ଭୁବନେଶ୍ୱର ରେଳ ଷ୍ଟେସନରେ କୋଣାର୍କ ଏକ୍ସପ୍ରେସ୍ରୁ ବିସ୍ଫୋରକ ଜବତ ଘଟଣା: ଆରପିଏଫ୍ର ତଦନ୍ତ ଜାରି
ଟ୍ରେନ ବଗିରେ ବିସ୍ଫୋରଣ ପାଇଁ ହୋଇଥିଲା କି ବଡ଼ ଯୋଜନା, ସେନେଇ ତନାଘନା ଆରମ୍ଭ କରିଛି RPF। ବିଶେଷକରି ଷ୍ଟେସନ ମାନଙ୍କରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏନେଇ ସମସ୍ତ ଷ୍ଟେସନ ଅଫିସରଙ୍କୁ ଭୁବନେଶ୍ୱର RPF ପକ୍ଷରୁ ଅନୁରୋଧ କରାଯାଇଛି ।

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ରେଳ ଷ୍ଟେସନର କୋଣାର୍କ ଏକ୍ସପ୍ରେସ୍ ଟ୍ରେନ୍ରୁ ଶୁକ୍ରବାର ବିସ୍ଫୋରକ ଜବତ ଘଟଣା ନେଇ ଆରପିଏଫ୍ ତଦନ୍ତ ଜାରି ରଖିଛି। ଟ୍ରେନ ବଗିରେ ବିସ୍ଫୋରଣ ପାଇଁ ହୋଇଥିଲା କି ବଡ଼ ଯୋଜନା, ସେନେଇ ତନାଘନା ଆରମ୍ଭ କରିଛି RPF। କୋଣାର୍କ ଏକ୍ସପ୍ରେସଟି ମୁମ୍ବାଇ ଠାରୁ ଖୋର୍ଦ୍ଧା ଷ୍ଟେସନ ଦେଇ ଗତି କରିଥିବାରୁ ଆରାଇଭାଲ ଓ ଡ଼ିପାଚର ଗୁଡିକ ପୁଙ୍ଖାନୁପୁଙ୍ଖ ଭାବରେ ଯାଞ୍ଚ କରାଯିବ ବୋଲି ଆରପିଏଫ୍ ପକ୍ଷରୁ କୁହାଯାଇଛି। ଉକ୍ତ ବଗିଟି କେଉଁ ପ୍ଲାଟଫର୍ମରେ ଲାଗିଥିଲା ଓ କେତେ ଲୋକ ଉକ୍ତ ବଗିରେ ଚଢ଼ିଛନ୍ତି ଓ କେଉଁମାନେ ହାତରେ ସନ୍ଦେହପୂର୍ଣ୍ଣ ଯାତ୍ରା କରିଛନ୍ତି ଓ ହାତରେ ଲଗେଜ ନେଇ ଯାତ୍ରା କରିଛନ୍ତି ସେନେଇ ଯାଞ୍ଚ କରାଯିବ।
ବିଶେଷକରି ଷ୍ଟେସନ ମାନଙ୍କରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି।ଏନେଇ ସମସ୍ତ ଷ୍ଟେସନ ଅଫିସରଙ୍କୁ ଭୁବନେଶ୍ୱର RPF ପକ୍ଷରୁ ଅନୁରୋଧ କରାଯାଇଛି। ମୁମ୍ବାଇରୁ ଟ୍ରେନର ଆରାଇଭାଲ ଡ଼ିପାଚର ସମୟରେ ଫୁଟେଜ ଯାଞ୍ଚ ପାଇଁ RPF ଟିମ ଭୁବନେଶ୍ୱର ବାହାରକୁ ଯାଇଛି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୫ରୁ ୨୦ ଜଣଙ୍କୁ ପଚରା ଉଚରା ଶେଷ ହୋଇଛି। ଘଟଣା ଦିନ ଭୁବନେଶ୍ୱର ରେଳ ଷ୍ଟେସନରେ ଉପସ୍ଥିତ ଥିବା ଗାର୍ଡ, ଅନ ଡ୍ୟୁଟି ଟିଟି, ହମାଲ, ଷ୍ଟେସନ ଡ୍ୟୁଟିରେ ଥିବା ଅଫିସର, CAW ଷ୍ଟାଫ,ଉପସ୍ଥିତ ଥିବା ବ୍ୟକ୍ତି ବିଶେଷଙ୍କ ଠାରୁ ତଥ୍ୟ ଆଦାୟ ଚାଲିଛି। ଏନେଇ ଏକ ଲମ୍ବା ତାଲିକା ପ୍ରସ୍ତୁତ କରିଛି RPF । ଅଭିଯୁକ୍ତଙ୍କୁ ହାତକଡ଼ି ପିନ୍ଧାଇବାକୁ ତତ୍ପର RPF ଟିମ ଏବେ ଏଭିଡେନ୍ସ ଏକାଠି କରିବାରେ ଲାଗି ପଡ଼ିଛି।