କରୋନା ପାଇଁ ରେଳ ବିଭାଗର ବଡ଼ ପଦକ୍ଷେପ, ଏସି କୋଚ୍‌ରୁ ହଟିବ ପରଦା, କମ୍ବଳ ଦେବା ବି ବନ୍ଦ

ଦେଶରେ କରୋନା ଭାଇରସ୍‌ର ସଂକ୍ରମଣକୁ ରୋକିବା ପାଇଁ ଭାରତୀୟ ରେଲୱେ ବଡ଼ ପଦକ୍ଷେପ ଗ୍ରହଣ କରିଛି। ପଶ୍ଚିମ ରେଲୱେ ନିଜ ସମସ୍ତ ଟ୍ରେନ୍‌ରେ ଆଉ କମ୍ବଳ ଦେବ ନାହିଁ ବୋଲି ଘୋଷଣା କରିଛି। ୱେଷ୍ଟର୍ଣ୍ଣ ରେଲୱେର ପିଆର୍‌ଓଙ୍କ କହିବାନୁସାରେ ଏସି କୋଚ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଏବେ ଆଉ ରେଲୱେ କମ୍ବଳ ଦେବ ନାହିଁ।

ରେଳ ବିଭାଗର କହିବାନୁସାରେ କମ୍ବଳକୁ ପ୍ରତିଦିନ ସଫା କରାଯାଇପାରେ ନାହିଁ, ଏଣୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଣୁ ଯାତ୍ରୀ ନିଜ କମ୍ବଳ ଘରୁ ଆଣି ଆସିବାକୁ ଅନୁରୋଧ କରିଛି ରେଲୱେ । ସଂକ୍ରମଣ ରୋକିବା ପାଇଁ ପ୍ରତି କୋଚ୍‌ରୁ କିଛି ଦିନ ପର୍ଯ୍ୟନ୍ତ ପରଦା ବା ସ୍କ୍ରିନ୍‌ ବି ହଟାଇ ଦିଆଯିବ।

train2

ଏଥିସହ ରେଳବିଭାଗ ନିମ୍ନୋକ୍ତ ପଦକ୍ଷେପ ମଧ୍ୟ ଗ୍ରହଣ କରିଛି…

  • ସବୁ ଡିଭିଜନ୍‌ର ଡବା ଭିତରେ ସମ୍ପୂର୍ଣ୍ଣ ସଫେଇ କରାଯିବ।
  • ତୁରନ୍ତ ସମସ୍ତ ଟ୍ରେନ୍‌ର ଏସି କୋଚ୍‌ରୁ ପର୍ଦ୍ଦା ହଟାଇ ଦିଆଯିବ।
  • ସବୁ ବଗିର ସଫେଇ ଲାଇସୋଲ ଭଳି କୀଟନାଶକରେ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି।

train3

  • ସମସ୍ତ ଇଏମ୍‌ୟୁ ଓ ଡେମୋ କୋଚ୍‌ରେ କୀଟନାଶକ ଛିଞ୍ଚିବାକୁ ନିର୍ଦ୍ଦେଶ ଜାରି।
  • ଯାତ୍ରୀ ମାନେ ବ୍ୟବହାର କରୁଥିବା ସମସ୍ତ ଜିନିଷକୁ କୀଟାଣୁ ମୁକ୍ତ କରିବାକୁ କୁହାଯାଇଛି।
  • ଷ୍ଟେସନ୍‌ରେ ଲାଗିଥିବା ବେଞ୍ଚ୍‌ ଓ ଚେୟାର, ଓ୍ଵାଶ ବେସିନ୍‌, ବାଥରୁମ୍‌ ଡୋର ଆଦିକୁ ଜୀବାଣୁ ମୁକ୍ତ କରିବାକୁ ନିର୍ଦ୍ଦେଶ।
  • ସମସ୍ତ କୋଚ୍‌ରେ ତରଳ ସାବୁନର ଷ୍ଟକ୍‌ ପର୍ଯ୍ୟାପ୍ତ ପରିମାଣରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.