବନଯାପନ କରୁଛନ୍ତି। ପିଆଜ, ଡାଲି, ଆଳୁର ଦାମ ଦିନକୁ ଦିନ ବଢୁଛି। ଗରିବ ସାଧାରଣ ଲୋକ ଚଳିବାରେ ହଇରାଣ ହେଉଛି। ଏମିତିରେ ଯଦି ଆସନ୍ତାବର୍ଷ ଦେଶରେ ସକରାରୀ କର୍ମଚାରୀଙ୍କ ଦରମା ବଢେ ତେବେ ଦରଦାମ ମଧ୍ୟ ବୃଦ୍ଧି ହେବ। ସେମାନେ ଯେନତେନ ପ୍ରକାରରେ ଚଳିଯିବେ କିନ୍ତୁ ଗରିବ ଶ୍ରେଣୀର ଲୋକମାନେ ନାହିଁନଥିବା ହଇରାଣ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.