ଲିଙ୍ଗଗତ ଅସମାନତା ପାଇଁ ପୁରୁଷ ପିନ୍ଧିଲେ ମିନିସ୍କଟ୍‌, ସୋସିଆଲ ମିଡିଆରେ ଦେଲେ ଏମିତି ବର୍ତ୍ତା

୨୪ ମେରେ ତାଇବାନ ସହରରେ ଅନୁଷ୍ଠିତ ହେବାକୁ ଯାଉଛି ଏକ ବିରଳ ସୋ। ଯାହାର ନାମ ‘ବେଟିଙ୍ଗ ସୋ’ ରଖାଯାଇଛି । ଏହି ସୋରେ ହଜାର ହଜାର ପୁରୁଷ ମିନିସ୍କଟ ପିନ୍ଧି ସମଲିଙ୍ଗି ବିବାହ ସପକ୍ଷରେ ଏବଂ ଲିଙ୍ଗଗତ ଅସମାନତା ବିରୋଧରେ ଦାବି କରିବେ । ଏନେଇ ଏହି ସପ୍ତାହରେ ସମସ୍ତ ପୁରୁଷ ମିନିସ୍କଟ ପିନ୍ଧି ସ୍କୁଲ,କଲେଜ,ୟୁୁନିଭର୍ସିଟି ଓ ଅଫିସକୁ ଯିବେ ବୋଲି ଜଣାପଡିଛି । ଆଉ ବର୍ତ୍ତମାନ ଏପ୍ରସଙ୍ଗରେ ଲୋକଙ୍କୁ ସୋସିଆଲ ମିଡିଆରେ ଆହ୍ଵାନ ଦିଆଯାଉଛି । ଯାହାକୁ ନେଇ ଏବେ ଚିନ୍ତାରେ ତାଇବାନ ସଂସଦ ।

ସୋସିଆଲ ମିଡିଆରେ କରାଯାଉଛି ଭାଇରାଲ


ଫେସବୁକରେ ପୁରଷ ମାନଙ୍କର ମିନିସ୍କଟ ପିନ୍ଧା ଫଟୋ ସହିତ ହାସଟ୍ୟାଗ୍‌ରେ ‘ପୁଟ ଅନ ଓୟାର ମିନିସ୍କଟ’ ଲେଖି ସେୟାର କରାଯାଉଛି । ଏହି ଫଟୋ ଗୁଡିକରେ କେବଳ ସ୍କୁଲ, କଲେଜର ଛାତ୍ର ନୁହ ବରଂ ବେସରକାରୀ କର୍ମଚାରୀ ମାନେ ମଧ୍ୟ ସାମିଲ ରହିଛନ୍ତି ।

ସମଲିଙ୍ଗ ବିିବାହ ପାଇଁ ହେବ ବିରଳ ବେଟିଙ୍ଗ
ସମଲିଙ୍ଗୀ ପ୍ରେମୀଯୁଗଳଙ୍କ ପାଖରେ ଆଇନଗତ ଭାବେ ବିବାହ ପାଇଁ ଅଧିକାର ରହିଛି ବୋଲି ମେ ୨୦୧୭ରେ ତାଇବାନ କୋର୍ଟ ଆଦେଶ ଦେଇଥିଲେ । ଏହା ସହିତ ଏହି ସମଲିଙ୍ଗ ବିବାହକୁ ଆଇନ ପରିଧିକୁ ଆଣିବା ପାଇଁ ଦୁଇବର୍ଷ ସମୟ ସୀମା ନିର୍ଦ୍ଧାରଣ କରାଯାଇଥିଲେ । ଯଦି ୨୪ ମେରେ ତାଇବାନ ସଂସଦ ସମଲିଙ୍ଗୀ ବିବାହର ବିଲକୁ ପାସ୍‌ କରିଦିଏ, ତେବେ ସମଲିଙ୍ଗୀ ବିବାହକୁ ମଞ୍ଜୁରୀ ଦେବା କ୍ଷେତ୍ରରେ ତାଇବାନ ଏସିଆର ସର୍ବପ୍ରଥମ ଦେଶ ହେବ ବୋଲି କୁହାଯାଇଛି ।

ଏପରି ଭିନ୍ନ ପଦକ୍ଷେପ ନେବାର କାରଣ

ସ୍କୁଲରେ ଫୁଟବଲ ଖେଲୁଥିବା ସମୟରେ ଶିକ୍ଷକ ମିନିସ୍କଟ ପିନ୍ଧି ଆସିଥିବାରୁ ଅନେକ ମିନିସ୍କଟ ପିନ୍ଧା ଛାତ୍ର କହିଥିଲେ ଏହା ତାଙ୍କୁ ବହୁତ ଅଜବ ଲାଗୁଛି । ହେଲେ ଶିକ୍ଷକ ତାଙ୍କୁ ଉତ୍ତରରେ କହିଥିଲେ ଏହା ପିନ୍ଧିିବାକୁ ତାଙ୍କୁ ପସନ୍ଦ ଲାଗୁଛି ତେଣୁ ଏହାକୁ ସମସ୍ତେ ପିନ୍ଧିବା ଦରକାର ଓ ଲିଙ୍ଗଗତ ଅସମାନତାକୁ ଦୂର କରିବା ଦରକାର ।

ଗତବର୍ଷ ଏକ ଜନମତ ସର୍ଭେ ହୋଇଥିଲା ।ଯେଉଁଥିରେ ଦୁଇତୃତିୟାଂଶ ଲୋକ ଏହି ସମଲିଙ୍ଗୀ ବିବାହକୁ ବିରୋଧ କରି କହିଥିଲେ ଦେଶରେ କେବଳ ନାରୀ ପୁରୁଷ ବିବାହ ପ୍ରଥା ପ୍ରଚଳନ ହେବା ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.