ଇଣ୍ଡିଆନ୍ ଆର୍ମିରେ ନିଜର ଦମ୍ ଦେଖାଇବ ମହିନ୍ଦ୍ରାର ଏହି ଦମଦାର୍ ଖାକି କଲର SUV, କମ୍ପାନୀକୁ ମିଳିଲା ୧୮୫୦ କାରର ଅର୍ଡର

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଘୋଷଣା କରିଛି ଯେ ଭାରତୀୟ ସେନା ପକ୍ଷରୁ ସ୍କୋର୍ପିଓ କ୍ଲାସିକର ୧୮୫୦ ୟୁନିଟ୍ସର ଅର୍ଡର ମିଳିଛି ।

ଭାରତୀୟ ସେନା ମହିନ୍ଦ୍ରା ଗ୍ରୁପକୁ ଏକ ବହୁତ ବଡ ଅର୍ଡର ଦେଇଛି । ଇଣ୍ଡିଆନ୍ ଆର୍ମି ବା ଭାରତୀୟ ସେନା ନୂଆ ଗାଡିକୁ ସାମିଲ କରିବା ପାଇଁ ଅର୍ଡର ଦେଇଛି । ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଘୋଷଣା କରିଛି ଯେ ଭାରତୀୟ ସେନା ପକ୍ଷରୁ ସ୍କୋର୍ପିଓ କ୍ଲାସିକର ୧୮୫୦ ୟୁନିଟ୍ସର ଅର୍ଡର ମିଳିଛି । ଏହାପୂର୍ବରୁ ସେନା ଜାନୁଆରୀ ମାସରେ ସ୍କୋର୍ପିଓର ୧୪୭୦ଟି ୟୁନିଟ୍ସକୁ ଅର୍ଡର ଦେଇଥିଲା ଏହି ଏସୟୁଭି ଭାରତୀୟ ସେନାର ୧୨ ୟୁନିଟ୍ସରେ ନିୟୋଜିତ କରାଯିବାର ଥିଲା । ସ୍କୋର୍ପିଓ କ୍ଲାସିକ, ସ୍କୋର୍ପିଓର ଅପଡେଟେଡ୍ ଭର୍ସନ୍ । ବ୍ରାଣ୍ଡ ନୁ୍ୟ ସ୍କୋର୍ପିଓ ଏନ୍ ମଧ୍ୟ ବିକ୍ରି ହେଉଛି ଯାହା ଏକ ବିଲକୁଲ୍ ନୂଆ ମଡେଲ ।

ଏବେ ପର୍ଯ୍ୟନ୍ତ ଭାରତୀୟ ସେନା ଟାଟା ସଫାରୀ, ଟାଟା ଜେନନ୍, ଫୋର୍ସ ଗୁରଖା ଏବଂ ମାରୁତି ସୁଜୁକି ଜିପସି କୁ ବ୍ୟବହାର କରୁଛି । ତେବେ ବର୍ତ୍ତମାନ ସ୍କୋର୍ପିଓ କ୍ଲାସିକ ଯୋଡି ହେଲେ ଭାରତୀୟ ସେନାର କ୍ଷମତା ଆହୁରି ଅଧିକ ବଢ଼ିଯିବ । ଆଶା କରାଯାଉଛି ଯେ ମହିନ୍ଦ୍ରା ସ୍କୋର୍ପିଓ କ୍ଲାସିକକୁ 4×4 ପାୱାରଟ୍ରେନ୍ ସହ ଲେସ୍ କରିବ । ଏହାର ଅର୍ଥ ହେଉଛି ଏଥିରେ ଥିବା ୨.୨ ଲିଟର ଇଞ୍ଜିନ୍ ପୂର୍ବ ପିଢ଼ୀର ହୋଇପାରେ ଯାହା ପାଖାପାଖି ୧୪୦ ହର୍ଜ ପାୱାର ଜେନେରେଟ୍ କରିଥାଏ ।

