ମାତ୍ର ୪୨ ଟଙ୍କା ନିବେଶ କରି ପାଆନ୍ତୁ ପାଞ୍ଚ ହଜାର ଟଙ୍କା ପେନସନ୍‌

ବୃଦ୍ଧାବସ୍ଥାରେ ଟଙ୍କାକୁ ନେଇ ସମସ୍ୟା ନହୁଏ, ସେଥିପାଇଁ ସମୟ ଭିତରେ ସଞ୍ଚୟ କରନ୍ତି ଲୋକମାନେ। ପ୍ରାଇଭେଟ୍‌ ସଂସ୍ଥାରେ କାମ କରୁଥିବା ଲୋକମାନଙ୍କ ପାଇଁ ସଞ୍ଚୟ ବହୁତ ଜରୁରୀ ହୋଇଥାଏ। ଏମିତିରେ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଅଟଳ ପେନସନ୍‌ ଯୋଜନା ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେବ। ଏହା କମ୍‌ ଆୟ କରୁଥିବା ଲୋକଙ୍କ ପାଇଁ ବହୁତ ଭଲ ସ୍କିମ୍‌। ଏଥିରେ ପ୍ରାୟ ୪୨ ଟଙ୍କା ନିବେଶ କରି ସାରାଜୀବନ ପେନସନ୍‌ ପାଇବା ଜୁଗାଡ କରିପାରିବେ।

ଏହା କେନ୍ଦ୍ର ସରକାରଙ୍କ ଏକ ସୋସିଆଲ ସିକ୍ୟୁରିଟୀ ସ୍କିମ ଅଟେ। ଏଥିରେ ୧ ରୁ ୫ ହଜାର ଟଙ୍କା ମାସିକ ପେନସନ୍‌ ମିଳିପାରିବ। ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଲୋକ ଯଥା, ଶ୍ରମିତ, ଡେଲି ଓ୍ଵାକର୍ସ,ପ୍ରାଇଭେଟ ଜବ୍‌ ଆଦି ଲୋକଙ୍କ ପାଇଁ ଏହା ଏକ ଲାଭକାରୀ ଯୋଜନା ଅଟେ। ଏହି ସରକାରୀ ଯୋଜନାର ସବୁଠାରୁ ଖାସ୍‌ କଥା ହେଉଛି ଆପଣ ଯେତେ ଜଲଦି ଏଥିରେ ନିବେଶ କରିବେ, ସେତିକି ଫଣ୍ଡ୍‌ ଅଧିକ ଜମା କରିପାରିବେ। ସ୍କିମର ଫାଇଦା ବିଷୟରେ ଜାଣନ୍ତୁ।

  1. ଅଟଳ ପେନସନ୍‌ ଯୋଜନାରେ କେବଳ ୪୨ ଟଙ୍କାରେ ବି ନିବେଶ କରିପାରିବେ। ଏଥିରେ ଅଂଶଧାରକଙ୍କ ବୟସ ୧୮ ବର୍ଷ ହୋଇଥିବା ଆବଶ୍ୟକ।
  2. ଯଦି ଆପଣ ପ୍ରତି ମାସ ୪୨ ହଜାର ମାସିକ ପେନସନ୍‌ ଚାହୁଁଛନ୍ତି, ତାହେଲେ ପ୍ରତି ମାସ ୨୧୦ ଟଙ୍କା ଜମା କରିବାକୁ ହେବ। ଏହି ପେନସନ୍‌ ଆପଣଙ୍କୁ ୬୦ ବର୍ଷ ପରେ ମିଳିବ।
  3. ଯୋଜନାର ଅନ୍ତର୍ଗତ ଯଦି ୬୦ ବର୍ଷ ପୂର୍ବରୁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଏ, ତାହେଲେ ଏହି ଟଙ୍କା ତାଙ୍କ ସ୍ତ୍ରୀ ଜମା କରି ଜାରି ରଖିପାରିବେ। ୬୦ ବର୍ଷ ପରେ ପ୍ରତି ମାସ ଆପଣ ପେନସନ୍‌ ପାଇପାରିବେ।
  4. ଯଦି ସ୍ତ୍ରୀଙ୍କ ପାଖରେ ଟଙ୍କା ନାହିଁ କିନ୍ତୁ ଜମା କରିବାକୁ ଚାହୁଁଛନ୍ତି, ସେତେବେଳେ ଏବେ ଯାଏଁ ଜମା ହୋଇଥିବା ଟଙ୍କା ପାଇବା ପାଇଁ କ୍ଲେମ କରିପାରିବେ।
  5. ଏହି ଯୋଜନାରେ ଆଉ ଏକ ବିକଳ୍ପ ରହିଛି, ଯାହାଦ୍ୱାରା ଯଦି ଅଂଶଧାରକଙ୍କ ସ୍ତ୍ରୀଙ୍କର ବି ମୃତ୍ୟୁ ହେଉଛି ତାହେଲେ ସ୍କିମର ସମସ୍ତ ଟଙ୍କା ନମିନିଙ୍କୁ ମିଳିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.