Below header

ପିପିଏଫ୍‌ ଓ ଅନ୍ୟ ଛୋଟ ସଞ୍ଚୟ ଯୋଜନାର ସୁଧ କମାଇଲେ ସରକାର, ଜାଣନ୍ତୁ ଆପଣଙ୍କ ସଞ୍ଚୟ ଉପରେ ଏହାର ପ୍ରଭାବ

କରୋନା ଭାଇରସର ପ୍ରଭାବ କେବଳ ଭାରତର ଅସଂଖ୍ୟ ଜନଜୀବନ ଉପରେ ପଡିନାହିଁ ଏହା ସରକାର ଓ ବ୍ୟାଙ୍କ୍‌ ଉପରେ ମଧ୍ୟ ପ୍ରଭାବ ପକାଇଛି । ଫଳରେ ସରକାର ଓ ବ୍ୟାଙ୍କ୍‌ କେତେକ କଠୋର ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି ।

ସରକାର କରୋନା ଭାଇରସ୍‌ର ମୁକାବିଲା ପାଇଁ କୋଟି କୋଟି ଟଙ୍କା ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଦେଶର ଅର୍ଥ ନୈତିକ ବ୍ୟବସ୍ଥା ଉପରେ କରୋନା ବଡ଼ ପ୍ରଭାବ ପକାଇଛି । ଏବେ ଏହି କଠିନ ପରିସ୍ଥିତିରେ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) କେତେକ ଲୋକପ୍ରିୟ ସଞ୍ଚୟ ଯୋଜନା ଉପରେ ପ୍ରଥମ ତ୍ରୈମାସିକ (ଅପ୍ରେଲରୁ ଜୁନ) ସୁଧ ହାରରେ ହ୍ରାସ ଆଣିଛନ୍ତି । ଯାହାକି ଦେଶରେ ଥିବା ଅଗଣିତ ସ୍ୱଳ୍ପ ସ୍ୱଞ୍ଚୟକାରୀଙ୍କ ଉପରେ ଏକ ବଡ଼ ପ୍ରଭାବ ପକାଇବ ।

interest

ବିଶେଷକରି ପବ୍ଲିକ୍‌ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ୍‌), ନେସ୍‌ନାଲ୍‌ ସେଭିଂ ସାର୍ଟିଫିକେଟ୍‌ (ଏନ୍‌ଏସ୍‌ସି), କିସାନ ଭିକାସ ପତ୍ର(କେଭିପି) ଭଳି କେତେକ ସ୍ୱଳ୍ପ ସଞ୍ଚୟ ଯୋଜନା ଉପରେ ସୁଧ ହାର ୭୫ ପଏଣ୍ଟ ହ୍ରାସ କରିଛନ୍ତି । କରୋନା ଭାଇରସ୍‌ ପ୍ରଭାବକୁ ଦୃଷ୍ଟିରେ ରଖି ଏହି ସୁଧ ହାର ପ୍ରଥମ ୩ ମାସ (ଅପ୍ରେଲରୁ ଜୁନ୍‌) ଯାଏ ହ୍ରାସ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି ।

ତେବେ ସେଭିଂ ଡିପୋଜିଟ୍‌ ଉପରେ ସୁଧ ରେଟ୍‌ ୪ ପ୍ରତିଶତକୁ ଅପରିବର୍ତ୍ତିତ ରଖାଯାଇଛି ।
ଅନ୍ୟ କେତେକ ଯୋଜନା ଯଥା ୫ ବର୍ଷିୟ ଏନ୍‌ଏସ୍‌ସି ଉପରେ ସୁଧ ହାର ୭.୯ରୁ ୬.୮ ପ୍ରତିଶତକୁ ହ୍ରାସ କରାଯାଇଛି । ସେହିପରି କିସାନ ଭିକାସ ପତ୍ରର ସୁଧ ହାର ୭.୬ ପ୍ରତିଶତରୁ ୬.୯ ପ୍ରତିଶତକୁ ଓ ସୁକନ୍ୟା ସମୃଦ୍ଧି ଯୋଜନାରେ ସୁଧ ହାର ୮.୪ ପ୍ରତିଶତରୁ ୭.୪ ପ୍ରତିଶତକୁ ହ୍ରାସ କରାଯାଇଛି ।

provident-fund-6

୫ଟି ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା(ସିନିୟର ସିଟିଜେନ୍‌ ସେଭିଂସ୍‌) ଉପରେ ସୁଧ ହାର ୮.୬ରୁ ୭.୪ ପ୍ରତିଶତ ଓ ୫ ବର୍ଷିୟା ମାସିକ ଆୟ ଯୋଜନାରେ ସୁଧ ହାର ୭.୬ରୁ ୬.୬ ପ୍ରତିଶତକୁ ହ୍ରାସ କରାଯାଇଛି । ସେହିପରି ୧ରୁ ୫ ବର୍ଷର ଟର୍ମ ଡିପୋଜିଟ୍‌ ଉପରେ ସୁଧ ହାର ୬.୭ରୁ ୫.୫ ପ୍ରତିଶତକୁ ହ୍ରାସ କରାଯାଇଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ପ୍ରକାଶ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.