କଟା ହାତ ଯୋଡ଼ା ହେବା ପରେ ହୋସକୁ ଫେରିଲେ ASI ହରଜିତ ସିଂହ, କହିଲେ “ଖୁବଶୀଘ୍ର ଡ୍ୟୁଟିକୁ ଫେରିବି”

ଯେଉଁ ଦୁର୍ଘଟଣା ହୋଇଗଲା ତାହା ହୋଇଗଲା, କିଛି କଥା ନାହିଁ। ମୁଁ ଖୁବଶୀଘ୍ର ଡ୍ୟୁଟିକୁ ଫେରିବି। ଏହି ବାକ୍ୟ ହେଉଛି ପଞ୍ଜାବ ପୋଲିସର ସେହି ସାହସୀ ଏଏସଆଇ ହରଜିତ ସିଂହଙ୍କର, ଡ୍ୟୁଟି ସମୟରେ କିଛି ଅସାମାଜିକ ବ୍ୟକ୍ତି ଖଣ୍ଡାରେ ଯାହାର ହାତ କାଟି ଦିଖଣ୍ଡ କରିଦେଇଥିଲେ।

कटा हाथ जुडऩे के बाद बोले जांबाज ASI ...

ଅପରେସନ ପରେ ଆଖି ଖୋଲିବା ବେଳେ ସେ ଏହି କଥା କହିଥିବା ତାଙ୍କ ଥାନାର ଇନ୍ସପେକ୍ଟର ରାହୁଲ କୌଶଳ କହିଛନ୍ତି। ରାହୁଲଙ୍କ କହିବାମୁତାବକ ହରଜିତ ସିଂହ ଜଣେ ସାହସୀ ପୋଲିସ ଅଫିସର। ହାତ କଟା ଯିବା ପରେ ସେ ନିଜେ ହିଁ କଟା ହାତକୁ ଧରି ପଟିଆଲାର ରାଜିନ୍ଦରା ହସ୍ପିଟାଲ ଯାଇଥିଲେ। ସେଠାରେ ପ୍ରାଥମିକ ଉପଚାର ପରେ ତାଙ୍କୁ ପିଜିଆଇକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରେନ୍ଦ୍ର ସିଂହ ତାଙ୍କ ସହ କଥାବାର୍ତ୍ତା କରି ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

ASIHarjeetSingh hashtag on Twitter

ମୁଖ୍ୟମନ୍ତ୍ରୀ ହରଜିତଙ୍କୁ ସମସ୍ତ ସହାୟତା କରିବାକୁ ମେଡିକାଲ ଟିମକୁ ମଧ୍ୟ କହିଛନ୍ତି। ଏଥିସହ ଏଭଳି କାଣ୍ଡ ଭିଆଇଥିବା ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.