Below header

୬ଜିବି ରାମ୍ ସହ ଲଞ୍ଚ ହେଲା ଅନର ପ୍ଲେ

ନୂଆଦିଲ୍ଲୀ : ହୁୱାଇର ସବ୍-ବ୍ରାଣ୍ଡ ଅନର ଭାରତରେ ଲଞ୍ଚ କରିଛି ଅନର ପ୍ଲେ ସ୍ମାର୍ଟଫୋନ। ଏହି ମୋବାଇଲରେ ଖାସ ହେଉଛି ୧୯.୫:୯ ଡ଼ିସପ୍ଲେ ,ଡ଼ୁଆଲ ରିଅର କ୍ୟାମେରା ସେଟଅପ୍, ଜିପିୟୁ ଟର୍ବି ଟେକ୍ନୋଲୋଜି। ଅନର ପ୍ଲେ ସ୍ମାର୍ଟଫୋନ ୪/୬୪ ଜିବି ଏବଂ ୬/୬୪ ଜିବି ଭେରିଏଣ୍ଟରେ ଲଞ୍ଚ ହୋଇଛି ଯାହାର ମୂଲ୍ୟ ୧୯,୯୯୯ ଏବଂ ୨୩,୯୯୯ ଟଙ୍କା ରହିଛି। ଏହା ବର୍ତ୍ତମାନ ନେଭି ବ୍ଲୁ ଏବଂ ମିଡ଼ନାଇଟ ନାଇଟ ରଙ୍ଗରେ ଉପଲବ୍ଧ ରହିଛି। ଏହାକୁ କିଣିବା ସହ ଗ୍ରାହକଙ୍କୁ ଭୋଡ଼ାଫୋନରେ ୧୦ ଜିବି ମାଗଣା ଡ଼ାଟା  ସହ ଆମାଜନ ପ୍ରାଇମର ସବସ୍କ୍ରିପସନ୍ ମାଗଣା ମିଳିବ।

ଅନର ପ୍ଲେ ସ୍ମାର୍ଟଫୋନର ଡ଼ିସପ୍ଲେ ୬.୩ଇଞ୍ଚ ଫୁଲ ଏଚଡ଼ି ପ୍ଲସ ରହିବା ସହ ପ୍ରୋସେସର ଅକ୍ଟାକୋର ହୁୱାଇ ହାଇସିଲିକନ୍ କିରିନ୍ ୯୭୦ ରହିଛି। ଏଥିରେ ଏକ୍ସାପେଣ୍ଡେବଲ୍ ୨୫୬ଜିବି ମେମୋରୀ ଏବଂ ୩୭୫୦ ଏମଏଏଚର ଫିଚର ମଧ୍ୟ ରହିଛି।

କ୍ୟାମେରା  ବିଷୟରେ କହିବାକୁ ଗଲେ ଏଥିରେ ଡ଼ୁଆଲ ସେଟଅପ କ୍ୟାମେରା ସେଟଅପ ରହିଛି। ୧୬ମେଗାପିକ୍ସଲ୍ ପ୍ରାଇମେରୀ କ୍ୟାମେରା ସହ ୨ମେଗାପିକ୍ସଲ ସେକେଣ୍ଡାରୀ କ୍ୟାମେରା ରହିଛି। ଏଥିସହ ୧୬ ମେଗାପିକ୍ସଲ୍ ଫ୍ରଣ୍ଟ  କ୍ୟାମେରା ରହିଛି ଯାହା ଏଫ୍/୨.୦ ଆପେଚର ସହିତ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.