ଆଶ୍ଚର୍ଯ୍ୟ କରିଦେବ ଏଭଳି ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଗଲେ ୫୦ ଜଣ ବସ୍‌ ଯାତ୍ରୀ

ଆନନ୍ଦପୁର (କେ ନ୍ୟୁଜ୍‌) : ଆଜିକାଲି ଏମିତି ଦୁର୍ଘଟଣା ଘଟୁଛି ଯାହା କଳ୍ପନା ବାହାରେ । ଆଜି କେନ୍ଦୁଝର ଆନନ୍ଦପୁର ଅନ୍ତର୍ଗତ ଶାଳପଡ଼ାରେ ଏଭଳି ଏକ ଦୁର୍ଘଯଣା ଘଟିଛି ଯାହା ସମସ୍ତଙ୍କୁ ଚକିତ କରି ଦେଇଛି । ଟ୍ରକ୍‌ଟିଏ ଖସି ପଡ଼ିଛି ବସ୍‌ ଉପରେ । ଓଭରବ୍ରିଜ୍‌ ଉପରେ ଯାଉଥିବା ବସ୍‌ଟି ଦୁର୍ଘଟଣା ଗ୍ରସ୍ତ ହେଲା ଏବଂ ବ୍ରିଜ୍‌ ତଳେ ଯାଉଥିବା ବସ୍‌ ଉପରେ ଖସିପଡ଼ିଲା ।

ଯାହା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ସୂଚନା ମିଳିଛି, ଶାଳପଡ଼ା ଓଭରବ୍ରିଜ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି । ୨୦ ନମ୍ବର ଜାତୀୟ ରାଜପଥ ବ୍ରିଜ୍‌ ତଳେ ପଦ୍ମାବତୀ ନାମକ ବସ୍‌ଟି କେନ୍ଦୁଝରରୁ ଭୁବନେଶ୍ୱର ଯାଉଥିଲା । ଏହି ସମୟରେ ଓଭରବ୍ରିଜ୍‌ ଉପରେ ଯାଉଥିବା ଏକ ଲୁହା ବୋଝେଇ ଟ୍ରକ୍‌ ଅଚାନକ ତଳକୁ ଖସି ବସ୍‌ ଉପରେ ପଡ଼ିଲା । ଲୋକଙ୍କ କହିବା କଥା ହେଉଛି, ଟ୍ରକର ଚକା ଫାଟିଯିବା ଯୋଗୁଁ ଏହା ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା ।

ANANDAPUR ACCIDENT

ତେବେ ବସ୍‌ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଅଳ୍ପକେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା । ଅନେକ ଲୋକ ମୃତ୍ୟୁ ମୁଖରୁ ବର୍ତ୍ତିଗଲେ । ବସ୍‌ରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ । ଏଥିରେ ଟ୍ରକ୍‌ ଡ୍ରାଇଭର ଏବଂ ବସ୍‌ କଣ୍ଡକଟର ଆହତ ହୋଇଛନ୍ତି । ଟ୍ରକ୍‌ଟି ଭାରସାମ୍ୟ ହରାଇ ବ୍ରିଜ୍‌ ଉପରୁ ଖସୁଥିବା ଦେଖି ବସ୍‌ ଡ୍ରାଇଭର ତୁରନ୍ତ ବସ୍‌ଟିକୁ ଟିକେ ଆଗରୁ ଅଟକାଇ ଦେବାରୁ ଅଳ୍ପକେ ଲୋକେ ରକ୍ଷା ପାଇଯାଇଥିଲେ ।

ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଆମ୍ବୁଲାନ୍ସ ଏବଂ ଅଗ୍ନିଶମ କର୍ମଚାରୀ ମଧ୍ୟ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ଵିତ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.