IBPS ପକ୍ଷରୁ ଖାଲିପଡିଛି ଆସିଷ୍ଟାଣ୍ଟ ପ୍ରଫେସର ସହିତ ଅନେକ ପଦବୀ, ଜଲଦି କରନ୍ତୁ ଆବେଦନ

IBPS ପକ୍ଷରୁ ବିଭିନ୍ନ ପଦବୀରେ ନିଯୁକ୍ତି ହେଉଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଆଇବିପିଏସର ଅଧିକାରକ ୱେବସାଇଟ ibps.in ମାଧ୍ୟମରେ ଆବେଦନ କରିପାରିବେ। ଏଥିରେ ଆବେଦନ କରିବା ପାଇଁ ଶେଷ ତାରିଖ ୧୪ ଅକ୍ଟୋବର ରହିଛି।

ନୋଟିଫିକେସନ ମୁତାବକ, ଏଠାରେ ଖାଲିପଡିଥିବା ପଦବୀ ମଧ୍ୟରେ ଆସିଷ୍ଟାଣ୍ଟ ପ୍ରଫେସର, ଫାକଲ୍ଟି ରିସର୍ଚ୍ଚ ଆସୋସିଏଟ, ରିସର୍ଚ୍ଚ ଆସୋସିଏଟ, ହିନ୍ଦୀ ଅଫିସର, ଆଇଟି ଇଂଜିନିୟର, ଆଇଟି ଡାଟାବେସ ଆଡମିନିଷ୍ଟ୍ରେଟର, ସଫ୍ଟୱେୟାର ଡେଭଲପର ଏବଂ ଟେଷ୍ଟର।

ଚୟନ ପ୍ରକ୍ରିୟା: ଅନଲାଇନ ପରୀକ୍ଷା, ରାଇଟିଂ ଦକ୍ଷତା, ଗ୍ରୁପ ଏକ୍ସରସାଇଜ ଏବଂ ପର୍ସନାଲ ଇଣ୍ଟରଭ୍ଯୁ ଆଧାରରେ କରାଯିବ।

ଏହାଛଡା ଆଇଟି ଇଂଜିନିୟର, ଆଇଟି ଡାଟାବେସ ଆଡମିନିଷ୍ଟ୍ରେଟର, ସଫ୍ଟୱେୟାର ଡେଭଲପର ଏବଂ ଟେଷ୍ଟର ଚୟନ ପଦବୀ ପାଇଁ ଅନଲାଇନ ପରୀକ୍ଷା, ସ୍କିଲ ଟେଷ୍ଟ ଏବଂ ପର୍ସନାଲ ଇଣ୍ଟରଭ୍ଯୁ ଆଧାରରେ ଚୟନ ହେବ।

ବୟସସୀମା: ଏହିସବୁ ବିଭିନ୍ନ ପଦବୀରେ ଆବେଦନ କରିବାକୁ ଥିବା ପ୍ରାର୍ଥୀଙ୍କ ବୟସ ୨୧ ବର୍ଷରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ।

ଏମିତି କରନ୍ତୁ ଆବେଦନ: ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଅଫିସିଆଲ ୱେବସାଇଟ ଯାଇ ଆବେଦନ କରିପାରିବେ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:

https://www.ibps.in/wp-content/uploads/Advertisement_Various_Posts_OCT_2021.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.