ଆଇବିପିଏସ ତରଫରୁ ଜାରି ହେଲା ୮୦୮୧ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା, ତୁରନ୍ତ କରନ୍ତୁ ଆବେଦନ

ବ୍ୟାଙ୍କିଙ୍ଗ କାର୍ମୀକ ଚୟନ ସଂସ୍ଥାନ ବା ଆଇବିପିଏସ ବିଭିନ୍ନ କ୍ଷେତ୍ରରେ ଗ୍ରାମୀଣ ବ୍ୟାଙ୍କ ଗୁଡିକରେ ଖାଲି ଥିବା ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି କରିଛନ୍ତି । ଏହି ଭର୍ତ୍ତି ଅଫିସ ଆସିଷ୍ଟାଣ୍ଟ କ୍ଲର୍କ ତଥା ଅଫିସର ସ୍କେଲ ୧,୨ ଓ ୩ ପାଇଁ ଅଛି । ଏହି ଭର୍ତ୍ତି ପାଇଁସେପ୍ଟେମ୍ବର( ସମ୍ଭାବିତ) ନୋଟିଫିକେସନ ଗତ ଜୁନ ୬ ତାରିଖରେ ଜାରି କରାଯାଇଛି । ଯେଉଁମାନେ ଏହି ନିଯୁକ୍ତି ପାଇଁ ଆଶାୟୀ ଅଛନ୍ତି ସେମାନେ ଅଧିକାରୀକ ନୋଟିଫିକେସନ ଜରିଆରେ ଅବିପିଏସର ଅଫିସିଆଲ ୱେବସାଇଟକୁ ଯାଇ ପଢି ପାରିବେ । ଏହା ସହ ଆଶାୟୀ ମାନେ ନିଜ ନିଜ ଆବେଦନ ବି କରିପାରିବେ ।

IBPS ପକ୍ଷରୁ ଜାରି ହୋଇଥିବା ବିଭିନ୍ନ ପଦ ପାଇଁ ଆବେଦନ ପ୍ରକ୍ରିୟା ଜୁନ ୭ ତାରିଖରୁ ଆରମ୍ଭ ହୋଇଛି । ଆଶାୟୀ ମାନେ ନୋଟିଫିକେସନ ପଢି ନିଜ ଆବେଦନ କରିପାରିବେ । କହିରଖିବା ଉଚିତ ହେବକି IBPS ପକ୍ଷରୁ ଆବେଦନର ଶେଷ ତାରିଖ ଜୁନ ୨୭ ତାରିଖ ରଖାଯାଇଛି । ଯୋଗ୍ୟ ତଥା ଇଚ୍ଛୁକ ପ୍ରାର୍ଥୀ ମାନେ ଶେଷ ତାରିଖ ପୂର୍ବରୁ ନିଜ ନିଜ ଆବେଦନ କରାଇ ନିଅନ୍ତୁ । ଶେଷ ମୁହୂର୍ତ୍ତରେ ଯେମିତି କୌଣସି ଟେକ୍ନିକାଲ ଅସୁବିଧାର ସାମ୍ନା କରିବାକୁ ନ ପଡେ ସେନେଇ ଆଗୁଆ ସଚେତନ ହୋଇଯିବା ଦରକାର ।

bank
image credit: India Today

ତେବେ ଜାଣି ରଖନ୍ତୁ ଏନେଇ ଥିବା ବିଶେଷ ତାରିଖ:

– ନୋଟିଫିକେସନ ଜାରି ତାରିଖ- ଜୁନ ୬, ୨୦୨୨

– ଆବେଦନ ପ୍ରକ୍ରିୟା ଆରମ୍ଭର ତାରିଖ- ଜୁନ ୭, ୨୦୨୨

– ଆବେଦନର ଶେଷ ତାରିଖ- ଜୁନ ୨୭, ୨୦୨୨

– ପ୍ରି ଟ୍ରେନିଂ ଟେଷ୍ଟ- ଜୁଲାଇ ୧୮ ତାରିଖରୁ ୨୩ ତାରିଖ, ୨୦୨୨

– ପ୍ରାରମ୍ଭିକ ପରୀକ୍ଷା- ଅଗଷ୍ଟ, ୨୦୨୨

-ପ୍ରାରମ୍ଭିକ ପରୀକ୍ଷାର ଫଳ- ସେପ୍ଟେମ୍ବର, ୨୦୨୨( ସମ୍ଭାବିତ)

