ଘରେ ମାଛ ଚାଷ ପାଇଁ ସରକାର ଦେଉଛନ୍ତି ସବସିଡି, ଜାଣନ୍ତୁ କିପରି ପାଇବେ ଯୋଜନାର ଲାଭ

ଘରେ ଘରେ ମାଛ ଚାଷ କରି ଚାଷୀମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ତେବେ ବର୍ତ୍ତମାନ ଘରେ ମାଛ ଚାଷ କରିବା ପାଇଁ ସରକାର ଆପଣଙ୍କୁ ୬୦ ପ୍ରତିଶତ ସବସିଡି ପ୍ରଦାନ କରୁଛନ୍ତି । ଆପଣ ୬୦ ପ୍ରତିଶତ ସବସିଡିରେ ଆହୁରି ଭଲଭାବେ ମାଛ ଚାଷ କରିପାରିବେ ।

ବ୍ୟବସାୟର ସବୁଠାରୁ ଭଲ ଉପାୟ ହେଉଛି ମାଛ ଚାଷ । ଅନେକ କୃଷକ ଅଛନ୍ତି ଯେଉଁମାନେ ବହୁ ପରିମାଣରେ ମାଛ ଚାଷ କରି ଲାଭବାନ ହେଉଛନ୍ତି । ସାଧାରଣତଃ ପୋଖରୀ ଏବଂ ନଦୀ କୂଳରେ ମାଛ ଚାଷ କରାଯାଏ । କିନ୍ତୁ ବର୍ତ୍ତମାନ ଏଥିରେ ପରିବର୍ତ୍ତନ ଆସିଛି। ଲୋକମାନେ ନିଜ ଘରେ ମଧ୍ୟ ମାଛ ଚାଷ କରୁଛନ୍ତି । ବିଜ୍ଞାନ ସାହାଯ୍ୟରେ ଚାଷୀମାନେ ଅନ୍ୟାନ୍ୟ ଫସଲରେ କିପରି ନୂଆ ନୂଆ ବିକଳ୍ପ ବ୍ୟବହାର କରିହେବ ତାହା ଆପଣାଉଛନ୍ତି । ବର୍ତ୍ତମାନ ବିଜ୍ଞାନ ସାହାଯ୍ୟରେ କୃଷକମାନେ ଯେକୌଣସି ସ୍ଥାନରେ ମାଛକୁ ଅତି ସହଜରେ ଚାଷ କରି ପାରୁଛନ୍ତି । ତେଣୁ ଘରେ ଘରେ ମାଛ ଚାଷ କରି ଚାଷୀମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ତେବେ ବର୍ତ୍ତମାନ ଘରେ ମାଛ ଚାଷ କରିବା ପାଇଁ ସରକାର ଆପଣଙ୍କୁ ୬୦ ପ୍ରତିଶତ ସବସିଡି ପ୍ରଦାନ କରୁଛନ୍ତି । ଆପଣ ୬୦ ପ୍ରତିଶତ ସବସିଡିରେ ଆହୁରି ଭଲଭାବେ ମାଛ ଚାଷ କରିପାରିବେ । ତେବେ ଆସନ୍ତୁ ଜାଣିବା କେଉଁ ଯୋଜନା ଅଧିନରେ ଆପଣ ଏହାର ଲାଭ ଉଠାଇ ପାରିବେ ।

ଯଦି ଆପଣ ମାଛ ଚାଷ କରିବାକୁ ଚାହୁଁଛନ୍ତି କିନ୍ତୁ ଆପଣଙ୍କ ପାଖରେ ଜମି ନାହିଁ, ତେବେ ଏନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଆପଣ ଘରେ ମଧ୍ୟ ମାଛ ଚାଷ କରିପାରିବେ । ଭାରତ ସରକାରଙ୍କ ଯୋଜନା ଏଥିରେ ଆପଣଙ୍କୁ ସାହାଯ୍ୟ କରିବ। ଭାରତ ସରକାର ବ୍ୟାକୱାର୍ଡ ରିସର୍କୁଲେଟୋରୀ ଆକ୍ୱାକଲଚର ସିଷ୍ଟମ ପାଇଁ ଏକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଯାହା ଅଧୀନରେ ସାଧାରଣ ଲୋକଙ୍କୁ ମାଛ ଚାଷ ଉପରେ ୪୦ ପ୍ରତିଶତ ସବସିଡି ଦିଆଯାଉଛି । ତେଣୁ ଯେଉଁ ମହିଳାମାନେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଅଧୀନରେ ଆସନ୍ତି ସେମାନଙ୍କୁ ୬୦ ପ୍ରତିଶତ ସବସିଡି ଦିଆଯାଉଛି ।

ଯଦି ଆପଣଙ୍କ ପାଖରେ ଜମି ନାହିଁ ଏବଂ ଘରେ ମାଛ ଚାଷ କରିବାକୁ ଚାହୁଁଛନ୍ତି । ତେବେ ଏଥିପାଇଁ ଆପଣଙ୍କ ପାଖରେ ଏକ ସିମେଣ୍ଟ ଟ୍ୟାଙ୍କ ଥିବା ଆବଶ୍ୟକ । ଆପଣ ଏଥିରେ ସହଜରେ ମାଛ ଚାଷ କରିପାରିବେ । ପ୍ରାୟ ୭୦ ରୁ ୮୦ କିଲୋଗ୍ରାମ ମାଛ ଏଥିରେ ଆରାମରେ ରଖାଯାଇପାରିବ । ଛୋଟ ମତ୍ସ୍ୟଜୀବୀଙ୍କୁ ସହାୟତା ଯୋଗାଇବା ପାଇଁ ସରକାର ବ୍ୟାକୱାର୍ଡ ରିସର୍କୁଲେଟୋରୀ ଆକ୍ୱାକଲଚର ସିଷ୍ଟମ ମାଧ୍ୟମରେ ମାଛ ଚାଷର ଏହି ଯୋଜନା ଆରମ୍ଭ କରିଛନ୍ତି ।

ଯଦି ଜଣେ କୃଷକର ଦୁଇଟି କୋଠରୀ ଥିବା ଏକ ଘର ଥାଏ ତେବେ ସେ ଗୋଟିଏ କୋଠରୀରେ ମାଛ ଚାଷ କରି ଅନ୍ୟ କୋଠରୀରେ ନିଜ ପରିବାର ସହିତ ରହିପାରିବ । ସିମେଣ୍ଟ ଟ୍ୟାଙ୍କ ସହିତ କୃଷକମାନେ ପ୍ଲାଷ୍ଟିକ୍ ଟ୍ୟାଙ୍କରେ ମଧ୍ୟ ମାଛ ଚାଷ କରିପାରିବେ । ଏହି ପ୍ଲାଷ୍ଟିକ୍‌ ଟ୍ୟାଙ୍କରେ ମଧ୍ୟ ସିମେଣ୍ଟ ଟ୍ୟାଙ୍କ ଭଳି ମାଛ ଚାଷ ହୋଇପାରିବ । ଗୋଟିଏ ଟ୍ୟାଙ୍କରୁ ପ୍ରାୟ ୨ ଲକ୍ଷ ଟଙ୍କା ରୋଜଗାର କରିପାରିବେ ଚାଷୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.