ଡିଜିଟାଲ ରୁପି ଓ ରୁପି ନୋଟ ମଧ୍ୟରେ କ’ଣ ପ୍ରଭେଦ, ଭାରତରେ କ’ଣ ଏହା ଲାଗୁ ହେବ କି ?

ନୂଆଦିଲ୍ଲୀ : ଭାରତର କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଡିଜିଟାଲ ନୋଟର ପ୍ରଚଳନ ନେଇ ‘ତରବର ’ ନହେବାକୁ କହିଛନ୍ତି । ଆରବିଆଇ ତରବର ହୋଇ ନିଜର ଡିଜିଟାଲ କରେନ୍ସି ପ୍ରଚଳନ କରିବା ପରିବର୍ତ୍ତେ ଏଥିପାଇଁ ଅଧିକ ବିଚାର ବିମର୍ଶର ଆବଶ୍ୟକତା ରହିଛି ।

କାରଣ ବିଭିନ୍ନ ସେଣ୍ଟ୍ରାଲ ବ୍ୟାଙ୍କ ମଧ୍ୟରେ ସବୁଠୁ କ୍ଷମତାଶାଳୀ ୟୁଏସ୍‌ ଫେଡରାଲ ରିଜର୍ଭ ବ୍ୟାଙ୍କ୍‌ ଏପର୍ଯ୍ୟନ୍ତ ଡିଜିଟାଲ କଥା ଚିନ୍ତା କରିପାରି ନାହିଁ ।  ତେଣୁ ଏହାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ବଜେଟ ଘୋଷଣା ପରେ ଆରବିଆଇ ୨୦୨୩ ସୁଦ୍ଧା ଡିଜିଟାଲ କରେନ୍ସି ପ୍ରଚଳନ ପାଇଁ ତରବର ହେବା ଉଚିତ୍‌ ନୁହେଁ ।

ଯଦିଓ ଭାରତରେ ବିଗତ କିଛି ବର୍ଷରେ ଡିଜିଟାଲ ପେମେଣ୍ଟ ସିଷ୍ଟମ ଓ ଏହାର ପ୍ରତିଷ୍ଠା ଉପରେ ଭାରତରେ ବହୁତ କିଛି ଉନ୍ନତି ଘଟିଛି, ତଥାପି ଡିଜିଟାଲ ପେମେଣ୍ଟ ଦିଗରେ ଭାରତ ସରକାର ପୁଣି ଥରେ ଚିନ୍ତା କରିବା ଉଚିତ୍‌ ।

ଡିଜିଟାଲ କରେନ୍ସି କ’ଣ

କୌଣସି କେନ୍ଦ୍ରୀୟ ବ୍ୟାଙ୍କର ଡିଜିଟାଲ କରେନ୍ସିକୁ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି କୁହାଯାଏ । ଯେଉଁ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଏହାକୁ ଜାରି କରିଥାଏ ସେହି ଦେଶର ସରକାରଙ୍କ ମାନ୍ୟତା ଏହାକୁ ହାସଲ ହୋଇଥାଏ । ଡିଜିଟାଲ କରେନ୍ସି ସେହି ବ୍ୟାଙ୍କର ବାଲାନ୍ସ ସିଟରେ ମଧ୍ୟ ଶାମିଲ ହୋଇଥାଏ । ଡିଜିଟାଲ କରେନ୍ସି ଦୁଇ ପ୍ରକାର ହୋଇଥାଏ । ଗୋଟିଏ ରିଟେଲ ଓ ଅନ୍ୟଟି ହୋଲସେଲ୍‌ । ରିଟେଲ ଡିଜିଟାଲ କରେନ୍ସିକୁ ସାଧାରଣ ଲୋକ ଓ କମ୍ପାନି ବ୍ୟବହାର କରିଥାନ୍ତି । ହୋଲସେଲ ଡିଜିଟାଲ କରେନ୍ସିକୁ ବିତ୍ତୀୟ ସଂସ୍ଥାନ ଦ୍ୱାରା ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.