– ପିଓ ପାଇଁ ମୁଖ୍ୟ ପରୀକ୍ଷା- ସେପ୍ଟେମ୍ବର ( ସମ୍ଭାବିତ)

– କ୍ଲାର୍କ ପାଇଁ ମୁଖ୍ୟ ପରୀକ୍ଷା- ଅକ୍ଟୋବର( ସମ୍ଭାବିତ)

-ଅଫିସର ଗ୍ରେଡ଼ ୨ ଓ ୩ ପାଇଁ ପରୀକ୍ଷା- ସେପ୍ଟେମ୍ବର ( ସମ୍ଭାବିତ)

ଜାଣିରଖନ୍ତୁ କଣ ରହିଛି ଶିକ୍ଷାଗତ ଯୋଗ୍ୟତା ଓ ଆୟୁ ସୀମା:

ଆଇବିପିଏସ ପକ୍ଷରୁ ଆଧିକାରୀକ ନୋଟିଫିକେସନରେ ଭର୍ତ୍ତି ପାଇଁ ଭିନ୍ନ ଭିନ୍ନ ଶୈକ୍ଷଣିକ ଯୋଗ୍ୟତା ଓ ଆୟୁସୀମା ନେଇ ପଚରା ଯାଇଛି । କିଛି ପଦ ପାଇଁ ଅନୁଭବ ଥିବା ନିହାତି ଆବଶ୍ୟକ । ଅଧିକ ସୂଚନା ପାଇଁ ଆଶାୟୀ ମାନେ ଅଧିକାରୀକ ୱେବସାଇଟରେ ଉପଲବ୍ଧ ନୋଟିଫିକେସନ ଚେକ କରି ଡାଉନଲୋଡ଼ କରାଇ ନିଅନ୍ତୁ ।

ଜାଣି ରଖନ୍ତୁ କେତୋଟି ପଦରେ ହେବ ଭର୍ତ୍ତି:

ଆଇବିପିଏସ ପକ୍ଷରୁ ନିଯୁକ୍ତି ପାଇଁ ଜାରି ହୋଇଥିବା ମୋଟ ପଦବୀ ସଂଖ୍ୟା ହେଉଛି ୮୦୮୧ । ଏଥିରେ ସର୍ବମୋଟ ୪୩ଟି ବ୍ୟାଙ୍କ ଭାଗ ନେବାକୁ ଯାଉଛନ୍ତି । ଆବେଦନ କରିବା ପାଇଁ ଆଶାୟୀ ମାନେ ୮୫୦ ଟଙ୍କା ଆବେଦନ ଶୁଳ୍କ ଭାବେ ଭରିପାରିବେ । କିନ୍ତୁ ଏସସି, ଏସଟି ତଥା ଦିବ୍ୟାଙ୍ଗ ବର୍ଗଙ୍କ ପାଇଁ ଆବେଦନ ଶୁଳ୍କ ୧୭୫ ଟଙ୍କା ରଖାଯାଇଛି ।

ମୋଟ ପଦବୀ ସଂଖ୍ୟା:

କାର୍ଯ୍ୟାଳୟ ସହାୟକ ପଦବୀ ସଂଖ୍ୟା- ୪୪୮୩

ଅଫିସିଆଲ ସ୍କେଲ ୧ ପାଇଁ ପଦବୀ ସଂଖ୍ୟା- ୨୬୭୬

ସାମାନ୍ୟ ବ୍ୟାଙ୍କିଗ ଅଫିସର ସ୍କେଲ ୨ ପାଇଁ ପଦବୀ ସଂଖ୍ୟା- ୭୪୫

ଆଇଟି ଅଧିକାରୀ ସ୍କେଲ ୨ ପାଇଁ ପଦବୀ ସଂଖ୍ୟା- ୫୭

ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସ୍କେଲ ୨ ପାଇଁ ପଦବୀ ସଂଖ୍ୟା-୧୯

ବିଧି ଅଧିକାରୀ ୨ ପାଇଁ ପଦବୀ ସଂଖ୍ୟା-୧୮

ଟ୍ରେଜେରି ଅଫିସର- ୧୦

ମାର୍କେଟିଙ୍ଗ ଅଫିସର- ୦୬

କୃଷି ଅଧିକାରୀ ପାଇଁ- ୧୨

ଅଧିକାରୀ ସ୍କେଲ ୩

ପାଇଁ ପଦ ସଂଖ୍ୟା-୮୦

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.