Below header

ସୁରକ୍ଷା ବ୍ୟବସ୍ଥାକୁ ନେଇ ମୁମ୍ବାଇ ପୋଲିସ କମିସିନରଙ୍କ ସହ ଭେଟିଲେ ସଲମାନ ଖାନ

ବଲିଉଡ ଅଭିନେତା ସଲମାନ ଖାନଙ୍କୁ କିଛି ଦିନ ହେବ ଜୀବନରୁ ମାରିଦେବା ନେଇ ଧମକ ଚମକ ଆସିଥିବା ଦେଖାଦେଇଛି । ଏନେଇ ସର୍ବ ପ୍ରଥମେ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିଲା । ଏହାକୁ ନେଇ ଆଜି ସଲମାନ ମୁମ୍ବାଇ ପୋଲିସ କମିଶଇନର ବିବେକ ଫନସାଲକରଙ୍କ ସହିତ ତାଙ୍କ ଅଫିସରେ ଭେଟିଛନ୍ତି । ପ୍ରକୃତରେ ସଲ୍ମାନ ଧମକ ଚମକ ମିଳିବା ପରେ ପୋଲିସ ନିକଟରେ ଏକ ଆବେଦନ କରି ଗୋଟିଏ ହଥିୟାରର ଲାଇସେନ୍ସ ପାଇଁ ଦାବି କରିଥିଲେ ।

ସଲ୍ମାନ ଖାନ ଓ ମୁମ୍ବାଇ ପୋଲିସ କମିସିନରଙ୍କ ଭେଟଘାଟର ପ୍ରକୃତ କାରଣ ଏଯାବତ ଜଣାପଡ଼ିନାହିଁ । ଶୁଣାଯାଉଛିକି ସଲ୍ମାନ ତାଙ୍କୁ ମିଳିଥିବା ଧମକ ବାବଦରେ ପୋଲିସକୁ ଅବଗତ କରିବା ସହିତ ତାଙ୍କୁ ମିଳୁଥିବା ସୁରକ୍ଷା ବିଷୟରେ ଜଣାଇଥିଲେ । କହିରଖିବା ଉଚିତ ହେବକି ସଲ୍ମାନ ଖାନଙ୍କୁ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇଙ୍କ ତରଫରୁ ଜୀବନରୁ ମାରିଦେବା ନେଇ ଚିଠି ଆସିଥିଲା । ଏହି ଚିଠି ବ୍ୟାଣ୍ଡସ୍ଟେଣ୍ଡ ପ୍ରୋମନାଡ଼ ମିଳିଥିଲା । ଯେଉଁଠିକି ସଲ୍ମାନଙ୍କ ପିତା ସଲିମ ଖାନ ପ୍ରାତଃ ଭ୍ରମଣ ପାଇଁ ଯାଇଥାନ୍ତି ।

ଏହାକୁ ନେଇ ବାନ୍ଦ୍ରା ପୋଲିସ ନିକଟରେ ଏକ ମାମଲା ଦରଜ କରାଯାଇଥିଲା । ଆଉ ଏହି ମାମଲାକୁ ନେଇ ମୁମ୍ବାଇ ପୋଲିସର ଏକ ଟିମ ଦିଲ୍ଲୀ ଯାଇ ବିଷ୍ଣୋଇଙ୍କୁ ପଚରାଉଚୁରା କରିଥିଲେ । ମେ ୨୯ ତାରିଖରେ ପଂଜାବୀ ଗାୟକ ସିଡ଼ଧୁ ମୁସେଵାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.