୧୦୦ ବର୍ଷ ପୁରୁଣା ଅଲୋଡ଼ା ଔଷଧ ଭଲ କରୁଛି କରୋନା, ବୈଜ୍ଞାନିକ ଦେଲେ ଖୁସି ଖବର

କରୋନା ଭାଇରସ ସହ ଏବେ ସାରା ଦୁନିଆ ଲଢ଼ୁଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ଚିକିତ୍ସା ବାହାରିପାରିନାହିଁ। ତଥାପି ଆଶା ଛାଡିନାହାନ୍ତି ବୈଜ୍ଞାନିକମାନେ। ଏକ ରିସର୍ଚ୍ଚରୁ ଜଣାଯାଇଛି ଯେ ୧୦୦ ବର୍ଷ ତଳର ପୁରୁଣା ଔଷଧ କରୋନାକୁ ମୂଳପୋଛ କରିବାରେ ସହାୟକ ହେବ। ଶତାଧିକ ବର୍ଷ ପୁରାତନ ଟିବିର ଟୀକା ବିସିଜି କରୋନା ଭଲ କରିବ ବୋଲି ଜଣାଯାଇଛି।

BCG Against Coronavirus: Less Hype And More Evidence, Please

ଗତ ଚାରିମାସ ଧରି କରୋନାର ଚିକିତ୍ସା ସମ୍ବନ୍ଧରେ ଚାଲିଥିଲା ରିସର୍ଚ୍ଚରୁ ଜଣାପଡ଼ିଥିଲା ଯେ କରୋନାକୁ ମାତ୍ ଦେବାରେ ବିସିଜି ଟୀକା ବେଶ ପ୍ରଭାବଶାଳୀ ରହିବ। ଯେଉଁ ଦେଶମାନଙ୍କରେ ଏବେ ବି ବିସିଜି ଟୀକା ଦିଆଯାଉଛି ସେଠାରେ କରୋନା ସଂକ୍ରମଣ କମ ରହିଥିବା ଜଣାଯାଇଛି। ଯକ୍ଷ୍ମା ରୋଗ ପାଇଁ ବିସିଜି ନେଇଥିବା ଲୋକଙ୍କୁ କରୋନା ନିଜ ଶିକାର ବନାଇପାରୁନଥିବା ରିସର୍ଚ୍ଚରେ ଜାଣିବାକୁ ମିଳିଛି।

No evidence suggests BCG vaccine can protect against COVID-19: WHO

ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ ଇଣ୍ଡିଆ(PHFI) ର ମୁଖ୍ୟ ଡା. କେ ଶ୍ରୀନାଥ ରେଡି କହିଛନ୍ତି ଯେ ବିସିଜି ଟୀକା ଦେଶର ସବୁ ଛୁଆଙ୍କୁ ଦିଆଯାଏ। ଏହାଦ୍ୱାରା ଟିବି ହୁଏନାହିଁ। ଏହି ଟୀକା କରୋନାରୁ ମଧ୍ୟ ମୁକ୍ତି ଦେବ ବୋଲି ନିକଟରେ ଜଣାପଡ଼ିଛି। ଯଦି ଏହା ସତ ହୁଏ ତେବେ ସାରା ବିଶ୍ୱ ପାଇଁ ଏକ ଖୁସି ଖବର ନିଶ୍ଚୟ ହେବ।

Diabetes Treatment: Tuberculosis Vaccine May Help

ସୂଚନାଯୋଗ୍ୟ ଯେ ଭାରତରେ ସବୁ ଛୁଆଙ୍କୁ ବିସିଜି ଟୀକା ଦିଆଯାଏ। ମାତ୍ର ୟୁରୋପ ଦେଶରେ ଏହି ଟୀକାକାରଣ ବହୁବର୍ଷ ହେବ ବନ୍ଦ ରହିଛି।

Leave A Reply

Your email address will not be published.