ଫଟୋ ଲିକ୍‌ ! ବହୁତ ସୁନ୍ଦର ଦେଖାଯାଉଛି ଲଞ୍ଚ ହେବାକୁ ଥିବା 5G ଫୋନ୍‌ Redmi K30,ସାମ୍ନାକୁ ଆସିଲା ଦାମ୍‌

ସାଓମି (xiaomi) ୧୦ ଡିସେମ୍ବରରେ ନିଜର ନୂଆ ସ୍ମାର୍ଟଫୋନ Redmi K30 ଲଞ୍ଚ କରିବାକୁ ଯାଉଛି। ଏହି ଫୋନକୁ ଦେଇ ବହୁତ ଦିନ ଧରି ଚର୍ଚ୍ଚା ହେଉଥିଲା। କିନ୍ତୁ ଏବେ ରେଡମି K30ର ଫଟୋ ଏବଂ ଦାମ ଉଭୟ ସାମ୍ନାକୁ ଆସିଛି। ଚାଇନାର ଏକ ୱେବସାଇଟରେ ଏହି ଫୋନର ଫଟୋ ସେୟାର କରାଯାଇଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଫୋନରେ ପାଞ୍ଚ ହୋଲ୍‌ କ୍ୟାମେରା ଥିବା ନଜର ଆସୁଛି। ଲିକ୍‌ ହୋଇଥିବା ସୂଚନା ଅନୁଯାୟୀ ଚାଇନା ମାର୍କେଟରେ ଏହି ସ୍ମାର୍ଟଫୋନର ଦାମ ପ୍ରାୟ ୨୩,୫୦୦ ଟଙ୍କା ରଖାଯାଇପାରେ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ Redmi K20ର ଦାମ ରହିଛି ୨୧,୯୯୯ ଟଙ୍କା ରଖାଯାଇଛି। ଲିକ୍‌ ହୋଇଥିବା ସୂଚନାରୁ ଅନୁମାନ କରାଯାଉଛି ଯେ ଏହି ଫୋନର ଦାମ ୨୫ରୁ୩୦ ହଜାର ମଧ୍ୟରେ ହେବ।

Xiaomiର ଜେନେରାଲ ମ୍ୟାନେଜର Redmi K30ର ଫଟୋ ଟିଜ୍‌ କରିଛନ୍ତି। ଯେଉଁଥିରେ ଫୋନଟି ମେଟ କଲର ଫିନିସରେ ଦେଖିବାକୁ ମିିଳିଛି। ସେହିପରି ଫୋନରେ ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଡ ସେନସର ସହିତ ଭର୍ଟିକାଲ ସେପର କ୍ୟାମେରା ମଧ୍ୟ ଦିଆଯାଇଛି।

phone

ସୂଚନା ଅନୁଯାୟୀ ନୂଆ ଫୋନର ସ୍କ୍ରୀନର ରିଫ୍ରେସ ରେଟ 60Hzରୁ 120Hz ମଧ୍ୟରେ ହୋଇପାରେ। ଏହି ସ୍ମାର୍ଟଫୋନରେ ୬.୬ ଇଞ୍ଚର ଫୁଲ ଏଚଡି+ଡିସପ୍ଲେ ମିଳିପାରେ। ଯାହାର ପିକ୍ସେଲ ଡେନସିଟି ୩୯୫ppi ହେବ। ରେଡମିର ଏହି ଫୋନ  Adreno 618 GPU କ୍ୱାଲକମ ଉପରେ କାମ କରିବ।

ଏହାସହ ପଢନ୍ତୁ : ୫୫ ଇଞ୍ଚ Mi TV 4Xକୁ ସାଓମି କଲା ଭାରତରେ ଲଞ୍ଚ, ଗ୍ରାହକଙ୍କୁ ମିଳିବ ଦମଦାର ଫିଚର୍ସ

କୁହାଯାଉଛି ଯେ ସାଓମିର ଏହି ସ୍ମାର୍ଟଫୋନରେ ସ୍ନାପଡ୍ରାଗନ ୭୩୦ କିମ୍ବା ସ୍ନାପଡ୍ରାଗନ ୭୩୦ଜି ଦିଆଯାଇପାରେ। ଏହାଛଡା କମ୍ପାନୀ ପୂର୍ବରୁ ଜଣାଇଥିଲା ଯେ ଟେକ୍ନୋଲୋଜି Redmi K30 5Gଠାରୁ ଲେସ୍‌ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.