ଦୁଷ୍କର୍ମ ପାଇଁ ଏମିତି ଦଣ୍ଡ : ଭାରତରେ ଫାଶି, ଆଉ କେଉଁଠି ସମସ୍ତଙ୍କ ଆଗରେ ମୁଣ୍ଡକାଟ

ହାଇଦ୍ରାବାଦରେ ମହିଳା ଭେଟେରିନାରୀ ଡାକ୍ତରଙ୍କ ସହ ହୋଇଥିବା ଗଣ ଦୁଷ୍କର୍ମ ଏବଂ ହତ୍ୟା ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛି। ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ବିରୋଧରେ କଠୋର କାଯ୍ୟର୍ାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି। ତେବେ ଆସନ୍ତୁ ଜାଣିବା, ଭାରତୀୟ ଦଣ୍ଡ ସଂହିତା ଅନୁସାରେ ଦୁଷ୍କର୍ମ ମାମଲାରେ କି ପ୍ରକାର ଦଣ୍ଡ ମିଳିଥାଏ। ମହିଳାଙ୍କୁ ଦୁଷ୍କର୍ମ କରାଯିବା ଭାରତୀୟ ଆଇନରେ ଗମ୍ଭୀର ଶ୍ରେଣୀରେ ଆସୁଥିବା ବେଳେ ଏହି ଅପରାଧ ଘଟାଉଥିବା ଦୋଷୀଙ୍କୁ କଠୋର ଦଣ୍ଡ ମିଳିଥାଏ। ଭାରତୀୟ ଦଣ୍ଡ ସଂହିତାରେ ଧାରା(ଆଇପିସି) ୩୭୬ ଏବଂ ୩୭୫ରେ ଏହି ଅପରାଧର ଦଣ୍ଡ ବିଷୟରେ ଉଲ୍ଲେଖ ରହିଛି।

ଏହାସହ ପଢ଼ନ୍ତୁ: ଏକୁଟିଆ ଯିବା ବେଳେ କେହି ଆକ୍ରମଣ କଲେ କେମିତି କରିବେ ନିଜକୁ ରକ୍ଷା, ଜାଣନ୍ତୁ କେତେକ ସହଜ ଉପାୟ

rape

କୌଣସି ବି ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଧାରା ୩୭୬ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରାଯାଇଥାଏ। ଅପରାଧ ପ୍ରମାଣିତ ହେଲେ ଦୋଷୀଙ୍କୁ ଅତି କମ୍‌ରେ ୫ ବର୍ଷ ଏବଂ ଅତି ବେଶିରେ ୧୦ ବର୍ଷ ପଯ୍ୟର୍ନ୍ତ କଠୋର ଦଣ୍ଡ ମିଳିବାର ନିୟମ ରହିଛି। କିଛି ମାମଲାରେ କୋର୍ଟ ପଯ୍ୟର୍ାପ୍ତ ଏବଂ ବିଶେଷ କାରଣରୁ ଦଣ୍ଡର ଅବଧିକୁ କମାଇ ପାରିବେ।

rape1

୨୦୧୨ର ଦିଲ୍ଲୀ ନିର୍ଭୟା ଘଟଣା ପରେ ସମ୍ବିଧାନ ସଂଶୋଧନ ଜରିଆରେ ଆଇପିସି ଧାରା ୩୭୬(ଇ) ଅଧୀନରେ ବାରମ୍ବାର ଦୁଷ୍କର୍ମ କରିଥିବା ଦୋଷୀଙ୍କୁ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡ ଦିଆଯିବାର ନିୟମ ରହିଛି। ବମ୍ବେ ହାଇକୋର୍ଟ ଏଭଳି ଦୋଷୀମାନଙ୍କୁ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡ ଦେବା ପାଇଁ ଆଇପିସି ଧାରାରେ କରାଯାଇଥିବା ଏହି ସଂଶୋଧନର ସାମ୍ବିଧାନିକତାକୁ ବଜାୟ ରଖିଛନ୍ତି।

ଏହାସହ ପଢ଼ନ୍ତୁ: ଏଭଳି ନିର୍ଭୟା ଘଟଣାରେ ପୁରୁଷ ଉପରୁ ନାରୀର ବିଶ୍ୱାସ ଉଠି ଯିବନିତ ?

