Below header

ବିଦେଶୀ ଖେଳାଳି ଆଇପିଏଲ ୨୦୨୧ରୁ ନାମ ଫେରାଇ ନେବାରେ ସୌରଭ ଗାଙ୍ଗୁଲିଙ୍କ ବୟାନ, ସାମ୍ନାକୁ ଆସିଲା ପ୍ରକୃତ କାରଣ

ଇଣ୍ଡିଆନ ପ୍ରିମିଅର ଲିଗ୍ ବା ଆଇପିଏଲ ସିଜିନ ୧୪ ଆଉ ଗୋଟେ ଦିନ ପରେ ଆରମ୍ଭ ହେବ। ଏହା ପୂର୍ବରୁ ଅନେକ ବିଦେଶ ଖେଳାଳି ନିଜ ନାମ ଫେରାଇ ନେଇଛନ୍ତି। ଖେଳାଳିଙ୍କୁ ବାୟୋ ବବଲ ଚ୍ଯାଲେଞ୍ଜ ନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି। ଗାଙ୍ଗୁଲି କହିଛନ୍ତି, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଭଳି ଦେଶର କ୍ରିକେଟରଙ୍କ ତୁଳନା ଭାରତୀୟ ଖେଳାଳିଙ୍କ ମାନସିକ ସ୍ବାସ୍ଥ୍ଯ କୌଣସି ପରିସ୍ଥିତି ସହିତ ଲଢିବା ପାଇଁ ଅଧିକ ସହନଶୀଳ ରହିଛି।

କରୋନା ମହାମାରୀ ଯୋଗୁଁ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟ ଆରମ୍ଭ ହେବା ପରେ ସମସ୍ତ ଖେଳାଳିଙ୍କୁ ବାୟୋ ବବଲରେ ରହିବାକୁ ବାଧ୍ୟ, ଯେଉଁଠି ସେମାନଙ୍କ ଜୀବନ କେବଳ ହୋଟେଲରୁ ଷ୍ଟାଡିଅମ ମଧ୍ୟରେ ସୀମିତ। ଖେଳାଳିମାନେ ବାୟୋ ବବଲରୁ ବାହାରି କାହାସହିତ ସାକ୍ଷାତ କରିପାରିବେ ତାହିଁ। ଯେଉଁଥିପାଇଁ ସେମାନଙ୍କ ପାଇଁ ବହୁ ମୁସ୍କିଲ। ଏପରି ସ୍ଥିତିରେ ଖେଳାଳିଙ୍କୁ ମାନସିକ ଚିନ୍ତାରେ ଗତି କରିବାକୁ ପଡୁଛି ବୋଲି ବିରାଟ କୋହଲି ନିକଟରେ କହିଥିଲେ।

ଏହାକୁ ନେଇ ଗାଙ୍ଗୁଲି କହିଛନ୍ତି, ବିଦେଶୀ କ୍ରିକେଟରଙ୍କ ତୁଳନାରେ ଆମେ ଭାରତୀୟ ଅଧିକ ସହନଶୀଳ। ଇଂଲଣ୍ଡ, ଅଷ୍ଟ୍ରେଲିଆ, ୱେଷ୍ଟଣ୍ଡିଜର ବହୁତ ଖେଳାଳିଙ୍କ ସହିତ ଖେଳିଛି। ସେମାନେ ମାନସିକ ଭାବେ ବହୁତ ଜଲଦି ହାର ମାନି ନିଅନ୍ତି। ଗତ ୬ରୁ ୭ ମାସ ହେଲାଣି ବାୟୋ ବବଲରେ କ୍ରିକେଟ ଖେଳ ହେଉଛି, ଯାହା ବହୁତ କଷ୍ଟସାଧ୍ୟ। କେବଳ ହୋଟେଲରୁ ଷ୍ଟାଡିଅମ ଏବଂ ଷ୍ଟାଡିଅମରୁ ହୋଟେଲ ମଧ୍ୟରେ ଜୀବନ ବଞ୍ଚିବା ବହୁତ ଯନ୍ତ୍ରଣାଦାୟକ। ଏହା ଅଲଗା ପ୍ରକାର ଜୀବନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.