୩ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା: ମହିଳାଙ୍କୁ ବି ମିଳିବ ୧୫୦୦ ଟଙ୍କା ମାସିକ ଭତ୍ତା

ରାଜ୍ୟ ସରକାର ସରକାରୀ କର୍ମଚାରୀ ଓ ମହିଳାମାନଙ୍କୁ ବଡ଼ ଉପହାର ଦେଇଛନ୍ତି । ଏହାସହିତ ମହିଳାଙ୍କ ପାଇଁ ୧୫୦୦ ଟଙ୍କା ପ୍ରତିମାସ ଭତ୍ତା ଦେବାକୁ ମଧ୍ୟ କହିଛନ୍ତି ।

କେନ୍ଦ୍ର ସରକାରଙ୍କ ପରେ ଏବେ ଆଉ ଏକ ରାଜ୍ୟ ମହଙ୍ଗା ଭତ୍ତା ବୃଦ୍ଧି କରିଛି । ଏହାସହିତ ମହିଳାଙ୍କ ପାଇଁ ୧୫୦୦ ଟଙ୍କା ପ୍ରତିମାସ ଭତ୍ତା ଦେବାକୁ ମଧ୍ୟ କହିଛନ୍ତି । ରାଜ୍ୟ ସରକାର ସରକାରୀ କର୍ମଚାରୀ ଓ ମହିଳାମାନଙ୍କୁ ବଡ଼ ଉପହାର ଦେଇଛନ୍ତି । ହିମାଚଳ ପ୍ରଦେଶ ସରକାର କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ରାଜ୍ୟର ସବୁ କର୍ମଚାରୀ ଓ ମହିଳାମାନଙ୍କୁ ଏହି ବିଶେଷ ଉପହାର ଦେଇଛନ୍ତି।

ଏହି ବୃଦ୍ଧି ପରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧ ପ୍ରତିଶତ ବୃଦ୍ଧି ପାଇ ୩୪ ପ୍ରତିଶତରେ ପହଞ୍ଚିଛି । ଯେଉଁଥିରେ ପ୍ରାୟ ୨.୧୫ ଲକ୍ଷ କର୍ମଚାରୀ ଓ ୧.୯୦ ଲକ୍ଷ ପେନସନଧାରୀଙ୍କ ଫାଇଦା ମିଳିବ। ସରକାରଙ୍କ ତରଫରୁ ଜାରି ହୋଇଥିବା ଏକ ବିଜ୍ଞପ୍ତି ଅନୁସାରେ, ଏହି ନିଷ୍ପତ୍ତି ପରେ ରାଜ୍ଯ ବଜେଟ ଉପରେ ପାଖାପାଖି ୫୦୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡିବ ।

ମହଙ୍ଗା ଭତ୍ତା ବୃଦ୍ଧି ପାଇବା ପରେ ମୁଖ୍ଯମନ୍ତ୍ରୀ ସୁଖୁଙ୍କ ପୂର୍ବ ବର୍ଷ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସରେ କରିଥିବା ଘୋଷଣାପତ୍ରରେ କରାଯାଇଥିବା ଏକ ପ୍ରତିଷୃତିକୁ ପୂରା କରିଛନ୍ତି । ଯେଉଁଥିରେ ପ୍ରାୟ ୯ ହଜାର ମହିଳାଙ୍କୁ ମାସିକ ୧୫୦୦ ଟଙ୍କା ପ୍ରଦାନ କରାଯିବ, ଯାହା ୨୦୨୩ ଜୁନରୁ ଆରମ୍ଭ ହେବ ।

ହିମାଚଳ ପ୍ରଦେଶ ସରକାର ୫୦ ବେଡ଼ଯୁକ୍ତ ସାମୁଦାୟିକ ସ୍ୱାସ୍ଥ୍ଯ କେନ୍ଦ୍ର ଓ କାଜାରେ ଏକ କଲେଜ ଖୋଲିବା ନେଇ ଘୋଷଣା କରିଛନ୍ତି । ତା ସହ ସ୍ପିତି ଘାଟି ନିକଟରେ ବିମାନ ବନ୍ଦରର ବିକାଶ ପାଇଁ ରକ୍ଷା ମନ୍ତ୍ରାଣଳୟକୁ ଚିଠି ଲେଖିବେ ବୋଲି କହିଛନ୍ତି । କାଜା ନିକଟରେ ରାଜୀବ ଗାନ୍ଧି ଡେ ବୋର୍ଡିଂ ସ୍କୁଲ ସ୍ଥାପିତ କରିବା ପାଇଁ ଜମି ଚିହ୍ନଟ ହୋଇସାରିଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ହିମାଚଳ ପ୍ରଦେଶ ସରକାରଙ୍କ ବ୍ୟତୀତ ଅନ୍ୟ ରାଜ୍ଯ ମାନଙ୍କରେ ମହଙ୍ଗା ଭତ୍ତା ବୃଦ୍ଧି ନେଇ ବିଚାର ହେଉଛି । କେନ୍ଦ୍ର ସରକାର ନିଜ କର୍ମଚାରୀମାନଙ୍କ ଓ ପେନସନଧାରୀଙ୍କ ୪୨ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । ନିକଟରେ ସରକାର କେନ୍ଦ୍ରୀୟ କର୍ମଚାରୀମାନଙ୍କର ୪ପ୍ରତିଶତ ଭତ୍ତା ବୃଦ୍ଧି କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.