Below header

IFFCO ବମ୍ପର ନିଯୁକ୍ତି, ଦରମା ମାସକୁ ୭୦ ହଜାର ଟଙ୍କା

ସରକାରୀ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର। ଇଫକୋରେ ଖାଲିପଡିଛି ଆକାଉଣ୍ଟସ ଟ୍ରେନି ଏବଂ ଏଗ୍ରିକଲଚର ଗ୍ରାଜୁଏଟସ ଟ୍ରେନି ପଦବୀ ଖାଲିପଡିଛି। ଏହି ପଦବୀରେ ଭର୍ତ୍ତି ହେବାକୁ ଥିବା ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ iffco.in iffcoyuva.in କୁ ଯାଇ ଆବେଦନ କରିପାରିବେ। ଆବେଦନ କରିବାର ଅଫିସିଆଲ ୱେବସାଇଟକୁ ଯାଇ କରିପାରିବେ।

ପଦବୀ ବିବରଣୀ:

ଆକାଉଣ୍ଟସ ଟ୍ରେନି
ଏଗ୍ରିକଲଚର ଟ୍ରେନି

ଶିକ୍ଷାଗତ ଯୋଗ୍ୟତା : ଏଗ୍ରିକଲ୍ଚର ଗ୍ରାଜୁଏଟ୍‌ ଟ୍ରେନି ପଦବୀରେ ଆବେଦନ କରିବା ପାଇଁ ଏଗ୍ରିକଲ୍ଚରରେ ଫୁଲ ଟାଇମ ରେଗୁଲାର ଡିଗ୍ରୀ ହେବା ଜରୁରୀ। ସାମାନ୍ୟ ଏବଂ ଓବିସି କ୍ୟାଟୋଗୋରୀ ପ୍ରାର୍ଥୀଙ୍କ ପାଇଁ ୬୦ ପ୍ରତିଶତ ମାର୍କ ଏସସି/ଏସଟି କ୍ୟାଟେଗୋରୀ ପାଇଁ ପ୍ରାର୍ଥୀ ୫୫ ପ୍ରତିଶତ ମାର୍କ ରଖିଥିବା ଜରୁରୀ। ଅନ୍ୟ ପଦବୀ ବିଷୟରେ ଜାଣିବା ପାଇଁ ଅଫିସିଆଲ େଓ୍ଵବସାଇଟକୁ ଯାଇ ଚେକ୍‌ କରିପାରିବେ।

ଦରମା : ଆକାଣ୍ଟସ ଟ୍ରେନି ବର୍ଷେ ପର୍ଯ୍ୟନ୍ତ ଟ୍ରେନିଂ ନେବେ। ଏହି ସମୟରେ ସେମାନଙ୍କୁ ୩୬ ହଜାର ଟଙ୍କାର ଦରମା ମିଳିବ। ଏହା ପରେ ଦରମା ବଢି ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିବ।

ଏଗ୍ରିକଲ୍ଚର ଗ୍ରାଜୁଏଟ ଟ୍ରେନି: ଏହି ପଦବୀରେ ଆବେଦନ କରିଥିବା ପ୍ରାର୍ଥୀଙ୍କୁ ଟ୍ରେନିଂ ସମୟରେ ମାସକୁ ୩୩ ହଜାର ଟଙ୍କା ଏବଂ ପରେ ୩୭ରୁ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ।

ବୟସ ସୀମା : ଜାରି ହୋଇଥିବା ନୋଟିଫିକେସନ ପାଇଁ ଅଧିକତମ ବୟସ ୩୦ ବର୍ଷ ନିର୍ଦ୍ଧାରିତ କରାଯାଇଛି। ଏସସି ଏବଂ ଏସଟି ବର୍ଗ ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ ରିହାତି ଏବଂ ଓବିସି ଶ୍ରେଣୀ ପାଇଁ ୩ ବର୍ଷ ଛୁଟ ମିଳିବ।

ଚୟନ ପ୍ରକ୍ରିୟା: ସର୍ଟଲିଷ୍ଟ କରାଯାଇଥିବା ପ୍ରାର୍ଥୀଙ୍କୁ କମ୍ପ୍ୟୁଟର ବେସଡ ଅନଲାଇନ ଟେଷ୍ଟ ଦେବାକୁ ହେବ। ଏହି ପରୀକ୍ଷା ଦେଶର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଆୟୋଜିତ ହେବ।

କେମିତି କରିବେ ଆବେଦନ :

ପ୍ରଥମେ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ କ୍ଲିକ କରନ୍ତୁ।

ତା’ ପରେ ଏଠାରେ ରେଜିଷ୍ଟ୍ରେସନ କରନ୍ତୁ।

ଏହା ପରେ ଲଗ୍‌ ଇନ କରି ଆପ୍ଲିକେସନ ଫର୍ମ ଭରନ୍ତୁ।

ଆପ୍ଲିକେସନ ଫର୍ମ ଭରିବା ପରେ ଫର୍ମରେ ଫଟୋ, ସାଇନ ଏବଂ ଅନ୍ୟ ଡକ୍ୟୁମେଣ୍ଟସ ଅପଲୋଡ କରନ୍ତୁ।

ପ୍ରୋସେସ ସଂପୂର୍ଣ୍ଣ ହେବା ପରେ ଆପ୍ଲିକେସନର ପ୍ରିଣ୍ଟ ଆଉଟ ରଖିଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.