ପରଲୋକରେ ପୂର୍ବତନ ମନ୍ତ୍ରୀ ସନାତନ ବିଶି, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ

ସମ୍ବଲପୁର : ପରଲୋକରେ ପୂର୍ବତନ ମନ୍ତ୍ରୀ ସନାତନ ବିଶି । ଆଜି ସକାଳେ ସମ୍ବଲପୁର ହୀରାକୁଦ କଲୋନୀ ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି । ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ସନାତନ ବିଶି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିକୁ ଆସିଥିଲେ । ଦୁଇ ଦୁଇ ଥର ରେଢାଖୋଲ ବିଧାନସଭା ଆସନରୁ ସେ ଜିତିଛନ୍ତି । ୨୦୦୪ ଓ ୨୦୦୯ରେ ବିଜେଡି ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ତୁଲାଇଥିଲେ ।

ଏହା ପୂର୍ବରୁ ସେ ୧୯୯୪ ମସିହାରେ ରାଜ୍ୟସଭା ସାଂସଦ ମଧ୍ୟ ଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ସେପଟେ ସନାତନ ବିଶିଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି । ସନାତନ ବିଶି ଜଣେ କର୍ତ୍ତବ୍ୟ ପରାୟଣ ସାମାଜିକ କର୍ମୀ ଥିଲେ । ତାଙ୍କ ବିୟୋଗ ସାରା ରାଜ୍ୟ ପାଇଁ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.