ଆଇପିଏଲ୍‌ ନିଲାମ ୨୦୨୨: ଜାଣନ୍ତୁ କେଉଁ ଖେଳାଳିଙ୍କୁ କେତେ ଟଙ୍କାରେ କିଣିଲା କେଉଁ ଟିମ୍‌

ବାଙ୍ଗାଲୋରରେ ଆଇପିଏଲ୍‌ ନିଲାମୀ ଆରମ୍ଭ ହୋଇଯାଇଛି। ମାର୍ଚ୍ଚ ଏବଂ ଏପ୍ରିଲରେ ଖେଳାଯିବାକୁ ଥିବା ଆଇପିଏଲ ସିଜନ ୧୫ ପାଇଁ ଆଜି ଖେଳାଳି ନିଲାମ ହେଉଛନ୍ତି। ଏଥିରେ ୫୯୦ ଖେଳାଳିଙ୍କ ନାମ ସାମିଲ ରହିଛି। ଏମାନଙ୍କ ଭିତରେ ଅଛନ୍ତି ୩୭୦ ଭାରତୀୟ ଏବଂ ୨୨୦ ବିଦେଶୀ ଖେଳାଳି । ତେବେ ଭାରତ ପରେ ଅଷ୍ଟ୍ରେଲିଆରୁ ସର୍ବାଧିକ ୪୭ ଜଣ ଖେଳାଳିଙ୍କ ଅକ୍ସନ ଲିଷ୍ଟରେ ସ୍ଥାନ ଦିଆଯାଇଛି । ନିଲାମିରେ ୭ଟି ଆସୋସିଏଟ୍‌ ଦେଶ ମଧ୍ୟ ସାମିଲ ହେବେ । ମେଗା ଅକ୍ସନ୍‌ର ପ୍ରଥମ ଦିନରେ ୧୬୧ ଖେଳାଳିଙ୍କ ନିଲାମ କରାଯିବ । ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଇଶାନ କିଷନ ୧୫.୨୫ କୋଟି ଟଙ୍କା ସହ ସବୁଠୁ ମହଙ୍ଗା ଖେଳାଳି ରହିଛନ୍ତି।  ଦୀପକ ଚହର, ଲିୟାମ ଲିଭିଙ୍ଗଷ୍ଟୋନ, ଶ୍ରେୟସ ଆୟରଙ୍କ ପରି ତାରକା ଖେଳାଳି ମଧ୍ୟ ମହଙ୍ଗା ରହିଛନ୍ତି।

ରୟାଲ ଚ୍ୟାଞ୍ଜେଲର୍ସ ବାଙ୍ଗାଲୋର: ଫ୍ଲାଫ ଡୁପ୍ଲେସିସ(୭ କୋଟି), ହର୍ଷଲ ପଟେଲ (୧୦.୭୫ କୋଟି), ଓ୍ଵାନିଣ୍ଡୁ ହସରଙ୍ଗା (୧୦.୭୫ କୋଟି), ଦିନେଶ କାର୍ତ୍ତିକ (୫.୫୦ କୋଟି), ମହମ୍ମଦ ସିରାଜ (୭ କୋଟି),

କୋଲକତା ନାଇଟ ରାଇଡର୍ସ: ଶ୍ରେୟସ ଆୟର (୧୨.୨୫ କୋଟି), ପ୍ୟାଟ୍‌ କମିନ୍ସ (୭.୨୫ କୋଟି), ନୀତିଶ ରାଣା (୮ କୋଟି)

ପଞ୍ଜାବ କିଙ୍ଗସ: ଶିଖର ଧଓ୍ଵନ (୮.୨୫ କୋଟି), କେ ରାବାଡା (୯.୨୫ କୋଟି), ଜନି ବେୟାରଷ୍ଟୋ (୬.୭୫ କୋଟି)

ଚେନ୍ନାଇ ସୁପରକିଙ୍ଗସ୍‌: ରବିନ ଉତ୍ଥାପା (୨ କୋଟି), ବ୍ରାଭୋ (୪.୪୦ କୋଟି), ଅମ୍ବାତି ରାଇଡୁ (୬.୭୫ କୋଟି)

ଦିଲ୍ଲୀ କ୍ୟାପିଟାଲ୍ସ: ଡେଭିଡ ଓ୍ଵାର୍ଣ୍ଣର(୬.୨୫ କୋଟି), ମିଚେଲ ମାର୍ସ (୬.୫୦ କୋଟି),

ରାଜସ୍ଥାନ ରୟାଲ୍ସ: ଆର ଅଶ୍ୱିନୀ(୫ କୋଟି), ଦେବଦତ୍ତ ପାଡିକିଲ୍ଲ (୭.୭୫ କୋଟି), ସିମରନ ହଟମେୟାର (୮.୫୦ କୋଟି), ଟ୍ରେଣ୍ଟ ବୋଲ୍ଟ (୮ କୋଟି)

ମୁମ୍ବାଇ ଇଣ୍ଡିଆନ୍ସ: ଈଶାନ କିଶନ(୧୫.୨୫ କୋଟି),

ସନରାଇଜର୍ସ ହାଇଦ୍ରାବାଦ : ଓ୍ଵାଶିଂଟନ ସୁନ୍ଦର( ୮.୭୫ କୋଟି), ନିକୋଲାସ ପୋରସ (୧୦.୭୫ କୋଟି)

ଲକ୍ଷ୍ମୌ ସୁପରଜିଆଣ୍ଟସ: ଡି କକ୍‌ (୬.୭୫ କୋଟି), ମନୀଷ ପାଣ୍ଡେ (୪.୬୦ କୋଟି), ଦୀପକ ହୁଡ୍ଡା (୫.୭୫ କୋଟି), କୁନାଲ ପାଣ୍ଡ୍ୟା (୮.୨୫ କୋଟି)

ଗୁଜୁରାଟ ଟାଇଟନ୍ସ: ମହମ୍ମଦ ସାମି (୬.୨୫ କୋଟି),

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.