Below header

ତୃତୀୟ ଏକ ଦିବସୀୟ ପୂର୍ବରୁ ବିରାଟ କୋହଲି ସେୟାର କଲେ ଏମିତି ଏକ ପୋଷ୍ଟ…..

ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ୍ଚ ରବିବାର ଅର୍ଥାତ ଜୁଲାଇ ୧୭ ତାରିଖ ଦିନ ମାଞ୍ଚେଷ୍ଟର ଠାରେ ଖେଳାଯିବ । ଏହି ମୁକାବିଲାରେ ଭାରତୀୟ ଫ୍ୟାନ୍ସ ମାନଙ୍କର ଆଖି ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଉପରେ ଅଟକି ରହିବ । ଏମିତିରେ ବି ବିରାଟ ଏବେ ଫର୍ମାଟରେ ନାହାନ୍ତି । ଯଦି ଭାରତ ଏହି ମୁଜାବୀଲା ଜିତେ ତେବେ ତାହା ସହଜରେ ସିରିଜ ଉପରେ ଅକ୍ତିଆର କରିନେବ । ଏମିତି ସ୍ଥିତିରେ କୋହଲିଙ୍କ ଭଲ ପ୍ରଦର୍ଶନ କରିବା ଖୁବ ଜରୁରୀ ଅଟେ ।

ଏହି ମୁକାବିଲା ପୂର୍ବରୁ ବିରାଟ କୋହଲି ଏକ ସ୍ପେଶାଲ ପୋଷ୍ଟ କରିଛନ୍ତି । ନିଜ ଟ୍ୱିଟରରେ କୋହଲି ଲେଖିଛନ୍ତିକି, “କଣ ହେବ ଯଦି ମୁଁ ପଡ଼ିଯାଏ ? କିନ୍ତୁ କଣ ହେବ ଡାର୍ଲିଂଗ ଯଦି ତୁମେ ଉପରକୁ ଉଠିଯାଅ” । ଏଥିରୁ ଯାହା ଜଣାପଡୁଛି କୋହଲିଙ୍କର ଏବେ ବି ନିଜ ଯୋଗ୍ୟତା ଉପରେ ପୁରା ଭରୋସା ରହିଛି । କୋହଲିଙ୍କ ଫର୍ମ ଫ୍ୟାନ୍ସ ତଥା ଏକ୍ସପର୍ଟସ ମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଆଇପିଏଲ ଚାଲିଥିବା ସମୟରେ ଯେବେ କ୍ରିକେଟ ବିଶେଷଜ୍ଞ ମାନେ କୋହଲିଙ୍କୁ ଆରାମ କରିବା ନେଇ ପରାମର୍ଶ ଦେଉଥିଲେ । ଏବେ ୱେଷ୍ଟ ଇଣ୍ଡିଜ ଯାତ୍ରାରେ ବିଶେଷଜ୍ଞମାନେ ତାଙ୍କୁ ଆରାମ କରିବାକୁ ପରାମର୍ଶ ଦେଇଛନ୍ତି । ଯେବେକି ଏବେକା ସମୟରେ କୋହଲିଙ୍କୁ ଆରାମ କରିବା ନେଇ ଆଲୋଚନା ଜୋର ଧରିଛି । ଏହା ଉପରେ ଇରଫାନ ପଠାନ ଓ ଭେଙ୍କଟେଶ୍ୱ ପ୍ରସାଦଙ୍କ ପରି ପୁରୁଣା ଖେଳାଳି ମାନେ ପରାମର୍ଶ ଦେଇଛନ୍ତିକି ଆରାମ କରିବା ସମୟରେ କେହି ବି ଫର୍ମାଟକୁ ଆସି ପାରନ୍ତି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.