ସରକାରଙ୍କର ନୂଆ ନିୟମ, ଚପଲ ପିନ୍ଧି ବାଇକ କିମ୍ବା ସ୍କୁଟି ଚଲାଇଲେ ଖାଲି ହୋଇଯିବ ଆପଣଙ୍କ ପକେଟ୍‌

ଭାରତ ସରକାର ଟ୍ରାଫିକ ନିୟମ ଏବଂ ଶୃଙ୍ଖଳା ଉଲଙ୍ଘନକୁ ନେଇ କଠୋର ହୋଇ ଚାଲିଛନ୍ତି। ଏହାକୁ ଲାଗୁ କରିବା ପାଇଁ ଅନେକ ପରିବର୍ତ୍ତନ କରୁଛନ୍ତି ସରକାର। କିନ୍ତୁ ଆମେ ଆପଣଙ୍କୁ ସେହି ବିଷୟରେ କହୁନାହୁଁ। ଆଜି ଆମେ ଆପଣଙ୍କୁ କମ୍‌ ଜଣା ଥିବା ଟ୍ରାଫିକ୍‌ ରୁଲ୍ସ ବିଷୟରେ ଜଣାଇବୁ। ଯାହା ବିଷୟରେ ଆପଣଙ୍କୁ ନିହାତି ଭାବେ ଜଣାଥିବା ଜରୁରୀ। ଯାହାଦ୍ୱାରା ଆପଣ କୌଣସି ନିୟମ ନ ଭାଙ୍ଗିବେନାହିଁ ଏବଂ ଆପଣଙ୍କୁ ଜରିମାନା ଦେବାକୁ ପଡିବନି।

ଆପଣଙ୍କୁ ନିହାତି ଭାବେ ନିୟମ ବିଷୟରେ ସୂଚନା ଥିବା ଦରକାର, ଯେମିତିକି ରାଇଡ୍‌ କରିବା ସମୟରେ ହେଲମେଟ୍‌ ପିନ୍ଧିବା ଏବଂ ସେହିଭଳି କିଛି ନିୟମ, କିନ୍ତୁ କଣ ଆପଣଙ୍କୁ ଜଣାଅଛି ଆଇନ୍‌ ଅନୁଯାୟୀ ଆପଣଙ୍କୁ ସ୍ଲିପର୍ସ କିମ୍ବା ‘ଚପଲ’ ପିନ୍ଧି ଟୁ-ହ୍ଵିଲର ଡ୍ରାଇଭ କରିବାର ଅନୁମତି ନାହିଁ। ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ନିୟମ ବିଷୟରେ ସୂଚନା ଦେବୁ, ଯାହା ବିଷୟରେ ଆପଣ ନିହାତି ଭାବେ ଜାଣିବା ଉଚିତ, ନଚେତ ହଇରାଣରେ ପଡିପାରନ୍ତି।

ମୋଟର ଯାନ ଅଧିନିୟମ ଅନୁଯାୟୀ ଆପଣଙ୍କୁ ଭାରତରେ ଡ୍ରାଇଭିଙ୍ଗ କରିବା କିମ୍ବା ବାହନ ଚଳାଇବା ସମୟରେ ସମ୍ପୂର୍ଣ୍ଣ ଭାବେ ବନ୍ଦ ବା କଭର ଯୋତା ପିନ୍ଧି ରାଇଡ କରିବା ଉଚିତ। ଆଉ ଯଦି ଆପଣ ଏପରି କରୁନାହାଁନ୍ତି ତାହେଲେ ନିୟମ ଅନୁଯାୟୀ ଟୁ-ହ୍ଵିଲର ଡ୍ରାଇଭ କରିବା ସମୟରେ ୧୦୦୦ ଟଙ୍କା ଜରିମାନା ଲଗାଯାଇପାରେ। ସେହିପରି ଡ୍ରାଇଭିଙ୍ଗ କରୁଥିବା ଲୋକଙ୍କୁ ପ୍ୟାଣ୍ଟ ସହିତ ସାର୍ଟ କିମ୍ବା ଟି-ସାର୍ଟ ପିନ୍ଧିବା ଜରୁରୀ। ଆଉ ଏହି ନିୟମର ଉଲଙ୍ଘନ କରୁଥିବା ବ୍ୟକ୍ତିଙ୍କ ଉପରେ ୨୦୦୦ ଟଙ୍କାର ଜରିମାନା ଲଗାଯାଇପାରେ।

ଟୁ ଡ୍ରାଇଭିଙ୍ଗ୍‌ ଲାଇସେନ୍ସ

ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ଦୁଇଟି ଡ୍ରାଇଭିଙ୍ଗ ଲାଇସେନ୍ସ ରହିଥାଏ, ତାହେଲେ ସେହି ବ୍ୟକ୍ତିଙ୍କୁ ଜରିମାନା ଭରିବାକୁ ହେବ। ଯଦି ଆପଣଙ୍କ ପାଖରେ ଦୁଇଟି ଲାଇସେନ୍ସ ମିଳେ, ତାହେଲେ ଆପଣଙ୍କ ଉପରେ ଅପରାଧ ପାଇଁ ଚାଲାଣ କଟାଯିବ।

ଫୋନର ବ୍ୟବହାର

ଆମେ ସମସ୍ତେ ଜାଣିଛନ୍ତି ଯେ ଗାଡି ଚଲାଇବା ସମୟରେ ଫୋନର ବ୍ୟବହାର କରିବା ନିଶ୍ଚିତ ରୂପରେ ଆପଣଙ୍କ ଚାଲାଣ କଟାଯାଇପାରେ। କିନ୍ତୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଚାଳକକୁ ନିଜ ବାହନର ସଞ୍ଚାଳନ କରିବା ସମୟରେ କେବଳ ନେଭିଗେସନ ଉଦ୍ଦେଶ୍ୟ ପାଇଁ ନିଜ ଫୋନର ଉପଯୋଗ କରିବାର ଅନୁମତି ରହିଛି। ଯଦି ଆପଣ ଅନ୍ୟ କେଉଁ ଜିନିଷ ପାଇଁ ବ୍ୟବହାର କରୁଛନ୍ତି ତାହେଲେ ନିଶ୍ଚିତ ଭାବରେ ଜରିମାନା ଲାଗିବ। ଆଇନର ଉଲଙ୍ଘନ କରୁଥିବା ଜାଣିବା ପରେ ଆପଣଙ୍କ ଉପରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନେ ହୋଇପାରେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.