Below header

ପରକୀୟା ପ୍ରେମର ପରିଣତି, ପ୍ରେମିକାକୁ ବାଇକ୍‌ରେ ବସାଇ ଘରକୁ ନେବା ବେଳେ ଆକ୍ରମଣ, ଫସିଗଲେ ଅପହରଣ ଅଭିଯୋଗରେ

ଆନନ୍ଦପୁର (କେନ୍ୟୁଜ୍) : ବିବାହିତ ଯୁବକ ପ୍ରେମରୋଗକୁ ଛଡ଼ାଇ ଦେଲା ପ୍ରେମିକ । ପ୍ରେମିକାକୁ ନିଜ ଘରକୁ ନେଉଥିବା ବେଳେ ଯୁବକଙ୍କ ଆକ୍ରମଣର ଶିକାର ହେବାକୁ ପଡ଼ିଛି । ସେହି ପ୍ରେମିକା ହିଁ ତାଙ୍କୁ ଆକ୍ରମଣ କରି ଅପହରଣ ଅଭିଯୋଗ ଆଣିଛନ୍ତି ।

ସୂଚନା ଅନୁଯାୟୀ, ସାମୁକାନେଣ୍ଡି ପଞ୍ଚାୟତ କୁମପଦା ଗାଁର ପ୍ରଧାନ ପୂର୍ତ୍ତି କିଛି ମାସ ତଳେ ବିବାହ କରିଥିଲେ । ଏହାପରେ ସେ ପଡ଼ୋଶୀ ଯାଜପୁର ଜିଲ୍ଲା ଟମକା ଥାନା ସମରପିଟା ଗାଁରେ ଜଣେ ମହିଳାଙ୍କୁ କୁଆଡ଼େ ଭଲ ପାଉଥିଲେ । ସେହି ପ୍ରେମିକା ଜଣକ ୨ଟି ପିଲାର ମା। ତେବେ ପ୍ରେମିକାଙ୍କୁ ପ୍ରଧାନ ପୂର୍ତ୍ତି ଆଜି ହାଣ୍ଡିଆ ପିଆଇ ନିଜ ଘରକୁ ବାଇକ୍‌୍‌ରେ ବସାଇ ଆଣୁଥିବା ବେଳେ, କେଶଦୁରାପାଳ ଠାରେ ଘଟିଲା ଘଟଣା । ତାଙ୍କୁ ଅପହରଣ କରି ଆଣୁଥିବା ଅଭିଯୋଗ କରି ଏକ ଭଙ୍ଗା କାଚ ବୋତଲରେ ପ୍ରଧାନଙ୍କୁ ଆକ୍ରମଣ କରିଥିଲେ ମହିଳା ଜଣକ ।
ଏହା ଜାଣିବା ପରେ ସ୍ଥାନୀୟ ଲୋକେ ଉଭୟଙ୍କୁ ଅଟକ ରଖି ଘସିପୁରା ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଦୁଇଜଣଙ୍କୁ ସେଠାରୁ ଆଣି ଥାନାରେ ଅଟକ ରଖି ପଚରାଉଚୁରା ଜାରି ରଖିଛି । ଏଭଳି ଘଟଣା ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ଥାନା କେଶଦୁରାପାଳ ଗାଁ ନିକଟରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.