ସବୁବେଳେ ସମ୍ଭାଳି ରଖନ୍ତୁ ଗାଡିର ଦ୍ୱିତୀୟ ଚାବି, ନଚେତ ମିଳିବନାହିଁ ଇନସୁରାନ୍ସ କ୍ଳେମ

ଆଜିର ଦୁନିଆରେ ପ୍ରାୟ ସମସ୍ତେ ନିଜ ଗାଡିର ସୁରକ୍ଷା ପାଇଁ ବୀମା କରୁଛନ୍ତି। ଯଦି ଗାଡିର କିଛି ତ୍ରୁଟି ହେଲା ତେବେ ଗ୍ରାହକ ଗାଡିର ବୀମା ଦ୍ୱାରା ହିଁ ସୁଧାରି ପାରିବ। ଏହି ବୀମା ଗ୍ରାହକଙ୍କୁ ଅନେକ ଆର୍ଥିକ ସାହାଯ୍ୟ କରିବା ସହିତ ଅସୁବିଧା ସମୟରେ ଆଶ୍ୱାସନା ଦେଇଥାଏ। କିନ୍ତୁ କାର ଚୋରୀ ହେବା ପରେ ବୀମା କମ୍ପାନୀ ଦୁଇଟି ଚାବି ମାଗିଥାଏ, ଯଦି ଆପଣଙ୍କ ପାଖରେ ଚାବି ନାହିଁ ତେବେ ଆପଣ ବୀମା ପାଇଁ କରିଥିବା ଦାବି ଖାରଜ ହୋଇଯାଇପାରେ।
ବୀମା ବିଶେଷଜ୍ଞଙ୍କ କହିବାନୁଯାୟୀ ଯେତିକି ସହଜ ବୀମା କରାଇବାରେ ହୋଇଥାଏ ସେତିକି କଠିନ କ୍ଲେମ ସମୟରେ ହୋଇଥାଏ। ଏଥିପାଇଁ ଆପଣଙ୍କୁ ବୀମା କରିବା ସମୟରେ କିଛି ବିଶେଷ ନିୟମ ଉପରେ ଧ୍ୟାନ ରଖିବା ଜରୁରୀ ହୋଇଥାଏ, ଯାହାଦ୍ୱାରା ଆପଣଙ୍କୁ ବୀମା ସହଜରେ ମିଳିପାରିବ। ତେବେ ଆସନ୍ତୁ ଜାଣିବା ଏହାକୁ ନେଇ ଥିବା କିଛି ଜରୁରୀ ତଥ୍ୟ।

keyକାର କିମ୍ବା ବାଇକ କିଣିବା ସମୟରେ କମ୍ପାନୀ ଆପଣଙ୍କୁ ଗାଡିର ଦୁଇଟି ଚାବି ଦେଇଥାଏ। ଏହା ଏଥିପାଇଁ ଦିଆଯାଏ କାରଣ ଯଦି ଗୋଟେ ଚାବି ହଜିଯାଏ ତେବେ ଆଉ ଗୋଟେ ଚାବିର ବ୍ୟବହାର କରିପାରିବେ। କିନ୍ତୁ ବୀମା ବିଶେଷଜ୍ଞଙ୍କ କହିବାନୁଯାୟୀ ବୀମା କମ୍ପାନୀ ନକଲି କ୍ଲେମ ଠାରୁ ରକ୍ଷା ପାଇବା ପାଇଁ ଗ୍ରାହକଙ୍କୁ ଦୁଇଟି ଚାବି ମାଗିଥାଏ।

ଏହାସହ ପଢନ୍ତୁ : ଭୁଲରେ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି କି? ତେବେ ଜାଣନ୍ତୁ ଫେରି ପାଇବାର ଉପାୟ

ବୀମା କମ୍ପାନୀର କିଛି ପ୍ରମୂଖ ସର୍ତ୍ତ

ବୀମା କ୍ଲେମ କରିବାର ଅନେକ ସର୍ତ୍ତ ରହିଛି। ଯଦି ଆପଣଙ୍କ ଗାଡି ଦାୟିତ୍ୱହୀନତା ଯୋଗୁଁ ଚୋରୀ ହୋଇଥାଏ ତେବେ ଆପଣଙ୍କୁ କମ୍ପାନୀ ବୀମା ଦେବ ନାହିଁ। ଗାଡିର ଚାବି ଭିତରେ ରଖିଥିବା କିମ୍ବା ଗାଡି କାଗଜପତ୍ର ଭୁଲରେ ଛାଡିଥିଲେ ବି କମ୍ପାନୀ ବୀମା କ୍ଳେମ କରିବାକୁ ମନା କରିଦେଇଥାଏ।

ତେବେ ଜାଣନ୍ତୁ ଆପଣଙ୍କ ଗାଡି ଯଦି ଚୋରି ହୋଇଯାଏ କଣ କରିବେ ?

carଗାଡିର ଦୁଇଟି ଚାବି ମଧ୍ୟରୁ ଯଦି ଗୋଟିଏ ହଜିଯାଏ ତେବେ ଆପଣଙ୍କ ଗାଡି କୌଣସି ବି ସମୟରେ ଚୋରି ହୋଇପାରେ। ତେଣୁ ଚୋରି ଠାରୁ ରକ୍ଷା ପାଇବା ପାଇଁ ଆପଣ ଗାଡିରେ ନୂଆ ଲକ୍‌ ଲଗାନ୍ତୁ। ଯଦି ଆପଣଙ୍କ ଗାଡି ଚୋରି ହୋଇଯାଏ ତେବେ ତୁରନ୍ତ ଥାନାରେ ଏଫଆଇଆର ରୁଜୁ କରାନ୍ତୁ। ଏହାପରେ ଯାଇ ଆପଣ ବୀମା କ୍ଲେମ କରାନ୍ତୁ, ଯାହାପରେ କମ୍ପାନୀ ଆପଣଙ୍କୁ ଅନ୍ୟ ଚାବି ମାଗିବନାହିଁ।

ସେହିପରି ଯଦି ଚୋରୀ ହେବା ସମୟରେ ଆପଣ ନକଲି ଚାବି ବନାଇ ବୀମା କମ୍ପାନୀଙ୍କୁ ଜମା କରନ୍ତି ତେବେ ଏହାଦ୍ୱାରା ମାମଲା ଆହୁରୀ ସଙ୍ଗୀନ ହୋଇପାରେ। ଏହାସହିତ ଧୋକା ମାମଲାରେ ଆପଣଙ୍କୁ ଜରିମାନା ମଧ୍ୟ ଦେବାକୁ ପଡିପାରେ ଏବଂ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.