ଭାରତୀୟ ଡାକରେ ୪୦ ହଜାର GDS ପଦବୀ ଖାଲି, ୧୬ ଫେବୃଆରୀ ପର୍ଯ୍ୟନ୍ତ କରନ୍ତୁ ଆବେଦନ

୧୦ମ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ । ଭାରତୀୟ ଡାକ ବିଭାଗରେ ୪୦ ହଜାରରୁ ଅଧିକ ଜିଡିଏସ ପଦ ଖାଲି । ୧୬ ଫେବୃଆରୀ ପର୍ଯ୍ୟନ୍ତ କରିପାରିବେ ଆବେଦନ ।

ଭାରତୀୟ ଡାକରେ ଭର୍ତ୍ତି ହେବାର ସୁଯୋଗ । ଭାରତୀୟ ଡାକରେ ଜିଡିଏସ୍‌ ୨୦୨୩ ପାଇଁଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ଯୁବପିଢି ଆବେଦନ କରିପାରିବେ। ଏଥିପାଇଁ ଆବେଦନ ପ୍ରକ୍ରିୟା ଜାରି ହୋଇଛି । ଇଣ୍ଡିଆ ପୋଷ୍ଟ ସମଗ୍ର ଦେଶରେ ବିଭିନ୍ନ ଡାକ ବିଭାଗ ସର୍କଲରେ ୪୦ ହଜାରରୁ ଅଧିକ ଗ୍ରାମୀଣ ଡାକ ସେବକ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ indiapostgdsonline.gov.in କୁ ଯାଇ ଅନଲାଇନ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୪୦,୮୮୯

ଉତ୍ତରପ୍ରଦେଶ ସର୍କଲ : ୭,୯୮୭

ତାମିଲନାଡୁ : ୩,୧୬୭

କର୍ଣ୍ଣାଟକ : ୩,୦୩୬

ଆନ୍ଧ୍ରପ୍ରଦେଶ : ୨,୪୮୦

ଓଡିଶା : ୧୩୮୨

ଜରୁରୀ ତାରିଖ : ଇଣ୍ଡିଆ ପୋଷ୍ଟର ଗ୍ରାମୀଣ ଡାକ ସେବକ ଭର୍ତ୍ତି ପାଇଁ ଆବେଦନ ଫର୍ମ ପୂରଣ କରିବାର ଶେଷ ତାରିଖ ୧୬ ଫେବୃଆରୀ ୨୦୨୩ ରହିଛି। ଆବେଦନ ଫର୍ମରେ କୌଣସି ପ୍ରକାର ତ୍ରୁଟି ଥିଲେ ୧୭ ରୁ ୧୯ ଫେବୃଆରୀ ମଧ୍ୟରେ ଠିକ୍‌ କରିପାରିବେ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ୧୮ ବର୍ଷରୁ ୪୦ ବର୍ଷ ହୋଇଥିବା ଜରୁରୀ। କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ରିଜର୍ଭ କ୍ୟାଟେଗୋରୀ ଅନୁସୂଚିତ ଜାତି/ଜନଜାତି, ଓବିସି ପ୍ରାର୍ଥୀଙ୍କ ଅଧିକତମ ବୟସ ସୀମାରେ ଛୁଟ୍‌ ମିଳିବ ।

ଶିକ୍ଷାଗତ ଯୋଗ୍ୟତା :ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ମାଟ୍ରିକ ପରୀକ୍ଷା ପାସ୍‌ କରିଥିବା ଜରୁରୀ । ପ୍ରାର୍ଥୀଙ୍କ ନିଶ୍ଚିତ ଭାବେ ଗଣିତ ଏବଂ ଇଂଲିଶରେ ୧୦ ମ ବୋର୍ଡ ପାସ୍‌ କରିଥିବା ଜରୁରୀ ।

ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ୧୦୦ ଟଙ୍କା ଆବେଦନ ଶୁଳ୍କ ଭରିବାକୁ ହେବ ।

କେମିତି କରିବେ ଆବେଦନ :

ପ୍ରାର୍ଥୀ ପ୍ରଥମେ ଇଣ୍ଡିଆ ପୋଷ୍ଟର ଅଫିସିଆଲ ୱେବ ସାଇଟ୍‌ indiapostgdsonline.gov.in କୁ ଯାଆନ୍ତୁ।

ତା’ ପରେ ଏଠାରେ ମାଗିଥିବା ସବୁ ଡିଟେଲ୍ସ ସହିତ ରେଜିଷ୍ଟ୍ରସନ କରନ୍ତୁ ।

ଏହା ପରେ ଆବେଦନ ପ୍ରକ୍ରିୟା ଆରମ୍ଭ କରି ଫର୍ମ ପୂରଣ କରନ୍ତୁ।

ମଗାଯାଇଥିବା ସବୁ ଡକ୍ୟୁମେଣ୍ଟ ଅପଲୋଡ କରିବା ପରେ ଆବେଦନ ଶୁଳ୍କ ଭରନ୍ତୁ ।

ଆବେଦନ ଫର୍ମ ଜମା କରିବା ପରେ ଏହାକୁ ଡାଉନଲୋଡ କରନ୍ତୁ ।

ଏହାର ଏକ ପ୍ରିଣ୍ଟଆଉଟ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

indiapostgdsonline.gov.in