Below header

ଏପ୍ରିଲ ମାସରେ ୧୪ ଦିନ ବନ୍ଦ ରହିବ ସମସ୍ତ ବ୍ୟାଙ୍କ, ଜଲଦି ଶେଷ କରନ୍ତୁ କାମ

ଯଦି ଆପଣଙ୍କର ବ୍ୟାଙ୍କରେ କୌଣସି କାମ ରହିଯାଇଛି ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ମହତ୍ୱପୂର୍ଣ୍ଣ ପ୍ରମାଣିତ ହେବ। ଏମିତି ଏଥିପାଇଁ କାରଣ ଭରତୀୟ ରିଜର୍ଭ ବ୍ୟାଙ୍କର ୱେବସାଇଟରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ମାସ ଏପ୍ରିଲରେ ବ୍ୟାଙ୍କ ଗୋଟେ କିମ୍ବା ଦୁଇ ଦିନ ନୁହେଁ ବରଂ ୧୪ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ। ଏଥିପାଇଁ ଲୋକମାନଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଯଦି ଆପଣଙ୍କର ବ୍ୟାଙ୍କ ସମ୍ୱନ୍ଧୀୟ କୌଣସି କାମ ରହିଥାଏ ତେବେ ଆପଣ ସମୟ ଭିତରେ ହିଁ ଶେଷ କରିଦିଅନ୍ତୁ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ୧୪ ଦିନ ଛୁଟି ମଧ୍ୟରୁ ଅଲଗା ଅଲଗା ରାଜ୍ୟର ଛୁଟି ମଧ୍ୟ ସାମିଲ ରହିଛି।

ଆସନ୍ତୁ ଜାଣିବା କେବେ କେବେ ବ୍ୟାଙ୍କ ରହିବ ବନ୍ଦ

  • ଏପ୍ରିଲ ୧: ସବୁ ରାଜ୍ୟ-ବାର୍ଷିକ କ୍ଲୋଜିଂଗ
  • ଏପ୍ରିଲ ୨:ଗୁଜୁରାଟ, ଓଡିଶା, ତେଲେଙ୍ଗାନା ସମେତ ୭ଟି ରାଜ୍ୟ-ରାମ ନବମୀ
  • ଏପ୍ରିଲ ୫: ସବୁ ରାଜ୍ୟ-ରବିବାର
  • ଏପ୍ରିଲ ୬: ଉତ୍ତରପ୍ରଦେଶ, ଗୁଜୁରାଟ, ନୂଆଦିଲ୍ଲୀ, ମଧ୍ୟପ୍ରଦେଶ, କର୍ଣ୍ଣାଟକ-ମହାବୀର ଜୟନ୍ତୀ
  • ଏପ୍ରିଲ ୧୦: ନୂଆଦିଲ୍ଲୀ,ବିହାର, ପଞ୍ଜାବ, ଓଡିଶା, ପଶ୍ଚିମବଙ୍ଗ ସମେତ ୮ଟି ରାଜ୍ୟ-ଗୁଡ଼ ଫ୍ରାଇଡେ
  • ଏପ୍ରିଲ ୧୧: ସବୁ ରାଜ୍ୟ-ଦ୍ଵିତୀୟ ଶନିବାର
  • ଏପ୍ରିଲ ୧୨: ସବୁ ରାଜ୍ୟ-ରବିବାର
  • ଏପ୍ରିଲ ୧୩: ତ୍ରିପୁରା, ଆସାମ, ମଣିପୁର, ଜାମ୍ମୁ-ବୋହାଗ ବିହୁ
  • ଏପ୍ରିଲ ୧୪: ଉତ୍ତରପ୍ରଦେଶ, ଓଡିଶା ସମେତ ୯ଟି ରାଜ୍ୟ-ବାବା ଆମ୍ୱେଦକର ସାହେବ ଜୟନ୍ତୀ
  • ଏପ୍ରିଲ ୧୫: ଆସାମ, ହିମାଚଳ ପ୍ରଦେଶ-ବିହୁ, ହିମାଚଳ ଦିବସ
  • ଏପ୍ରିଲ ୧୯: ସବୁ ରାଜ୍ୟ-ରବିବାର
  • ଏପ୍ରିଲ ୨୦: ତ୍ରିପୁରା-ଗାରିଆ ପୂଜା
  • ଏପ୍ରିଲ ୨୫: ସବୁ ରାଜ୍ୟ-ଚତୁର୍ଥ ଶନିବାର
  • ଏପ୍ରିଲ ୨୬: ସବୁ ରାଜ୍ୟ-ରବିବାର
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.