Below header

ଆପଣଙ୍କ ପକେଟରେ ଥିବା ନୂଆ ୧୦୦ ଟଙ୍କିଆ ନୋଟ୍ ଅସଲି ନା ନକଲି ? କେମିତି ଜାଣିବେ

ଏବେ ଆପଣଙ୍କ ପକେଟକୁ ଆସିଗଲାଣି ୧୦୦ ଟଙ୍କିଆ ନୂଆ ନୋଟ୍ । ୧୦୦ ଟଙ୍କାର ଏହି ନୂଆ ନୋଟର ରଙ୍ଗ ହେଉଛି ବାଇଗଣୀ । ତେବେ କୌଣସି ନୂଆ ନୋଟ୍ ବଜାରକୁ ଆସିଲେ ତା ସହ ଆସିଥାଏ ଏକ ସମସ୍ଯା । ଅର୍ଥାତ୍ ନକଲି ନୋଟ୍ ଆସିବାର ସମ୍ଭାବନା ବଢିଯାଇଥାଏ । ହେଲେ କେମିତି ଜାଣିବେ ଆପଣଙ୍କ ପକେଟରେ ଥିବା ନୋଟ୍ ନକଲି ନା ଅସଲି । ୧୦୦ ଟଙ୍କିଆ ଏହି ନୂଆ ନୋଟ୍ ମହାତ୍ମା ଗାନ୍ଧୀ ସିରିଜରେ ଜାରି ହେବ । ନୂଆ ୧୦୦ ଟଙ୍କିଆ ନୋଟରେ ଗୁଜୁରାଟର ରାଣୀ କି ଭାବର ଚିତ୍ର ରହିବ।

ନୂଆ ନୋଟ୍ ପୁରୁଣା ଠାରୁ ସାମାନ୍ୟ ଛୋଟ ଓ ୧୦ ଟଙ୍କିଆଠାରୁ ସାମାନ୍ୟ ବଡ଼ ରହିବ। ଏହାର ଡାଇମେନସନ୍  ୬୬mm ଙ୍ଘ ୧୪୨ mm । ତେବେ ନୂଆ ୧୦୦ ଟଙ୍କିଆ ଆସିବା ପରେ ମଧ୍ୟ ପୁରୁଣା ନୋଟ୍ ମଧ୍ୟ ପ୍ରଳଚନରେ ରହିବ ବୋଲି କହିଛି ରିଜର୍ଭ ବ୍ୟାଙ୍କ୍ । ତେବେ ଏହି ନୂଆ ନୋଟ୍ ଆପଣଙ୍କ ପକେଟରେ ପହଂଚିବାକୁ ସମୟ ଲାଗିବ । କିନ୍ତୁ ଏହା ଆପଣଙ୍କ ନିକଟରେ ପହଂଚିବା ଭିତରେ ସମସ୍ତ ଫିଚର୍ ଜାଣିବା ନିହାତି ଜରୁରୀ । ଯାହା ଫଳରେ ଅସଲ ଏବଂ ନକଲ ମଧ୍ୟରେ ଫରକ ଜାଣିପାରିବେ ।

ଏହା ସହ ପଢନ୍ତୁ : ୧୦୦ ଟଙ୍କିଆ ନୋଟ୍ ସହ ଗୁଜୁରାଟର କଣ ରହିଛି କନେକ୍ସନ୍ ? କାହିଁକି ରହିଛି ରାଣୀ କି ଭାବର ଚିତ୍ର

ନୋଟର ସାମ୍ନା ଫିଚର୍ : 

front

– ଦେବନଗରୀରେ ୧୦୦ ଲେଖାଯାଇଥିବ ।

– ନୋଟର ମଧ୍ୟଭାଗରେ ମହାତ୍ମାଗାନ୍ଧୀଙ୍କ ଚିତ୍ର ରହିବ ।

– ଛୋଟ ଅକ୍ଷରରେ RBI, ଭାରତ , India ଏବଂ ୧୦୦ ଲେଖାହୋଇଥିବ ।

– ସୁରକ୍ଷା ପାଇଁ ସିକ୍ୟୁରିଟି ଥ୍ରେଡ୍ ମଧ୍ୟ ଲଗାଯାଇଛି । ଏଥିରେ କଲର୍ ସିଫ୍ଟ ମଧ୍ୟ ରହିଛି । ଯେତେବେଳେ ନୋଟକୁ ମୋଡିବେ ସେତେବେଳେ ଥ୍ରେଡର ରଙ୍ଗ ସବୁଜ ଏବଂ ନୀଳ ହୋଇଯିବ ।

– ଏହା ସହ ଗ୍ୟାରେଂଟି କ୍ଲଜ୍, ଗଭର୍ଣ୍ଣରଙ୍କ ହସ୍ତାକ୍ଷର ଶପଥ ସହ ଆରବିଆଇର ଏମବ୍ଲେମ୍ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ଫଟୋର ଡାହଣ ପଟେ ରହିବ ।

– ଅଶୋକ ସ୍ତମ୍ବ ମଧ୍ୟ ଡାହଣ ପଟେ ରହିବ ।

ପଛ ଫିଚର : 

back– ନୋଟର ପଛ ପଟେ ପ୍ରିଂଟିଙ୍ଗର ବର୍ଷ ଲେଖା ରହିବ ।

– ସ୍ବଚ୍ଛ ଭାରତର ଲୋଗ ଏବଂ ଏହାର ମିଶନ ମଧ୍ୟ ରହିବ ।

– ରାଣୀ କି ଭାବ୍ ରହିବ ପଛ ପଟେ

– ଦେବନଗରୀରେ ୧୦୦ ଲେଖା ରହିବ

ଯଦି ଆପଣଙ୍କୁ ଏହି ସବୁ ଫିଚର ମନେ ନରହୁଛି ତେବେ ଆରବିଆଇର ସାହାଯ୍ୟରେ କେତେବେଳେ ଯାଂଚ୍ କରି ପାରିବେ । କାରଣ ଆରବିଆଇ paisaboltahai.rbi.org.in ପୋର୍ଟାଲ ଆରମ୍ଭ କରି ସାରିଛି। ଏହି ସାଇଟରେ ଆପଣ ସମସ୍ତ ନୂଆ ନୋଟ ବିଷୟରେ ସବିଶେଷ ବିବରଣୀ ଜାଣି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.