ବଢ଼ିବ ନାହିଁ ଆୟକର ରିଟର୍ଣ୍ଣର ସମୟସୀମା, ଜାଣନ୍ତୁ ଶେଷ ତାରିଖ

ନୂଆଦିଲ୍ଲୀ : ସରକାର ଆୟକର ରିଟର୍ଣ୍ଣ କରିବାର ସମୟସୀମା ଆଗକୁ ଆଉ ବଢ଼ାଇବେ ନାହିଁ ବୋଲି ବିଚାର କରୁଛନ୍ତି । କାରଣ ଅଧିକାଂଶ ରିଟର୍ଣ୍ଣ ଏହି ସମୟସୀମା ଭିତରେ ଭରିଦିଆଯିବ ବୋଲି ସରକାର ଆଶା କରୁଛନ୍ତି । ରିଟର୍ଣ୍ଣ ସମୟସୀମା ସବୁବେଳେ ବଢ଼ିଥାଏ ବୋଲି ଲୋକଙ୍କ ଆଶା ଥିବାରୁ ଲୋକେ ତତ୍ପର ହୋଇ ନଥାନ୍ତି । ଏବେ ଦୈନିକ ୧୫ ଲକ୍ଷରୁ ୧୮ ଲକ୍ଷ ଭିତରେ ରିଟର୍ଣ୍ଣ ଭରାଯାଉଛି ।

୨୦ ଜୁଲାଇ ଭିତରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୨.୩ କୋଟିରୁ ଅଧିକ ଆୟକର ରିଟର୍ଣ୍ଣ ଦାଖଲ ହୋଇଥିବା ରାଜସ୍ୱ ସଚିବ ତରୁଣ ବଜାଜ ଶୁକ୍ରବାର କହିଛନ୍ତି । ସେହିପରି ୨୦୨୦-୨୧ ପାଇଁ ୫.୮୯ କୋଟି ଆୟକର ରିଟର୍ଣ୍ଣ ଦାଖଲ ହୋଇ ସାରିଛି । ଗତ ବର୍ଷ ସରକାର ଆୟକର ରିଟର୍ଣ୍ଣ ଭରିବାର ସମୟସୀମା ୩୧ ଡିସେମ୍ବର ପର୍ଯ୍ୟନ୍ତ ବଢ଼ାଇଥିଲେ । ତେଣୁ ଲୋକେ ଏହାକୁ ଦୃଷ୍ଟିରେ ରଖି ଆଳସ୍ୟ ଦେଖାଉଛନ୍ତି ।

ତେଣୁ ୩୧ ଜୁଲାଇ ପରେ ଆଉ ସମୟସୀମା ବଢ଼ାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ତେଣୁ ଯେଉଁମାନଙ୍କର ଗତ ବର୍ଷ ଖାତାର ଅଡିଟ ଆବଶ୍ୟକ ନାହିଁ,ସେମାନେ ୩୧ ଜୁଲାଇ ଭିତରେ ୨୦୨୧-୨୨ ପାଇଁ ଆୟକର ରିଟର୍ଣ୍ଣ ଭରି ପାରିବେ । ଏହା ଆଗକୁ ଆଉ ରିଟର୍ଣ୍ଣ ଭରିବାର ସମୟସୀମା ବଢ଼ାଯିବ ନାହିଁ ବୋଲି ଏଥିରେ କୁହାଯାଇଛି । ପୂର୍ବରୁ ଦୈନିକ ୫୦ ହଜାର ରିଟର୍ଣ୍ଣ ଭରାଯାଉଥିବା ବେଳେ ଏବେ ଦୈନିକ ୨୦ ଲକ୍ଷ ରିଟର୍ଣ୍ଣ ଭରା ଯାଉଛି ବୋଲି ଶ୍ରୀ ବଜାଜ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.