ଇଣ୍ଡିଗୋ ଏୟାରଲାଇନ୍ସର ଜବରଦସ୍ତ ଅଫର, ବିମାନ ଟିକେଟ ବୁକିଂରେ ମିଳିବ ୨୦୦୦ ପର୍ଯ୍ୟନ୍ତ ଡିସକାଉଣ୍ଟ

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଇଣ୍ଡିଗୋ ୧୭ ବର୍ଷ ପୂରଣ ଅବସରରେ ବିମାନ ଟିକେଟ ବୁକିଂରେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ଦେଉଛି । ଏହି ଅଫର ୪ ଅଗଷ୍ଟ ପର୍ଯ୍ୟନ୍ତ ଲାଗୁ ହୋଇଛି ।

ଦେଶର ସବୁଠୁ ବଡ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋର ଜବରଦସ୍ତ ଅଫର । ବିମାନ ଟିକେଟ ବୁକିଂ କରିବାରେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳୁଛି । ଏହି ସେଲ୍‌ ୩ ଦିନ ପାଇଁ ଚାଳିବ । ଇଣ୍ଡିଗୋକୁ ୧୭ ବର୍ଷ ପୂରଣ ଅବସରରେ କମ୍ପାନୀ ଆନିଭରସରୀ ସେଲ୍‌ ଓପନ କରିଛି ।

କମ୍ପାନୀର ଅଫର ଆଜିଠାରୁ ଆରମ୍ଭ ହୋଇଛି ।ଏହି ଅଫର ୪ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଆପଣ ଏହି ସମୟରେ ଟିକେଟ ବୁକ୍‌ କରିବା ଦ୍ୱାରା ୨୦୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଡ ପାଇପାରିବେ । ଏହି ଅଫର ସମସ୍ତଙ୍କ ପାଇଁ ଲାଗୁ । କମ୍ପାନୀ ଏହି ଅଫରର ନାମ ‘HappyIndiGoDay’ ଦେଇଛି ।

ଇଣ୍ଡିଗୋ ଏୟାରଲାଇନ୍ସର ୱେବସାଇଟ ଏବଂ ମୋବାଇଲ ଆପ୍‌ ଜରିଆରେ ବୁକ୍‌ ହେଉଥିବା ସମସ୍ତ ଟିକେଟରେ ୧୨ ପ୍ରତିଶତ ଡିସକାଉଣ୍ଟ ଦେଉଛି । ଏହି ଡିସକାଉଣ୍ଟ ୩ ଅଗଷ୍ଟ ପର୍ଯ୍ୟନ୍ତ ମିଳିବ । ୪ ଅଗଷ୍ଟ ଟିକେଟ ବୁକିଂରେ ୭ ପ୍ରତିଶତ ଡିସକାଉଣ୍ଟ ମିଳିବ ।

ଇଣ୍ଡିଗୋ ଏହି ଅଫର ପାଇଁ ଆମେରିକାନ ଏକ୍ସପ୍ରେସ ଏବଂ ଏଚଏସବିସି କ୍ରେଡିଟ କାର୍ଡ ସହିତ ଟାଏ-ଅପ କରିଛି । ଏଥିରେ ଲୋକେ ଅତିରିକ୍ତ ଫାଇଦା ପାଇବେ । ଆଜିଠାରୁ ଟିକେଟ ବୁକ୍‌ କରିବା ଦ୍ୱାରା ୫ ପ୍ରତିଶତ ଏକ୍ସଟ୍ରା କ୍ୟାସବ୍ୟାକ୍‌ ମିଳିବ । କେବଳ ଏତିକି ନୁହେଁ ଇଣ୍ଡିଗୋ ଲୋକଙ୍କୁ ନିଜ ମନ ପସନ୍ଦ ସିଟ୍‌ ଚୟନ କରିବା ପାଇଁ ବିକଳ୍ପ ମଧ୍ୟ ଦେଉଛି । ଏଥିପାଇଁ ମାତ୍ର ୧୭ ଟଙ୍କା ଦେବାକୁ ପଡିବ ।

ସୂଚନାଯୋଗ୍ୟ, ଗତବର୍ଷ ଇଣ୍ଡିଗୋ ୧୬ ବର୍ଷ ପୂରଣ ଅବସରରେ ଏଭଳି ଅଫର ଦେଇଥିଲା । ଫଳରେ ଏୟାରଲାଇନ୍ସ କମ୍ପାନୀର ଜବରଦସ୍ତ ଲାଭ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.