Below header

ରେଲୱେ ପକ୍ଷରୁ ବଡ ନିଷ୍ପତ୍ତି , ଆସନ୍ତା ୩ମେ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀ ସେବା ସ୍ଥଗିତ

କରୋନା ସଂକଟରୁ ରକ୍ଷା ପାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଲକଡାଉନକୁ ଆସନ୍ତା ୩ ମେ ପର୍ଯ୍ୟନ୍ତ ବଢ଼ାଇବା ପାଇଁ ଘୋଷଣା କରିଛନ୍ତି। ଏଥିସହ ରେଳୱେ ପକ୍ଷରୁ ମଧ୍ୟ ସେବା ସ୍ଥଗିତ ରଖିବା ପାଇଁ ଘୋଷଣା କରାଯାଇଛି। ରେଳ ବିଭାଗ କହିବାନୁଯାୟୀ ଆସନ୍ତା ୩ମେ ମଧ୍ୟ ରାତ୍ରି ଅର୍ଥାତ ରାତି ୧୨ଟା ପର୍ଯ୍ୟନ୍ତ ସମସ୍ତ ଯାତ୍ରୀ ସେବା ବନ୍ଦ ରହିବ। ଏହାପୂର୍ବରୁ ରେଲୱେ ପକ୍ଷରୁ ୧୪ ତାରିଖ ପରେ ଟ୍ରେନ ଟିକେଟ ବୁକିଂ ସ୍ୱୀକାର କରାଯିବା ପାଇଁ ଘୋଷଣା ହୋଇଥିଲା କିନ୍ତୁ ଅଧିକାରୀକ ସ୍ତରରେ ରେଲୱେ ପକ୍ଷରୁ ଟ୍ରେନ ସଞ୍ଚାଳନ ଆରମ୍ଭ କରିବା ନେଇ କିଛି ସୂଚନା ଦିଆଯାଇନାହିଁ।

indian-railways

ରେଳ ମନ୍ତ୍ରାଳୟ କହିବାନୁଯାୟୀ ମେଲ/ଏକ୍ସପ୍ରେସ/ପାସେଞ୍ଜର/ଉପନଗରୀୟ ଟ୍ରେନ ବ୍ୟତୀତ କୋଲକାତା ମେଟ୍ରୋ ଏବଂ କୋଂକଣ ରେଲୱେର ସମସ୍ତ ସେବା ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ସମସ୍ତ ସେବା ଆସନ୍ତା ୩ମେ ରାତି ୧୨ଟା ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.