ବାହାଘର ସରିବା ପରେ ଟ୍ରେନିଂକୁ ଫେରିଲେ ଦୀପକ ଚହର, ଆରମ୍ଭ କଲେ ଅଭ୍ୟାସ
ଟିମ୍ ଇଣ୍ଡିଆ ତଥା ଚେନ୍ନାଇ ସୁପରକିଙ୍ଗସର ଅଲରାଉଣ୍ଡର ଦୀପକ ଚହର ନିକଟରେ ଜୟା ଭରଦ୍ୱାଜଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏବେ ଦୀପକ ବାହାଘର ପରେ ପୁଣି ମଇଦାନକୁ ଫେରିଛନ୍ତି। ବାହାଘର ପରେ ଟ୍ରେନିଂ ଆରମ୍ଭ କରିଦେଇଛନ୍ତି। ଦୀପକ ଚହର ଫେବୃଆରୀରେ େଓ୍ଵଷ୍ଟଇଣ୍ଡିଜ ସହିତ ହୋଇଥିବା ମ୍ୟାଚରେ ଆହତ ହୋଇଥିଲେ। ହେମଷ୍ଟ୍ରିଙ୍ଗ ଇନଞ୍ଜୁରୀ ଯୋଗୁଁ ଆଇପିଏଲ୍ ଏବଂ ଶ୍ରୀଲଙ୍କା ସିରିଜରୁ ବାଦ୍ ପଡିଥିଲେ। କିନ୍ତୁ ଏବେ ଏହି ସବୁସମସ୍ୟାରୁ ବାହାରିବା ପାଇଁ ନ୍ୟାସନାଲ କ୍ରିକେଟ ଏକାଡେମୀରୁ ଟ୍ରେନିଂ ନେଇଥିଲେ।
ବିବାହ ଉତ୍ସବ ସବୁ ସରିବା ପରେ ନିଜର ଫିଟନେସ ପାଇଁ ଟ୍ରେନିଂ ଆରମ୍ଭ କରିଦେଇଛନ୍ତି। ଏହାର ଏକ ପୋଷ୍ଟ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ନେଟସ୍ରେ ବୋଲିଂ ଏବଂ ବ୍ୟାଟିଂ ଅଭ୍ୟାସ କରୁଥିବା ନଜର ଆସିଛନ୍ତି। ଦୀପକ ଏହି ଭିଡିଓରେ କ୍ୟାପସନ ଦେଇ ଲେଖିଛନ୍ତି ‘ବ୍ୟାକ୍ ଟୁ ଓ୍ଵାର୍କ’।
ଏହାପୂର୍ବରୁ ଚହର ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆରେ ଅଂଶ ଗ୍ରହଣ କରିନଥିଲେ। ଆଇପିଏଲ୍ ୨୦୨୨ ନିଲାମୀରେ ଚେନ୍ନାଇ ତାଙ୍କୁ ୧୪ କୋଟି ଟଙ୍କାରେ କିଣିଥିଲା। କିନ୍ତୁ ଆହତ ଯୋଗୁଁ ଟୁର୍ଣ୍ଣାମେଣ୍ଟରେ ଖେଳିପାରିନଥିଲେ। ଆହତ ସମସ୍ୟାରୁ ବାହାରିବା ପାଇଁ ବହୁତ ଚେଷ୍ଟା କରୁଛନ୍ତି। ଫିଟନେସ ହାସଲ କରିବା ପରେ ଟି-୨୦ ବିଶ୍ୱକପ ୨୦୨୨ ପାଇଁ ଟିମରେ ଚୟନ ହେବା ପାଇଁ କଠିନ ପରିଶ୍ରମ କରୁଛନ୍ତି।
View this post on Instagram
ଆଗ୍ରାର ଫତେହାବାଦ ରୋଡ ସ୍ଥିତି ପଞ୍ଚତାରକା ହୋଟେଲ ଜେପି ପ୍ୟାଲେସରେ ଦୀପକ ଏବଂ ଜୟା ବାହାଘର ଥିଲା । ଦୀପକ ଏବଂ ଜୟାଙ୍କ ପରିବାର ଲୋକ ମେହେନ୍ଦୀ ଉତ୍ସବରେ ଭାଗ ନେବେ। ଯାହାର ଫଟୋ ସାମ୍ନାକୁ ଆସିଥିଲା। ଏହି ଫଟୋରେ ଦୀପକ ପଠାନୀ କୁର୍ତ୍ତା ପିନ୍ଧିଥିବା ବେଳେ ଜୟା ଲେହେଙ୍ଗାରେ ନଜର ଆସିଥିଲେ । ମେହେନ୍ଦୀ ଉତ୍ସବ ପରେ ରାତିରେ ସଂଗୀତ କାର୍ଯ୍ୟକ୍ରମ ହୋଇଥିଲା। ଯେଉଁଥିରେ ଦୀପକ ଏବଂ ଜୟା ଜବରଦସ୍ତ ଡ୍ୟାନ୍ସ କରିଥିଲେ।
She said yesssss.! 💍
Congratulations Cherry.! Stay Merry.! 😍🥳#WhistlePodu #Yellove 💛🦁 pic.twitter.com/qVmvVSuI7A
— Chennai Super Kings (@ChennaiIPL) October 7, 2021
ଦୀପକ ଚହର ପୁରା ଫିଲ୍ମ ଷ୍ଟାଇଲରେ ଯୁବତୀଙ୍କୁ ପ୍ରପୋଜ କରିଥିଲେ। ମ୍ୟାଚ ପରେ ପରେ ହଠାତ୍ ଷ୍ଟାଣ୍ଡକୁ ଯାଇଥିଲେ ଦୀପକ ଚହର । ଏହା ଦେଖି କେହି କିଛି ବୁଝିପାରିନଥିଲେ । ସେତେବେଳେ କ୍ୟାମେରା ତାଙ୍କ ଉପରେ ଫୋକସ୍ କରିଥିଲା । ଷ୍ଟାଣ୍ଡରେ ଉପସ୍ଥିତ ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ଏବଂ ରିଙ୍ଗ୍ ମଧ୍ୟ ପିନ୍ଧାଇଥିଲେ । ଆଉ ଯୁବତୀ ଜଣକ ମଧ୍ୟ ଚହରଙ୍କ ପ୍ରପୋଜକୁ ଗ୍ରହଣ କରିନେଇଥିଲେ।