Below header

ଭଉଣୀ ବାହାଘରରେ ଭାଇର ଉନ୍ମତ୍ତ କାଣ୍ଡ, ୬ଟି ବାଇକ୍‌ରେ ଲଗାଇ ଦେଲା ନିଆଁ

ବାଲେଶ୍ୱର(କେନ୍ଯୁଜ୍): ଭଉଣୀ ବାହାଘରରେ ଭାଇର ଉନ୍ମତ୍ତ କାଣ୍ଡ । ୬ଟି ବାଇକ୍‌ରେ ନିଆଁ ଲଗାଇ ଦେଲା ଭାଇ। ବାଲେଶ୍ୱର ସହର ଉପକଣ୍ଠ କରଞ୍ଜିଆ ଭୋଇସାହିରେ ଏହି ଘଟଣା ଘଟିଛି। ଭଉଣୀ ବାହାଘରରେ ପରିବାର ଲୋକଙ୍କ ସହ ଝଗଡ଼ା କରି ଭାଇ ଏହି କାଣ୍ଡ କରିଛି। ଯୁବକ ଜଣକ ହେଲେ ସୌରଭ। ନୀଳଗିରିର ଏକ ମନ୍ଦିରରେ ଭଉଣୀର ବାହାଘର ହେଉଥିଲା। ସୌରଭ ମଦ ପିଇ କରି ଉତ୍ପାତ କରିବାରୁ ବାପା ଓ ପୁଅ ମଧ୍ୟରେ ଝଗଡ଼ା ହୋଇଥିଲା। ସୌରଭ ଉତ୍‌କ୍ଷିପ୍ତ ହୋଇ ସେଠାରୁ ପଳେଇ ଆସି ଭୋଇସାହି କଲୋନୀରେ ଥିବା ୬ଟି ବାଇକ୍‌ରେ ନିଆଁ ଲଗାଇ ଦେଇଥିଲା। କଲୋନୀର ଲୋକମାନେ ଦମକଳ ବାହିନୀଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଦମକଳବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା। ଏହି ଘଟଣାକୁ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.