Mutual Fundsରୁ ଟଙ୍କା ବାହାର କରିବାକୁ ଚାହୁଁଛନ୍ତି କି, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ : ଲୋକଙ୍କ ମଧ୍ୟରେ Mutual Fundsନେଇ ଜ୍ଞାନ ବଢ଼ାଇବା ପାଇଁ ଅନେକ ଚେଷ୍ଟା ଚଲାଉଛନ୍ତି ବିଭିନ୍ନ ବ୍ୟାଙ୍କ। ଏଣୁ ଏବେ ଲୋକମାନେ ଅଧିକ ସମୟ ପର୍ଯ୍ୟନ୍ତ ନିବେଶକକୁ ନଜରରେ ରଖି Mutual Funds ଗୁଡିକରେ ଟଙ୍କା ରଖିବା ଆରମ୍ଭ କରିଛନ୍ତି। ଗ୍ରାହକମାନେ Mutual Fundsରେ ଟଙ୍କା ନିବେଶ କରିବା ଜାଣିଛନ୍ତି କିନ୍ତୁ ତାହାକୁ କିପରି ବାହାର କରିବେ ସେ ନେଇ ଅନେକଙ୍କର କୌଣସି ଜ୍ଞାନ ରହିନାହିଁ। ଆଜି ଆମେ ଆପଣଙ୍କୁ ମ୍ୟୁଚୁଆଲ ଫଣ୍ଡରୁ ଟଙ୍କା ବାହାର କରିବାର ସରଳ ଉପାୟ କହିବାକୁ ଯାଉଛୁ।

ଆପଣ ମ୍ୟୁଚୁଆଲ ଫଣ୍ଡରେ ଇନଭେଷ୍ଟ କରିଥିବା ଟଙ୍କା ଯେକୌଣସି କାର୍ଯ୍ୟଦିବସରେ ବାହାର କରିପାରିବେ। ଯଦି ଏଥିପାଇଁ ଆପଣ କୌଣସି ଏଜେଣ୍ଟଙ୍କ ସାହାଯ୍ୟ ନଲୋଡି ସମସ୍ତ କାମ ନିଜେ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ମ୍ୟୁଚୁଆଲ ଫଣ୍ଡର ଅଫିସିଆଲ ୱେବସାଇଟରୁ ଟ୍ରାଞ୍ଜାକସନ୍ ସ୍ଳିପ୍ ଡାଉନଲୋଡ କରିବାକୁ ପଡିବ। ଏହି ଫର୍ମକୁ ଭର୍ତ୍ତି କରି ଆପଣଙ୍କ ମ୍ୟୁଚୁଆଲ ଫଣ୍ଡ ଥିବା ଯେକୌଣସି କାର୍ଯ୍ୟଳୟରେ ଦେଇପାରିବେ।

mutual fund

ଅନଲାଇନ ମଧ୍ୟ ବାହାର କରିପାରିବେ ଟଙ୍କା

ମ୍ୟୁଚୁଆଲ ଫଣ୍ଡ ନିବେଶକ ଅନଲାଇନରେ ମଧ୍ୟ ଟଙ୍କା ବାହାର କରିପାରିବେ। ଅଧିକାଂଶ ମ୍ୟୁଚୁଆଲ ଫଣ୍ଡ କମ୍ପାନୀ ଅନଲାଇନ ଜରିଆରେ ଟଙ୍କା ବାହାର କରିବାର ସୁବିଧା ଯୋଗାଇଥାନ୍ତି। ଯଦି ଆପଣ ମ୍ୟୁଚୁଆଲ ଫଣ୍ଡର ଟଙ୍କା ଅନଲାଇନ ନିବେଶ କରିଛନ୍ତି ତେବେ ଏହାକୁ ବାହାର କରିବା ପ୍ରକ୍ରିୟା ମଧ୍ୟ ଖୁବ ସହଜ। ଏଥିପାଇଁ ମ୍ୟୁଚୁଆଲ ଫଣ୍ଡ ଆକାଉଣ୍ଟର ୟୁଜର ଆଇଡି ଏବଂ ପାସୱାର୍ଡ ଆପଣଙ୍କ ପାଖରେ ଥିବା ଆବଶ୍ୟକ।

money_rupee

ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଆସିବାକୁ କେତେ ଦିନ ଲାଗିବ ସମୟ

ଲିକ୍ୟୁଡ୍ ଅଥବା ଡେଟ ଓରେଏଣ୍ଟେଡ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିଥିଲେ ମାତ୍ର ଦୁଇଦିନ ମଧ୍ୟରେ ଟଙ୍କା ଫେରସ୍ତ ମିଳିଯାଇଥାଏ। ଡେଟ ମ୍ୟୁଚୁଆଲ ଫଣ୍ଡର ୟୁନିଟ ବଦଳରେ ସେହି ଦିନ ହିଁ ଟଙ୍କା ମିଳିଯାଇଥାଏ। ଇକ୍ୟୁଟି ଫଣ୍ଡର ଟଙ୍କା ମିଳିବା ପାଇଁ ନିବେଶକଙ୍କୁ ୪-୫ ଦିନ ସମୟ ଲାଗିଥାଏ। ସୂଚନାଯୋଗ୍ୟ କି, ଯଦି ଆପଣ ଇକ୍ୟୁଟି ଫଣ୍ଡରେ ନିବେଶ କରିଛନ୍ତି ଏବଂ ୟୁନିଟ କିଣିବାର ୩୬୫ ଦିନ ମଧ୍ୟରେ ଆପଣ ସେହି ଫଣ୍ଡକୁ ଭାଙ୍ଗି ଦେଉଛନ୍ତି ତେବେ ୧% ପର୍ଯ୍ୟନ୍ତ ଏକଜିଷ୍ଟ ଲୋଡ ଦେବାକୁ ପଡିପାରେ। ଆପଣଙ୍କୁ କହିବାକୁ ଚାହିଁବୁ ଲିକ୍ୟୁଡ ଫଣ୍ଡ ଏବଂ ଅଲଟ୍ରା ସର୍ଟ ଟର୍ମ ଫଣ୍ଡ ଗୁଡିକରେ କୌଣସି ଏକଜିଷ୍ଟ ଲୋଡ ଲାଗି ନଥାଏ।

mutual fund 2

ମ୍ୟୁଚୁଆଲ ଫଣ୍ଡର ୟୁନିଟ ରିଡିମ ବା ବଦଳରେ ଟଙ୍କା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଆସିଥାଏ। ଯଦି ଆପଣ ନିବେଶ ସମୟରେ ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ସମସ୍ତ ସୂଚନା ପ୍ରଦାନ କରିଥିବେ। ଯଦି ମ୍ୟୁଚୁଆଲ ଫଣ୍ଡ ପାଖରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ସଂପୂର୍ଣ୍ଣ ତଥ୍ୟ ନଥିବ ତେବେ ସେମାନେ ଚେକ୍ ଜରିଆରେ ଟଙ୍କା ଆପଣଙ୍କ ଠିକଣାକୁ ପଠାଇଦେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.