Below header

IPL‌ ପ୍ରେମୀଙ୍କ ପାଇଁ ଉପହାର: ଲାଇଭ୍‌ ମ୍ୟାଚ୍‌ ଦେଖିବାକୁ ଏହି ପ୍ଲାନ୍‌ ସବୁଠୁ ବଢ଼ିଆ, ପ୍ରତିଦିନ ମିଳିବ ୩ ଜିବି ଡାଟା

ଆଜିଠୁ ଆରମ୍ଭ ହେଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌ ୨୦୨୦)। ଆଜି ସନ୍ଧ୍ୟା ୭.୩୦ରେ ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଆଇପିଏଲ୍‌ର ଲାଇଭ୍‌ ପ୍ରସାରଣ ଆପଣ ନିଜ ମୋବାଇଲରେ ବି ଦେଖିପାରିବେ। କିନ୍ତୁ ଏଥିପାଇଁ ଆପଣଙ୍କୁ ଡାଟା ପ୍ୟାକ୍‌ ଓ Disney+ Hotstar  ଆପ୍‌ର ସବ୍‌ସ୍କ୍ରିପ୍‌ସନ୍‌ ନେବାକୁ ପଡ଼ିବ। ତେବେ ଆସନ୍ତୁ ଜାଣିବା କିଛି ଏଭଳି ଡାଟା ପ୍ଲାନ୍‌ ବିଷୟରେ, ଯାହା ସାହାଯ୍ୟରେ ଆପଣ ମ୍ୟାଚ୍‌ର ଭରପୁର ଆନନ୍ଦ ଉଠାଇପାରିବେ।

ଜିଓର ୪୦୧ ଟଙ୍କିଆ ପ୍ଲାନ୍‌:

୨୮ ଦିନର ବୈଧତାଯୁକ୍ତ ଏହି ପ୍ଲାନ୍‌ରେ ପ୍ରତିଦିନ ୩ ଜିବି ଡାଟା ମିଳିବ। ଏଥିସହ ଜିଓରୁ ଜିଓକୁ ଅନ୍‌ଲିମିଟେଡ୍‌ କଲିଂ ଓ ଅନ୍ୟ ନେଟଓ୍ଵାର୍କକୁ ୧୦୦୦ ମିନିଟ୍‌ ମିଳିବ। ଏଥିରେ ଏକ ବର୍ଷ ପାଇଁ Disney+ Hotstar ର ସବ୍‌ସ୍କ୍ରିପ୍‌ସନ୍‌ ମିଳୁଛି।

ipl

ଏୟାରଟେଲର ୪୪୮ ଟଙ୍କିଆ ପ୍ଲାନ୍‌:

ଆଇପିଏଲ୍‌ ଦିଓ୍ଵାନାଙ୍କ ପାଇଁ ଏହି ପ୍ଲାନ୍‌ ସବୁଠୁ ବଢ଼ିଆ। ଏହି ପ୍ଲାନ୍‌ରେ ଆପଣଙ୍କୁ ବର୍ଷେ ପାଇଁ ମାଗଣା Disney+ Hotstar ସବ୍‌ସ୍କ୍ରିପ୍‌ସନ୍‌ ମିଳିବ। ଏଥିସହ ୩ ଜିବିର ଇଣ୍ଟରନେଟ୍‌ ଓ ଅନ୍‌ଲିମିଟେଡ୍‌ କଲିଂ ବି ମିଳିବ। ଏହା ୨୮ ଦିନ ପାଇଁ ବୈଧ।

ଏୟାରଟେଲର ୫୯୯ ଟଙ୍କିଆ ପ୍ଲାନ୍‌:

୫୬ ଦିନର ବୈଧତା ଯୁକ୍ତ ଏହି ପ୍ଲାନ୍‌ରେ ପ୍ରତିଦିନ ୨ ଜିବି ଡାଟା ମିଳୁଛି। ଏଥିରେ ବର୍ଷେ ପାଇଁ Disney+ Hotstar ଭିଆଇପି ସବ୍‌ସ୍କ୍ରିପସନ୍‌ ବି ମିଳୁଛି। ଏଥିସହ ଏୟାରଟେଲ ଏକ୍ସଟ୍ରିମ୍‌ ପ୍ରିମିୟମ୍‌ର ବି ଆକ୍ସେସ୍‌ ମିଳିବ। ଏହି ପ୍ଲାନ୍‌ରେ ସମସ୍ତ ନେଟ୍‌ଓ୍ଵାର୍କକୁ ଅନ୍‌ଲିମିଟେଡ୍‌ କଲିଂ ସୁବିଧା ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.