ପେସେଣ୍ଟ ନମ୍ବର ୫୬ଙ୍କର ଆସିଲା ଟ୍ରାଭେଲ୍ ହିଷ୍ଟ୍ରି, ୭ଦିନ ପାଇଁ ସାନତ୍ରିଲୋଚନପୁର ଏବଂ ସଇପୁର ଗାଁ ଘୋଷଣା ହେଲା କଣ୍ଟେନମେଣ୍ଟ ଜୋନ୍‌

ଯାଜପୁର: ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬ରେ ପହଞ୍ଚିଛି । ୫୬ ନମ୍ବର ଆକ୍ରାନ୍ତ ଜଣକ ହେଉଛନ୍ତି ଯାଜପୁର ଅଞ୍ଚଳର । ତାଙ୍କ ଘର ଜାଫରପୁର ପଞ୍ଚାୟତର ସାନ ତ୍ରିଲୋଚନପୁର । ଏନେଇ ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

jajpur୨୮ତାରିଖରେ ଆକ୍ରାନ୍ତ ବ୍ୟକ୍ତି କୋଲକାତାରୁ ଫେରିଥିଲେ । ସେ ଟାଟା ମ୍ୟାଜିକ୍‌ରେ ଅନ୍ୟ କିଛି ଲୋକଙ୍କ ସହ ପାଣିକୋଇଲି ପର୍ଯ୍ୟନ୍ତ ଆସିଥିଲେ । ସେଠାରୁ ସେ ସଠିପୁର ଦେଇ ନିଜ ଘରେ ପହଞ୍ଚିଥିଲେ । ସେ ଆସିବା ସମୟରେ ୭ରୁ ୮ ଜଣ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି । ସେ କରୋନା ପଜିଟିଭ୍‌ ଜଣାପଡ଼ିବା ପରେ ତାଙ୍କୁ କଟକ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି । ସାନତ୍ରିଲୋଚନପୁର ଏବଂ ସଇପୁର ଗାଁକୁ ୭ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ଏହାକୁ ମିଶାଇ ଯାଜପୁରରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.