rape2

ବମ୍ବେ ହାଇକୋର୍ଟର ଜଷ୍ଟିସ୍‌ ବିପି. ଧର୍ମାଧିକାରୀ ଏବଂ ଜଷ୍ଟିସ୍‌ ରେବତୀ ମୋହିତେ ଡେରେ ଶକ୍ତି ମିଲ୍ସ ଗଣ ଦୁଷ୍କର୍ମ ଘଟଣାର ୩ଜଣ ଦୋଷୀଙ୍କ ପିଟିସନ ଉପରେ ଶୁଣାଣି କରି ମୃତ୍ୟୁଦଣ୍ଡ ଦେଇଥିଲେ। ଧାରା ୩୭୬(ଇ) ଅନୁସାରେ, ଯଦି ଅଭିଯୁକ୍ତ ପ୍ରଥମେ ଧାରା ୩୭୬, ୩୭୬(ଏ) ଓ ୩୭୬(ଡି) ଅଧୀନରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ଏବଂ ପରେ ଯଦି ସେ ଏଥିମଧ୍ୟରୁ କୌଣସି ବି ଗୋଟିଏ ଧାରାରେ ଦୋଷୀ ବୋଲି ଗଣାଯାଆନ୍ତି, ତା’ହେଲେ ଦଣ୍ଡ ରୂପରେ ତାଙ୍କୁ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡ ଦିଆଯାଇଥାଏ।

ଗଣ ଦୁଷ୍କର୍ମ ଅପରାଧକୁ ଅଲଗା ଅଲଗା ସ୍ଥିତି ଏବଂ ଶ୍ରେଣୀ ହିସାବରେ ଧାରା ୩୭୫, ୩୭୬, ୩୭୬କ, ୩୭୬ଖ, ୩୭୬ଗ ଓ ୩୭୬ଘ ରୂପେ ବିଭାଜିତ କରାଯାଇଛି।

rape4

• ଧାରା ୩୭୫ ଅନୁସାରେ, ଯଦି କୌଣସି ବ୍ୟକ୍ତି କୌଣସି ମହିଳାଙ୍କ ଇଚ୍ଛା ବିରୋଧରେ, ତାଙ୍କ ସହମତି ବିନା, ତାଙ୍କୁ ଡରେଇ ଧମକାଇ, ମାନସିକ ବିକୃତି ଥିବା ମହିଳାଙ୍କୁ ଧୋକା ଦେଇ ଏବଂ ତାଙ୍କୁ ମଦ ପିଆଇ ତାଙ୍କ ସହିତ ସମ୍ଭୋଗ ରଖିଥାଆନ୍ତି, ତା’ହେଲେ ତାହା ଦୁଷ୍କର୍ମ ଶ୍ରେଣୀରେ ଆସିଥାଏ। ଯଦି କୋର୍ଟରେ ଅଭିଯୋଗ ପ୍ରମାଣିତ ହୁଏ, ତା’ହେଲେ ଦୋଷୀଙ୍କୁ କଠୋର କାରାବାସ ଦଣ୍ଡ ମିଳିପାରେ। ସାଧାରଣତଃ ଦୋଷୀଙ୍କୁ ଅତି କମ୍‌ରେ ୧୦ ବର୍ଷ କାରାଦଣ୍ଡ ମିଳିଥାଏ।

ଏହାସହ ପଢ଼ନ୍ତୁ: ଜାଣି ରଖନ୍ତୁ କାଉ ସହ ଜଡ଼ିତ ଏହି ୧୫ଟି ସତ୍ୟ କଥା

• ଧାରା ୩୭୬(କ) ଅନୁସାରେ, ସ୍ୱାମୀ-ସ୍ତ୍ରୀ ଅଲଗା ରହିବା ସମୟରେ ଯଦି ପୁରୁଷ, ସ୍ତ୍ରୀ ସହିତ ସମ୍ଭୋଗ କରିଥାଏ, ତା’ହେଲେ ତାହା ବି ଏହି ଦୁଷ୍କର୍ମ ଶ୍ରେଣୀରେ ଆସିଥାଏ। ଏଥିପାଇଁ ୨ ବର୍ଷ ପଯ୍ୟର୍ନ୍ତ କାରାଦଣ୍ଡ ସହ ଜରିମାନା ଭୋଗିବାକୁ ପଡ଼ିଥାଏ।

r

• ଧାରା ୩୭୬(ଖ) ଅନୁସାରେ, ଆପଣଙ୍କ ଆଖପାଖରେ ରହୁଥିବା କୌଣସି ବି ମହିଳାଙ୍କ ସହିତ ସମ୍ଭୋଗ ରଖିବା ଏହି ଶ୍ରେଣୀ ଅନ୍ତର୍ଭୁକ୍ତ। ଏଥିପାଇଁ ୫ ବର୍ଷ ପଯ୍ୟର୍ନ୍ତ କାରାଦଣ୍ଡ ସହ ଜରିମାନା ଦେବାକୁ ପଡ଼ିଥାଏ।

