ଜିଓ, ଭୋଡାଫୋନକୁ ଟକ୍କର ଦେବା ପାଇଁ BSNLର ପ୍ରସ୍ତୁତି, ୬୯୦୦୦ କୋଟି ଟଙ୍କାର ପ୍ରସ୍ତୁତ ହେଲା ଯୋଜନା

ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ, ଏମଟିଏନଏଲ ନିଜ ନିଜ ବ୍ୟବସାୟକୁ ବଢାଇବା ଲକ୍ଷ ନେଇ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି ।  ସରକାର ଏହି ଦୁଇ କମ୍ପାନୀ ମାନଙ୍କ ପୁନରୁତ୍ଥାନ ନେଇ ୬୯,୦୦୦ କୋଟି ଟଙ୍କାର ଏକ ଯୋଜନା ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି । ସୂତ୍ର ଅନୁଯାୟୀ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ୭ ଜଣ ସଦସ୍ୟ ବିଶିଷ୍ଟ ଏକ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରାଯାଇଛି । ଏହି ଦୁଇ ସରକାରୀ କମ୍ପାନୀ ବିଭିନ୍ନ ବେସରକାରୀ କମ୍ପାନୀ ମାନଙ୍କୁ ଟକ୍କର ଦେବା ପାଇଁ ନିଜ ନିଜର ପ୍ରସ୍ତୁତି ଚଳାଇଛନ୍ତି । ସୂତ୍ର ଅନୁଯାୟୀ ଭାରତ ସଞ୍ଚାର ନିଗମ ଲିମିଟେଡ଼( ବିଏସଏନଏଲ) ଓ ମହାନଗର ଟେଲିକମ ନିଗମ ଲିମିଟେଡ଼ (ଏମଟିଏନଏଲ) ନିଜ କାୟା ବିସ୍ତାର କରିବା ପାଇଁ ଏକ ଉଚ୍ଚ ସ୍ତରୀୟ ଏକ କମିଟି ଗଠନ କରିଛନ୍ତି ।

bsnl and mtnl

ଏହି ଯୋଜନାରେ ୪ ଜି ସ୍ପେକ୍ଟରମର ଆବଣ୍ଟନ ତଥା ବିକ୍ରି ଆଦି ଏକ୍ଷେତ୍ରରେ ସାମିଲ ଅଛି । ମିଳିଥିବା ସୂଚନା ଅନୁଯାୟୀ ଏହି କମିଟିରେ ରକ୍ଷାମନ୍ତ୍ରୀ ରାଜନାଥ ସିଂ, ସୂଚନା ଓ ଦୂର ସଂଚାର ମନ୍ତ୍ରୀ ରବିଶଙ୍କର ପ୍ରସାଦ, ଗୃହମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଲା ସିତାରମଣ,ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଦି ସାମିଲ ଅଛନ୍ତି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧକ୍ଷତରେ ଗଠିତ ମନ୍ତ୍ରୀ ମଣ୍ଡଳୀୟ ବୈଠକରେ ଏହି ଯୋଜନାକୁ ମଞ୍ଜୁରୀ ମିଳିଛି ।

ଅନ୍ୟ ପକ୍ଷରେ ଚଳିତ ବର୍ଷ ଅକ୍ଟୋବର ମାସରେ ସରକାର ଏହି ଦୁଇ ସରକାରୀ କମ୍ପାନୀ ମାନଙ୍କ ପୁନରୁଥାନ ପାଇଁ ୬୯ ହଜାର କୋଟି ଟଙ୍କାର ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି । ଏଥିରେ ବିଭିନ୍ନ ସୁବିଧା ମାନ କମ କରିବା, ପୁରୁଣା ସମ୍ପତି ଗୁଡିକୁ ବିକ୍ରି କରିବା, କର୍ମଚାରୀ ମାନଙ୍କୁ ସ୍ବେଛାକୃତ ଅବସର ଦେବା ପରି ଯୋଜନା ମାନ ସାମିଲ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.