ଆଶ୍ୱସ୍ତି ଆଣିଲା ଆଇଏମ୍‌ଏଫ୍‌ : ୨୦୨୧ରେ ଭାରତର ଜିଡିପି ଅଭିବୃଦ୍ଧି ହାର ୧୨.୫ ପ୍ରତିଶତ ରହିବ

ନୂଆଦିଲ୍ଲୀ: ଆଇଏମ୍‌ଏଫ୍‌ ଆଣିଲା ଆଶ୍ୱସ୍ତିକର ଖବର । ୨୦୨୧ରେ ଭାରତର ଜିଡିପି ଅଭିବୃଦ୍ଧି ହାର ୧୨.୫ ପ୍ରତିଶତ ରହିବ । ଅଭିବୃଦ୍ଧି ହାର କ୍ଷେତ୍ରରେ ଭାରତ ଚାଇନାକୁ ଟପିଯିବ ବୋଲି ଆଇଏମ୍‌ଏଫ୍‌ ପକ୍ଷରୁ କରାଯାଇଥିବା ଆକଳନରେ କୁହାଯାଇଛି । ଚାଇନା ହେଉଛି ବିଶ୍ୱର ଏକମାତ୍ର ଅର୍ଥନୀତି ଯାହାର ଅଭିବୃଦ୍ଧି ହାର ସକାରାତ୍ମକ ସ୍ତରରେ ରହିଥିଲା ।

୨୦୨୨ରେ ଭାରତର ଆର୍ଥିକ ଅଭିବୃଦ୍ଧି ୬.୯ ପ୍ରତିଶତ ରହିବ । କରୋନା ମହାମାରୀ କାରଣରୁ ୨୦୨୦ରେ ଭାରତରେ ଅଭିବୃଦ୍ଧି ହାରରେ ରେକର୍ଡ ହ୍ରାସ ପରିଲିକ୍ଷିତ ହୋଇଥିଲା । ଆଇଏମ୍‌ଏଫ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥନ୍‌ କହିଛନ୍ତି, ପୂର୍ବରୁ ଅଭିବୃଦ୍ଧିରେ କରାଯାଇଥିବା ଆକଳନ ତୁଳନାରେ ୨୦୨୧ ଓ ୨୦୨୨ରେ ଅର୍ଥନୀତିରେ ଭଲ ସୁଧାର ଆସିବ । ୨୦୨୦ରେ ବିଶ୍ୱ ଅର୍ଥନୀତିର ଅଭିବୃଦ୍ଧି ହାରରେ ୩.୩ ପ୍ରତିଶତ ହ୍ରାସ ହୋଇଥିଲା । ଲକ୍‌ଡାଉନ୍‌ କୋହଳ ପରେ ୨୦୨୦ ଅକ୍ଟୋବରରେ ଅଭିବୃଦ୍ଧି ହାରରେ କମ୍‌ ହ୍ରାସ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.