• ଧାରା ୩୭୬(ଗ) ଅନୁସାରେ, ଜେଲ୍‌ରେ ଯଦି କୌଣସି ଅଧିକାରୀ ମହିଳା ବନ୍ଦୀଙ୍କ ସହିତ ସମ୍ଭୋଗ ରଖନ୍ତି, ତା’ହେଲେ ତାହା ବି ଦୁଷ୍କର୍ମ ଶ୍ରେଣୀରେ ଆସିଥାଏ। ଏଥିରେ ୫ ବର୍ଷ ଯାଏ କାରାଦଣ୍ଡ ମିଳିଥାଏ।

ଏହାସହ ପଢ଼ନ୍ତୁ: କବରରେ ରହିବାକୁ ଲାଗିଲେଣି ହଂଗକଂଗର ବାସିନ୍ଦା, ଜାଣନ୍ତୁ କେତେ ଏହାର ଦାମ୍‌

• ଧାରା ୩୭୬(ଘ)ରେ ହସ୍ପିଟାଲର ପ୍ରବନ୍ଧକ କିମ୍ବା କର୍ମଚାରୀ ଯଦି କୌଣସି ମହିଳାଙ୍କ ସହିତ ସମ୍ଭୋଗ ରଖିବେ, ତାହା ବି ଦୁଷ୍କର୍ମ ବୋଲି ଗଣାଯିବ। ଏଥିରେ ମଧ୍ୟ ୫ ବର୍ଷ ପଯ୍ୟର୍ନ୍ତ କାରାଦଣ୍ଡ ମିଳିପାରେ।

rape5

ଇସ୍‌ଲାମ ଧର୍ମରେ ଦୁଷ୍କର୍ମକାରୀଙ୍କୁ ମିଳେ କଠୋର ଦଣ୍ଡ

ସେପଟେ ଇସ୍‌ଲାମ ଧର୍ମ ଦେଖିବାକୁ ଗଲେ, ଦୁଷ୍କର୍ମକାରୀଙ୍କୁ ସବୁଠାରୁ କଠୋରତମ ଦଣ୍ଡ ମିଳିଥାଏ। ଇସ୍‌ଲାମିକ୍‌ ଧାର୍ମିକ ଆଇନ ‘ଶରିଆ ଲ’ ଅନୁସାରେ ଦୁଷ୍କର୍ମକୁ ଜଘନ୍ୟତମ ଅପରାଧରେ ଅନ୍ତର୍ଭୁକ୍ତ କରାଯାଇଛି। ଏଥିପାଇଁ ଦୋଷୀଙ୍କୁ ସାର୍ବଜନୀନ ସ୍ଥଳକୁ ନିଆଯାଇ ସମସ୍ତଙ୍କ ସାମ୍ନାରେ ଶିର ଛେଦନ କରାଯାଇଥାଏ।

• ୟୁଏଇ କାନୁନ୍‌ ମୁତାବକ, ଯଦି କେହି ସେକ୍ସ ସହ ଜଡ଼ିତ ଅପରାଧ କରନ୍ତି, ତା’ହେଲେ ତାଙ୍କୁ ୭ ଦିନ ଭିତରେ ହିଁ ଫାଶୀ ଦିଆଯାଇଥାଏ। ଉପସାଗରୀୟ କିଛି ଦେଶରେ ହାତ କାଟିଦେବାର ନିୟମ ରହିଛି। ଶରିଆ ଆଇନ ଅନୁସାରେ, ମହିଳାମାନେ ପୁରୁଷଙ୍କୁ ଅପମାନ ଦେଲେ ୭୦ରୁ ୧୦୦ ଥର ଚାବୁକ ମାଡ଼ ଖାଇଥାଆନ୍ତି।

rape56

• ଆଫ୍‌ଗାନିସ୍ତାନ, ଇରାନ୍‌, ଇରାକ୍‌, ପାକିସ୍ତାନ, ସାଉଦି ଆରବ, ସୁଦାନ୍‌ ଏବଂ ୟେମେନ ଭଳି ଦେଶରେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଶରିଆ ଆଇନ ଅନୁସାରେ ଦଣ୍ଡ ମିଳିଥାଏ।

