ରାଜ୍ୟ ପାଣିପାଗ : ତାତିର ଡର ସାଙ୍ଗକୁ କାଳବୈଶାଖୀର ଭୟ

ଭୁବନେଶ୍ୱର (କେ ନ୍ୟୁଜ୍‌) : କରୋନାର ଭୟ ଭିତରେ ରାଜ୍ୟରେ ରାଜୁତି କରୁଛି ତାତି । ତା ସହିତ ବର୍ଷା ଓ କାଳବୈଶାଖୀର ଡର । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଅଞ୍ଚଳରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଅଧିକ ରହିବ । ସେହିପରି ଅନ୍ୟ କେତେକ ଜାଗାରେ ପାରଦ ୩୯ ଡିଗ୍ରୀରୁ ଊର୍ଦ୍ଧ୍ୱ ରହିବ । ଗୋଟିଏ ଦୁଇଟି ଜାଗାରେ ୩୦ରୁ ୪୦ କିମି. ବେଗରେ ପବନ ଓ ଏବଂ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । କେନ୍ଦୁଝର, ମୟୁରଭଞ୍ଜ, କଟକ, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼ ଜିଲ୍ଲାରେ ସାମାନ୍ୟରୁ ପ୍ରବଳ ବର୍ଷା ଏବଂ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।
ଆଜି ମୟୁରଭଞ୍ଜ ଓ ବାଲେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା ହୋଇଥିବା ସୂଚନା ମିଳିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ମୁଖ୍ୟ ସୂଚନା ଦେଇଛନ୍ତି ।
ଆଜିରାଜ୍ୟର ୩ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ଟିଟିଲାଗଡ଼ରେ ସର୍ବାଧିକ ୪୦.୫, ମାଲକାନଗିରିରେ ୪୦.୨ ଏବଂ ବଲାଙ୍ଗିରରେ ୪୦ ଡିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି । ଆସନ୍ତାକାଲି ଭୁବନେଶ୍ୱର ଓ କଟକରେ ତାପମାତ୍ରା ୩୯ରୁ ୪୦ ଡିଗ୍ରୀ ରହିବ ବୋଲି ଅନୁମାନ କରାଯାଉଛି । କଟକରେ କାଳବୈଶାଖୀର ସମ୍ଭାବନା ରହିଛି । ଆଜି କଟକରେ ତାତି ୩୯.୫ ଓ ଭୁବନେଶ୍ୱରରେ ୩୯.୨ ଡିଗ୍ରୀ ସେଲସିୟସ ରହିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.