ପଦ୍ମିନୀ କୋହ୍ଲାପୁରୀଙ୍କ ଏହି ନ୍ୟୁଡ୍‌ ସିନ୍‌ ପାଇଁ ବ୍ଲାକ୍‌ରେ ବିକ୍ରି ହେଉଥିଲା ଟିକେଟ୍‌, ଥିଏଟର ବାହାରେ ବି ଥିଲା ଖଚାଖଚ୍‌ ଭିଡ଼, ଜାଣନ୍ତୁ କ’ଣ ସେହି ଫିଲ୍ମ

ଏକ ଲମ୍ବା ସମୟ ବ୍ୟବଧାନ ପରେ ବଲିଉଡ୍‌କୁ ପୁଣିଥରେ ଫେରିଛନ୍ତି ଅଭିନେତ୍ରୀ ପଦ୍ମିନୀ କୋହ୍ଲାପୁରୀ। ପାଖାପାଖି ୬ ବର୍ଷ ତଳେ ସେ ଶେଷଥର ଶାହିଦ କପୁରଙ୍କ ଫିଲ୍ମ ‘ଫଟା ପୋଷ୍ଟର ନିକଲା ହିରୋ’ରେ କାମ କରିଥିଲେ। ନିକଟରେ ସେ ସଞ୍ଜୟ ଦତ୍ତ, ଅର୍ଜୁନ କପୁର ଓ କୃତି ସେନନ ଷ୍ଟାରର୍‌ ‘ପାନିପତ୍‌’ରେ ନଜର ଆସିଥିଲେ। କିନ୍ତୁ ଫିଲ୍ମଟି ବକ୍ସ ଅଫିସ୍‌ରେ ସେତେଟା କରିଶ୍ମା ଦେଖାଇ ପାରି ନ ଥିଲା।

h1

ମାତ୍ର ୧୫ ବର୍ଷ ବୟସରୁ ନ୍ୟୁଡ୍‌ ସିନ୍‌

ପଦ୍ମିନୀ ପିଲାବେଳୁ ଆକ୍ଟିଂ କରିବା ଆରମ୍ଭ କରିଥିଲେ। ଖୁବ୍‌ କମ୍‌ ଦିନ ଭିତରେ ସେ ଦର୍ଶକଙ୍କୁ ଦିଓ୍ଵାନା କରିଦେଇଥିଲେ। ମାତ୍ର ୧୫ ବର୍ଷ ବସୟରେ ୧୯୮୦ରେ ଆସିଥିବା ଫିଲ୍ମ ‘ଗହରାଇ’ରେ ତାଙ୍କର ଏକ ନ୍ୟୁଡ୍‌ ସିନ୍‌ ଥିଲା। ସେହି ସମୟରେ ଏମିତି ସିନ୍‌ କରିବା ବହୁତ ବଡ଼ କଥା ଥିଲା, ଯେଉଁ କାରଣରୁ ପଦ୍ମିନୀଙ୍କ ନାଁ ବିବାଦକୁ ଚାଲିଯାଇଥିଲା।

ଫିଲ୍ମରେ ତାଙ୍କ ଭୂମିକାଟି ଏହିପରି ଥିଲା। ପଦ୍ମିନୀଙ୍କ ଶରୀରରେ ଆତ୍ମା ସବାର ହୋଇଥିଲା। ଆତ୍ମାକୁ ଶରୀରରୁ ବାହାର କରିବା ପାଇଁ ତାନ୍ତ୍ରିକ ତାଙ୍କର ପୂରା କପଡ଼ାକୁ ବାହାର କରିଦେଇଥିଲେ ଏବଂ ତାଙ୍କୁ ନିବସ୍ତ୍ର ପୂଜା କରିଥିଲେ। ଫିଲ୍ମରେ ତାନ୍ତ୍ରିକ ଭୂମିକାରେ ଅଭିନୟ କରିଥିଲେ ଅମରେଶ ପୁରି।

k3

ହଙ୍ଗାମା ସୃଷ୍ଟି କରିଥିଲା ‘ଇନ୍‌ସାଫ କା ତରାଜୁ’

ପଦ୍ମିନୀଙ୍କ ଆଗାମୀ ଫିଲ୍ମ ଥିଲା ‘ଇନ୍‌ସାଫ କା ତରାଜୁ’, ଯାହାକି ସେତେବେଳେ ଫିଲ୍ମ ଜଗତରେ ହଙ୍ଗାମା ସୃଷ୍ଟି କରିଥିଲା। ଫିଲ୍ମରେ ଶିଶୁ କଳାକାର ରୂପେ ଅଭିନୟ କରିଥିଲେ ପଦ୍ମିନୀ। ତାଙ୍କୁ ନିଜର ସବୁ କପଡ଼ାକୁ ଗୋଟିଏ ପରେ ଗୋଟିଏ ଖୋଲିବାକୁ ପଡ଼ିଥିଲା। ମିଡିଆ ରିପୋର୍ଟ ମୁତାବକ, ଏହି ଫିଲ୍ମକୁ ଦେଖିବା ପାଇଁ ଟିକେଟ୍‌ ବ୍ଲାକ୍‌ରେ ବିକ୍ରି ହୋଇଥିଲା। ଏପରି କି, ଥିଏଟର ବାହାରେ ବି ଖଚାଖଚ୍‌ ଭିଡ଼ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.