ଇଞ୍ଜିନ୍ ପାୱାର

ସ୍କୋର୍ପିଓ କ୍ଲାସିକରେ ୨.୨ ଲିଟର ଡିଜେଲ ଇଞ୍ଜିନ ବ୍ୟବହାର କରାଯାଇଛି । ଯାହା ୧୩୦ ହର୍ସପାୱାର ଏବଂ ୩୦୦ ଏନଏମ୍ ପିକ୍ ଟର୍କ ଜେନେରେଟ୍ କରିଥାଏ । ଏହା କେବଳ ୬ ସ୍ପିଡ୍ ଗିୟରବକ୍ସ ବ୍ୟବହାର କରି ପଛ ହ୍ବିଲକୁ ପାୱାର ପଠାଇଥାଏ । ସ୍କୋର୍ପିଓ କ୍ଲାସିକରେ କୌଣସି ଅଟୋମେଟିକ୍ ଟ୍ରାନ୍ସମିସନ କିମ୍ବା 4×4 ପାୱାରଟ୍ରେନ୍ ନାହିଁ ।
ତେବେ ଆପଣଙ୍କୁ କହିବାକୁ ଚାହିଁବୁ ଯେ ନୂଆ ସ୍କୋର୍ପିଓ କ୍ଲାସିକରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ନୂଆ ଇଞ୍ଜିନ୍ ପୂର୍ବ ପିଢ଼ୀ ତୁଳନାରେ ୫୫ କିଲୋଗ୍ରାମ୍ ହାଲକା । ମହିନ୍ଦ୍ରାର କହିବା ମୁତାବକ ୧,୦୦୦ ଆରପିଏମ୍ ଠାରୁ କମ୍ ୨୩୦ ଏନଏମ୍ ଟର୍କ ମିଳିଥାଏ ଏଥିରେ । ର୍ନିମାତାଙ୍କ କହିବାନୁଯାୟୀ ମାଇଲେଜ୍ ୨୦ ପ୍ରତଶତ ବଢ଼ିବା ଉଚିତ । ଟ୍ରାନ୍ସମିଶନ କେବଲ ସିଫ୍ଟର ବି ବ୍ୟବହାର କରାଯାଇଛି, ଯାହାଦ୍ବାରା କମ୍ପନ କମ କରିବାରେ ସାହାଯ୍ୟ ମିଳିବ ।

ଫିଚର୍ସ

ସସପେନସନ୍ ସେଟଅପକୁ ବି ଅପଗ୍ରେଡ ଏବଂ ରିଟ୍ୟୁନ କରାଯାଇଛି । ବଡି ରୋଲକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିବା ପାଇଁ ମହିନ୍ଦ୍ରାର ସମସ୍ତ ଚାରି ଷ୍ଟ୍ରଟ୍ସରେ ଏମଟିଭି-ସିଏଲ ଡ୍ୟାମ୍ପର୍ସର ବ୍ୟବହାର କରୁଛି କମ୍ପାନୀ । ଏତଦବ୍ୟତୀତ ନୂଆ ଏସୟୁଭିରେ ଅନେକ ଫିଚର୍ସ ସାମିଲ କରାଯାଇଛି ଯେମିତିକି କ୍ରୁଜ୍ କଣ୍ଟ୍ରୋଲ, ଅଟୋମେଟିକ କ୍ଲାଇମେଟ, କର୍ଣ୍ଣରିଙ୍ଗ ଲ୍ୟାମ୍ପ୍, ୯ ଇଞ୍ଚ୍ ଟଚସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ, ସନଗ୍ଲାସ ହୋଲଡର, ଡାଇମଣ୍ଡ ପ୍ୟାଟର୍ନ ଭଳି ଫ୍ୟାବ୍ରିକ ସିଟ୍ ଏବଂ ଆହୁରି ବହୁତ ଫିଚସର୍ ସହିତ ଆସିବ ମହିନ୍ଦ୍ରା ସ୍କୋର୍ପିଓ କ୍ଲାସିକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.