ଜଲଦି କରନ୍ତୁ ସୁଯୋଗ ହାତଛଡା କରନ୍ତୁ ନାହିଁ, ଓଡିଶା IOCLରେ ଖାଲିପଡିଛି ପଦବୀ

ଚାକିରି କରିବାକୁ ଚାହୁଁଛନ୍ତି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଡେଟ ପକ୍ଷରୁ ଟେକନିକାଲ ଆପାରଣ୍ଟିସ ଏବଂ ନନ- ଟେକନିକାଲ ଟ୍ରେଡ ଆପାରଣ୍ଟିସ ପଦବୀ ଖାଲି ପଡିଛି। ଏହା ଅଧିନରେ ପାଖାପାଖି ୫୦୫ଟି ପଦବୀ ଖାଲି ପଡିଛି। ଇଚ୍ଛୁକ ଏବଂ ଯୋଗଯ ପ୍ରାର୍ଥୀ IOCL ର ଅଫିସିଆଲ ୱେବସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ। ଏହି ନିଯୁକ୍ତି ପଶ୍ଚିମବଙ୍ଗ, ବିହାର, ଓଡିଶା, ଝାରଖଣ୍ଡ ଏବଂ ଆସାମରେ ହେବ।

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୬ ଫେବ୍ରୁଆରୀ ରହିଛି।

ଆଡମିଡ କାର୍ଡ ଜାରି ହେବାର ତାରିଖ ୧ ମାର୍ଚ୍ଚ ରହିଥିବା ବେଳେ ପରୀକ୍ଷା ତାରିଖ ୧୪ ମାର୍ଚ୍ଚ ରହିଛି। ପରୀକ୍ଷାରେ ଫଳାଫଳ ୨୫ ମାର୍ଚ୍ଚରେ ପ୍ରକାଶିତ ହେବ।

iocl

ଶିକ୍ଷାଗତ ଯୋଗ୍ଯତା: ଟ୍ରେଡ ଆପାରଣ୍ଟିସ ପୋଷ୍ଟ ପାଇଁ ଅନଲାଇନ ଆବେଦନ କରିବା ପାଇଁ କୌଣସି ମାନ୍ଯତାପ୍ରାପ୍ତ ସଂସ୍ଥାରୁ ୧୦ମ ପାସ୍ କରିଥିବା ଆବଶ୍ଯକ।

ବୟସ ସୀମା: ଏହି ପୋଷ୍ଟ ପାଇଁ ଅନଲାଇନ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ୧୮ରୁ ୨୪ ବର୍ଷ ହୋଇଥିବା ଜରୁରୀ।

ଚୟନ ପ୍ରକ୍ରିୟା: ଆପାରଣ୍ଟିସ ପୋଷ୍ଟରେ ନିଯୁକ୍ତି ପାଇଁ ପ୍ରାର୍ଥୀ ଚୟନ ଲିଖିତ ପରୀକ୍ଷା ମାଧ୍ୟମରେ ହେବ। ଅଧିକ ଜାଣିବା ପାଇଁ iocl.com କୁ ଯାଇ ନୋଟିଫିକେସନ ପଢିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.