Below header

Honda Activa 125 ଉପରେ ମିଳୁଛି ୫ ହଜାର ଟଙ୍କା ଇନଷ୍ଟାଣ୍ଟ କ୍ୟାସବ୍ୟାକ୍‌, ଜାଣନ୍ତୁ କେମିତି ଉଠାଇବେ ଫାଇଦା

ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ନିଜ ବେଷ୍ଟ ସେଲିଙ୍ଗ ସ୍କୁଟର Activa 125 ଉପରେ ପାଞ୍ଚ ହଜାର ଟଙ୍କାର କ୍ୟାସବ୍ୟାକ ଅଫର ଦେଉଛି। ଯଦିଓ ଏହି କ୍ୟାସବ୍ୟାକର ସୁବିଧା କେବଳ ସେହି ଲୋକ ଉଠାଇ ପାରିବେ ଯେଉଁମାନେ ହୋଣ୍ଡାର ପାର୍ଟନର ବ୍ୟାଙ୍କ ଜରିଆରେ ସ୍କୁଟରକୁ ଫାଇନାନ୍ସରେ କ୍ରୟ କରିବେ।

ଏହି ଅଫରର ଫାଇଦା ଉଠାଇବା ପାଇଁ ଗ୍ରାହକଙ୍କୁ ଇଣ୍ଡସିଣ୍ଡ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ୟସ୍ ବ୍ୟାଙ୍କ ଏବଂ ଫେଡରାଲ୍ ବ୍ୟାଙ୍କର କ୍ରେଡିଟ୍ କାର୍ଡ କିମ୍ବା ଡେବିଟ୍ କାର୍ଡରେ ଇଏମଆଇରେ କିଣିବାକୁ ହେବ।

କମ୍ପାନୀ ନିଜ ଟ୍ଵିଟର ଆକାଉଣ୍ଟରେ ଏହି ଅଫର ବିଷୟରେ ସୂଚନା ଦେଇଛି। ଗ୍ରାହକ Activa 125କୁ ଅନଲାଇନ୍ ବୁକ୍ କଲେ ମଧ୍ୟ କ୍ୟାସବ୍ୟାକ ଅଫରର ଫାଇଦା ଉଠାଇପାରିବେ।

ଭେରିୟଣ୍ଟସ୍‌

ହୋଣ୍ଡା ଆକ୍ଟିଭା ୧୨୫ ସ୍କୁଟର ଭାରତୀୟ ବଜାରରେ ତିନୋଟି ଭେରିୟଣ୍ଟସରେ ଆସୁଛି। ଏଥିରେ ସ୍ଟେନଡର୍ଡ, ଅଲୟ ଏବଂ ଡିଲକ୍ସ ସାମିଲ ରହିଛି।

 ଦାମ୍‌

ଏହାର ସ୍ଟେନଡର୍ଡ ଭେରିୟଣ୍ଟର ଦିଲ୍ଲୀ ଏକ୍ସ-ସୋରୁମର ଦାମ ୭୦,୬୨୯ ଟଙ୍କା। ସେହିପରି ଏହାର ଅଲୟ ଭେରିୟଣ୍ଟର ଦାମ୍ ୭୪, ୧୯୮ ଟଙ୍କା ରହିଛି। ସେହିପରି ଏହାର ଟପ୍‌-ଆଣ୍ଡ ଭେରିୟଣ୍ଟ ଡିଲକ୍ସର ଏକ୍ସ-ସୋରୁମ ଦାମ ୭୭,୭୫୨ ଟଙ୍କା ରହିଛି।

ଇଞ୍ଜିନ

ପାଓ୍ଵାର ପାଇଁ ଏଥିରେ ୧୨୪ସିସି ର ସିଙ୍ଗଲ-ସିଲିଣ୍ଡର, ଏୟାର-କୁଲ୍ ଇଞ୍ଜିନ ଦିଆଯାଇଛି।

ପରଫର୍ମାନ୍ସ

ହୋଣ୍ଡା ଆକ୍ଟିଭା ୧୨୫ର ପାଓ୍ଵାର ପରଫର୍ମାନ୍ସ ବିଷୟରେ କହିବା ତ ଏହାର ୧୨୪ସିସି ଇଞ୍ଜିନ ୬,୦୦୦ ଆରପିଏମରେ 8.14 bhp ମ୍ୟାକ୍ସିମମ୍ ପାଓ୍ଵାର ଜେନେରେଟ କରିଥାଏ। ସେହିପରି ୫,୦୦୦ ଆରପିଏମରେ ଏହାର ଇଞ୍ଜିନ 10.3 Nmର ପିକ୍ ଟର୍କ ଦେଇଥାଏ।

ଫିଚର୍ସ

ହୋଣ୍ଡାର ଏହି ସ୍କୁଟରରେ ଏସିଜି ସାଇଲେଣ୍ଟ ଷ୍ଟାର୍ଟ ସିଷ୍ଟମ ସହିତ ଓ୍ଵାନ-ଟଚ ଫଙ୍କସନ୍ ଫିଚର ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.