ଏହାସହ ପଢ଼ନ୍ତୁ: ୨ ଡିସେମ୍ବର ୧୯୭୨: ଜମ୍ମୁରେ ପହଞ୍ଚିଥିଲା ସ୍ୱାଧୀନତା ଭାରତର ପ୍ରଥମ ଟ୍ରେନ୍‌

• ଉତ୍ତର କୋରିଆରେ ଦୁଷ୍କର୍ମର ଆଇନ ବହୁତ କଡ଼ାକଡ଼ି ହୋଇଥାଏ। ଦୁଷ୍କର୍ମକାରୀଙ୍କ ମୁଣ୍ଡକୁ ଗୁଳି କରି ମାରି ଦିଆଯାଏ। ଉତ୍ତର କୋରିଆର ଆଇନ କୌଣସି ଅପରାଧୀଙ୍କୁ ଦୟା ବା ସହାନୁଭୂତି ଦେଖାଇ ନ ଥାଏ।

rapr6

• ଇରାକ୍‌ରେ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥାଏ। କିନ୍ତୁ ଦଣ୍ଡ ଦେବାର ଶୈଳୀ ଟିକିଏ ଭିନ୍ନ ହୋଇଥାଏ। ଦୁଷ୍କର୍ମକାରୀଙ୍କୁ ସେପଯ୍ୟର୍ନ୍ତ ପଥର ମରାଯାଇଥାଏ, ଯେପଯ୍ୟର୍ନ୍ତ ତାଙ୍କର ମୃତ୍ୟୁ ନ ହୋଇଛି। ଏଠାରେ ଦୁଷ୍କର୍ମକାରୀଙ୍କ ମୃତ୍ୟୁ ସହଜ ହୋଇ ନ ଥାଏ। କାହିଁକି ନା, ଦୋଷୀମାନଙ୍କୁ ସମ୍ପୂର୍ଣ୍ଣ ପୀଡ଼ା ଏବଂ ଯାତନା ଦେଇ ଅତିକ୍ରମ କରିବାକୁ ପଡ଼ିଥାଏ।

ଏହାସହ ପଢ଼ନ୍ତୁ: ବ୍ରେନ୍‌ ମ୍ୟାଲେରିଆ ଯୋଗୁ ଯିବନି ଆଉ କାହା ଜୀବନ, ୪୧ ବର୍ଷ ପରେ ବୈଜ୍ଞାନିକଙ୍କୁ ମିଳିଲା ସଫଳତା

• ପୋଲାଣ୍ଡରେ ଦୁଷ୍କର୍ମକାରୀଙ୍କୁ ଘୁଷୁରୀଙ୍କ ଦ୍ୱାରା ଆକ୍ରମଣ କରାଯାଇଥାଏ। ଏବେ ଆସିଥିବା ଏକ ନୂଆ ଆଇନ ଅନୁସାରେ ଦୋଷୀମାନଙ୍କୁ ନୁଂପୁସକ କରିଦିଆଯାଉଛି।

rape7

• ଇଣ୍ଡୋନେସିଆରେ ଏହି ଦଣ୍ଡ ସାମାନ୍ୟ ଅଲଗା ରହିଛି। ଏଠାରେ ଦୋଷୀଙ୍କୁ ନଂପୁସକ କରିଦିଆଯିବା ସହ ତାଙ୍କଠାରେ ମହିଳାଙ୍କ ହରମୋନ ଛାଡ଼ି ଦିଆଯାଏ।

• ଚୀନରେ ମୃତ୍ୟୁଦଣ୍ଡ ଦିଆଯିବାର ନିୟମ ରହିଛି। ଏଠାରେ ଏହି ଦଣ୍ଡ ବହୁତ ଜଲ୍‌ଦି ମିଳିଥାଏ। ଯଦି ମେଡିକାଲ ଯାଞ୍ଚରେ ଦୁଷ୍କର୍ମ ପ୍ରମାଣିତ ହୁଏ, ତା’ହେଲେ ମୃତ୍ୟୁଦଣ୍ଡ ସୁନିଶ୍ଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.