Below header

ଲକ ଡାଉନ ସମୟରେ ବଲିଉଡ଼ ଅଭିନେତାଙ୍କ ନକଲ କଲେ ପୂର୍ବତନ କ୍ରିକେଟର ଇରଫାନ ପଠାନ, ସୋସିଆଲ ମିଡିଆରେ କଲେ ସେୟାର

ଲକ ଡାଉନ ସମୟରେ ଅଧିକାଂଶ ଲୋକଙ୍କୁ ନିଜ ନିଜ ଘରେ ହିଁ ରହିବାକୁ ପଡୁଛି । ଏମିତିକି ସେଲିବ୍ରିଟି, କ୍ରିକେଟ ତାରକା, ଇଣ୍ଡଷ୍ଟ୍ରିଆଲିଷ୍ଟ ମାନେ ବି ସତେ ହୋମ ନିୟମକୁ କଡାକଡ଼ି ଭାବେ ପାଳନ କରୁଥିବା ଜଣାଯାଇଛି । ଏମିତିକି ଘର ଭିତରର ମଜାଳିଆ ଭିଡିଓ ମାନ ତିଆରି କରି ବିଭିନ୍ନ ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ପୂର୍ବତନ କ୍ରିକେଟ ତାରକା ଇରଫାନ ପଠାନ ଟିକ୍ ଟକରେ ଖୁବ ସକ୍ରିୟ ରହୁଥିବାର ନଜର ଆସନ୍ତି । ଏମିତିକି ତାଙ୍କର ପ୍ରତିଟି ଭିଡିଓକୁ ଫଲୋଅର୍ଶ ମାନେ ବି ଖୁବ ପସନ୍ଦ କରନ୍ତି ।

@irfanpathan_officialControl Uday ##control ##acting ##emotion ##change ##quarantine ##life♬ original sound – SameedBhatkar

କେତେବେଳେ ସେ ବଲିଉଡ ଷ୍ଟାର ମାନଙ୍କ ନକଲ କରନ୍ତି ତ କେତେବେଳେ ପିତାଙ୍କ ସହ ଭିଡିଓ ପ୍ରସ୍ତୁତ କରି ଲୋକଙ୍କ ମନୋରଞ୍ଜନ କରିଥାନ୍ତି । ଏଥର କିନ୍ତୁ ଇରଫାନ ବଲିଉଡ ଜଗତର ଜଣେ ଦମଦାର ଆକ୍ଟର ନାନା ପାଟେକରଙ୍କ ନକଲ କରିଥିବା ଜଣାଯାଇଛି । “ୱେଲକମ” ସିନେମାରେ ନାନା ଉଦୟ ସେଟ୍ଟୀଙ୍କ ଭୂମିକା ଯେମିତି ନିଭେଇଥିଲେ । ଠିକ ଅବିକଳ ଭାବେ ଇରଫାନ ତାଙ୍କୁ ନକଲ କରିଥିଲେ । ନିଜ ଘରର ବଗିଚାରେ ଏକ ଚୌକି ଉପରେ ବସି ହିଁ ଇରଫାନ ଏହି ହରକତ କରିଥିଲେ । ଇରଫାନଙ୍କ ଏହି ହରକତକୁ ସମସ୍ତେ ମଧ୍ୟ ଖୁବ ପସନ୍ଦ କରିଥିବା ଜଣାଯାଇଛି । ତାଙ୍କର ଏହି ଭିଡିଓଟି ଖୁବ ଭାଇରଲ ହେବାରେ ଲାଗିଛି ।

ଟିକ୍ ଟକରେ ଇରଫାନଙ୍କ ଏହି ଭିଡିଓ ଟିକୁ ଏଯାବତ ୧.୯ ମିଲିୟନ ଲୋକ ଦେଖି ସାରିଥିବା ବେଳେ ୨ ଲକ୍ଷରୁ ଅଧିକ ଲାଇକ କରିସାରିଲେଣି । ଯେବେକି ହଜାରେ ରୁ ଅଧିକ କମେନ୍ଟ ଆସି ସାରିଲାଣି । ଇରଫାନ ନିଜର ଏହି ଭିଡିଓ ଟିକୁ ନିଜ ଇଂସ୍ଟଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । କହି ରଖିବା ଉଚିତ ହେବକି, କରୋନା ଭାଇରସ କାରଣରୁ ଇଣ୍ଟରନେଶନାଲ ମ୍ୟାଚ ଗୁଡିକୁ ସ୍ଥଗିତ ରଖାଯାଇଛି । ଏମିତିକି ଆଇପିଏଲକୁ ବି ବିସିସିଆଇ ସ୍ଥଗିତ ରଖିଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.