୨୦୦ ଫୁଟ୍‌ ଉଚ୍ଚ ପାଣିଟାଙ୍କି ଉପରକୁ ଚଢ଼ିଗଲା ଷଣ୍ଢ, ତଳକୁ ଆଣିବା ପାଇଁ ପ୍ରଶାସନକୁ ହେବାକୁ ପଡ଼ିଲା ନାକେଦମ୍‌, ଦେଖନ୍ତୁ ଭିଡିଓ

ହରିୟାଣାରେ ୨୦୦ ଫୁଟ୍‌ ଉଚ୍ଚର ଏକ ପାଣିଟାଙ୍କି ଉପରକୁ ଏକ ଷଣ୍ଢ ଚଢ଼ିଯାଇଥିଲା। ଷଣ୍ଢକୁ ତଳକୁ ଆଣିବା ପାଇଁ ପ୍ରଶାସନକୁ ହେବାକୁ ପଡ଼ିଲା ନାକେଦମ୍‌। ପାଖାପାଖି ୩ ଘଣ୍ଟାର ପରିଶ୍ରମ ପରେ ଏକ କ୍ରେନ୍‌ ସାହାଯ୍ୟରେ ଷଣ୍ଢଟିକୁ ତଳକୁ ଅଣାଯାଇଥିଲା। ଏହାକୁ ଉଦ୍ଧାର କରାଯିବା ପରେ ପ୍ରଶାସନିକ ଅଧିକାରୀମାନେ ଦୀର୍ଘ ନିଃଶ୍ୱାସ ମାରିଥିଲେ। ଏବେ ସେମାନଙ୍କୁୁ ବିଭିନ୍ନ ଆଡ଼ୁ ପ୍ରଂଶସା ମିଳୁଛି। ଉଦ୍ଧାର ବେଳର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଟ୍ରେଣ୍ଡ କରୁଛି।

bul3

ପାଣିଟାଙ୍କି କବାଟ ଖୋଲାଥିବାରୁ ଷଣ୍ଢଟି ସିଡି ଦେଇ ଉପର ପଯ୍ୟର୍ନ୍ତ ଚାଲିଆସିଥିଲା। ସକାଳୁ ସକାଳୁ ଯେତେବେଳେ ଲୋକଙ୍କୁ ଏହା ବିଷୟରେ ଜଣାପଡ଼ିଥିଲା, ସଙ୍ଗେ ସଙ୍ଗେ ଖବରଟି ସ୍ଥାନୀୟ ଅଞ୍ଚଳରେ ବ୍ୟାପିଯାଇଥିଲା। ଷଣ୍ଢକୁ ଦେଖିବା ପାଇଁ ଲୋକେ ପାଣିଟାଙ୍କି ନିକଟରେ ଭିଡ଼ ଜମାଇଥିଲେ।

ଏହାସହ ପଢ଼ନ୍ତୁ: ମଧ୍ୟ ପ୍ରଦେଶରେ ଚମତ୍କାରୀ ମହୁଆ ଗଛ ପାଇଁ ଘଟିଲା ହିଂସାକାଣ୍ଡ, ୧୨ ପୋଲିସ କର୍ମୀ ଆହତ, ୫ ଗୁରୁତର

bul5

ଏହାସହ ପଢ଼ନ୍ତୁ: ଆମ୍ବୁଲାନ୍ସ ଭିତରେ ଚିକିତ୍ସା କରୁଥିଲେ ନର୍ସ, ରୋଗୀ କଲେ ଯୌନ ଶୋଷଣ!

ଅନ୍ୟପକ୍ଷରେ ଏହି ଘଟଣାରେ ଜନସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱହୀନତା ପଦାରେ ପଡ଼ିଛି। ଲୋକଙ୍କ କହିବା ଅନୁସାରେ, ରାତିରେ ପାଣିଟାଙ୍କି ଗେଟ୍‌ ଖୋଲାଥିବାରୁ ଷଣ୍ଢଟି ଭିତରକୁ ପଶିଆସିଥିଲା। ଏ ନେଇ ପୋଲିସ ଏବଂ ଦମକଳ ବାହିନୀଙ୍କୁ ଖବର ଦିଆଯାଇଥିଲା। ତାଙ୍କ ଟିମ୍‌ ପହଞ୍ଚିବା ପରେ ଉଦ୍ଧାର କାଯ୍ୟର୍ ଆରମ୍ଭ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.