ଦିୱାଲୀ ଅଫରରେ ବୁକ୍‌ କରନ୍ତୁ ଫ୍ଲାଇଟ ଟିକେଟ ଓ ପାଆନ୍ତୁ ୫୦ ପ୍ରତିଶତ ଯାଏ ରିହାତି

ବର୍ତ୍ତମାନ ଶସ୍ତା ହେଲା ଫ୍ଲାଇଟ ଟିକେଟ । ରାଜ୍ୟ କିମ୍ବା ଦେଶ ବାହାରକୁ ଯିବାକୁ ପ୍ଲାନ୍‌ କରିଛନ୍ତି ତ ଏବେ ବିମାନରେ ଯାତ୍ରା କରନ୍ତୁ । କାହିଁକି ନା ଆପଣଙ୍କ ପାଇଁ ରହିଛି ଖୁସି ଖବର । ଯଦି ଆପଣ ନିଜ ସହର ବାହାରକୁ ଫ୍ଲାଇଟ ମାଧ୍ୟମରେ ଯିବା ପାଇଁ ଚାହୁଁଛନ୍ତି, ତେବେ ଟିକେଟର ପ୍ରାଇସକୁ ନେଇ ଆଉ ଚିନ୍ତା କରିବାର କିଛି ନାହିଁ । କାରଣ ଆପଣ ଟିକେଟ୍‌ ବୁକ୍‌ କଲେ ୧୦ ପ୍ରତିଶତରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଛାଡ ମିଳିବ। ଯାହାକି ଇଣ୍ଡିଗୋର ଦିୱାଲୀ ଅଫର। ଖାଲି ଏତିକି ନୁହେଁ ଇଣ୍ଡିଗୋ ତରଫରୁ ଆହୁରି ମଧ୍ୟ ରହିଛି ବିଶେଷ ଅଫର । ଆଗକୁ ଏ ନେଇ ଘୋଷଣା କରାଯିବ ।

ତେବେ ଆସନ୍ତୁ ଜାଣିବା କାହା ପାଇଁ ଏହି ଅଫର :

ଯଦି ଆପଣ କରୋନା ଟିକା ବା ଭାକ୍ସିନର ଦୁଇଟି ଯାକ ଡୋଜ୍‌ ନେଇ ସାରିଛନ୍ତି ତେବେ ଆପଣଙ୍କୁ ଇଣ୍ଡିଗୋ ତରଫରୁ ଫ୍ଲାଇଟ ଟିକେଟ ବୁକରେ ୧୦ ପ୍ରତିଶତ ଛାଡ କରାଯିବ । ଖାଲି ଏତିକି ନୁହେଁ ସଶସ୍ତ୍ର ବାହିନୀଙ୍କ ପାଇଁ ମଧ୍ୟ ଇଣ୍ଡିଗୋ ତରଫରୁ ରହିଛି ଏକ ବଡ ଉପହାର । ଇଣ୍ଡିଗୋ ଟିକେଟ ବୁକ କରିବା ପାଇଁ ଦୀପାବଳି ଉପଲକ୍ଷେ ସଶସ୍ତ୍ର ବାହିନୀଙ୍କୁ ବେସ ଫେୟାରରେ ୫୦ ପ୍ରତିଶତ ଛାଡ କରାଯିବ । ତେବେ ସିନିୟର ସିଟିଜେନ ଓ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଅଫର ଆଣିଛି ଇଣ୍ଡିଗୋ । ଏହି ଅଫର ଅନୁଯାୟୀ, ଛାତ୍ରଛାତ୍ରୀଙ୍କୁ ବେସ ଫେୟାରରେ କିଛି ପ୍ରତିଶତ ଛାଡ କରିବା ସହିତ ଅନ୍ୟ ଜିନିଷ ପାଇଁ ମଧ୍ୟ ଟଙ୍କା ଛାଡ କରିବା କଥା ବିଚାର କରୁଛି । ଏହା ବ୍ୟତୀତ ବରିଷ୍ଠ ନାଗରିକଙ୍କୁ ଏୟାରଲାଇନ୍ସ ବେସ ଫେୟାର ଉପରେ ଛଅ ପ୍ରତିଶତ ଛାଡ ଦିଆଯିବ ।

ଖାଲି ଏତିକି ନୁହେଁ କାସବ୍ୟାକ ଓ କ୍ରେଡିଟ କାର୍ଡ ଅଫର ମଧ୍ୟ କମ୍ପାନୀ ତରଫରୁ ଯୋଗାଇ ଦିଆଯିବ । ଦିୱାଲୀ ଅଫର ଅନୁଯାୟୀ, ଆପଣ ବିଭିନ୍ନ କାର୍ଡରେ ଅଫର ମଧ୍ୟ ପାଇବେ | HSBC କ୍ରେଡିଟ୍ କାର୍ଡରେ ଆପଣଙ୍କୁ ୫ ପ୍ରତିଶତ କ୍ୟାସବ୍ୟାକ୍ ମିଳିବ । ଆହୁରି ମଧ୍ୟ ଇଣ୍ଡସଇଣ୍ଡ ବ୍ୟାଙ୍କ କ୍ରେଡିଟ କାର୍ଡଧାରୀଙ୍କୁ ୧୨ ପ୍ରତିଶତ କ୍ୟାସବ୍ୟାକ୍ ଦିଆଯାଉଛି ।

Leave A Reply

Your email address will not be published.